ନୂଆଦିଲ୍ଲୀ - ଏଲନ ମସ୍କଙ୍କ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ ପୁଣି ଥରେ ଠପ୍ ହୋଇ ଯାଇଛି। ଏହି ସପ୍ତାହରେ ଦ୍ୱିତୀୟ ଥର ଆଉଟେଜ୍ର ସମସ୍ୟା ଆସିଛି। ତିନି ଦିନ ପୂର୍ବେ ୧୩ ଜାନୁଆରୀରେ ମଧ୍ୟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ସାରା ବିଶ୍ୱର ୟୁଜରଙ୍କ ପାଇଁ ଡାଇନ ହୋଇ ଯାଇଛି, ଏହାପରେ ଲୋକେ ମିମ୍ସ ମାଧ୍ୟମରେ ଏକ୍ସର ଥଟ୍ଟା କରିଥିଲେ। ଆପ୍ ଓ ୱେବସାଇଟ୍ , ଉଭୟ ହିଁ ୟୁଜର୍ ଆଉଟେଜର ସମସ୍ୟାରେ ପ୍ରଭାବିତ ହୋଇଛନ୍ତି, କାରଣ ଉଭୟ ହିଁ ଲୋଡ୍ ହୋଇ ପାରୁ ନଥିଲା ଏବଂ ୟୁଜରଙ୍କୁ କେବଳ ବ୍ଲାଙ୍କ ସ୍କ୍ରିନ୍ ଦେଖାଯାଉ ଥିଲା। ୟୁଜର୍ସ ନିଜର ଟାଇମଲାଇନ୍ ଓ ପୋଷ୍ଟ କିଛି ଦେଖି ପାରୁ ନଥିଲେ ଏବଂ xAIର ଚାଟବଟ୍ , ଗ୍ରୋକ୍ , ମଧ୍ୟ ଡାଉନ୍। ହେଲେ ପାଖାପାଖି ଅଧା ଘଣ୍ଟା ଠପ୍ ରହିବା ପରେ ସର୍ଭିସ୍ ପୁଣି ପୁନଃସ୍ଥାପିତ ହୋଇ ଯାଇଛି।

ଆଉଟେଜ୍ ଟ୍ରାକ୍ କରୁଥିବା ୱେବସାଇଟ୍ Downdetector ଅନୁସାରେ, ଏହି ଆଉଟେଜ୍ ରାତି ୮ଟା ୨୬ ସମୟରେ ଆରମ୍ଭ ହୋଇଥିଲା । ଏବେସୁଦ୍ଧା ପ୍ରାୟ ୫,୦୦୦ ୟୁଜର୍ସ ପ୍ଲାଟଫର୍ମ ସହ ସମସ୍ୟାର ରିପୋର୍ଟ କରିଥିଲେ । ଆପ୍ ଓ ୱେବ୍ ସାଇଟ୍‌ ୟୁଜର ପ୍ରଭାବିତ ହୋଇଛନ୍ତି। Downdetector ଡାଟା ଦେଖାଉଛି ଯେ, ୟୁଜର୍ସ ଅନେକ ସର୍ଭିସରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ୫୨ ପ୍ରତିଶକ ୟୁଜରଙ୍କୁ ଏକ୍ସ ମୋବାଇଲ ଆପ୍‌ରେ ସମସ୍ୟା ଆସୁଛି। ୩୯ ପ୍ରତିଶତ ୱେବସାଇଟ୍‌ ସମସ୍ୟାର ରିପୋର୍ଟ କରିଛନ୍ତି ଏବଂ ୯ ପ୍ରତିଶତଙ୍କୁ ଫିଡ୍‌ରେ ସମସ୍ୟା ଆସୁଛି।

Downdetector ମ୍ୟାପ୍ ମାଧ୍ୟମରେ କହିଛି ଯେ, ଭାରତରେ ଅନେକ ସହରରେ ୟୁଜର ଆଉଟେଜ୍‌ର ସମ୍ମୁଖୀନ ହେଉଛନ୍ତି। ମ୍ୟାପ୍ ଅନୁସାରେ , ଦିଲ୍ଲୀ ,ଜୟପୁର , ଭୋପାଳ , ଲକ୍ଷ୍ନୌ ,ପାଟନା , ଅହମ୍ମଦାବାଦ , ନାଗପୁର , କୋଲକାତା , ମୁମ୍ୱାଇ , ହାଇଦ୍ରାବାଦ , ବେଙ୍ଗାଲୁରୁ , ଚେନ୍ନାଇ ସମେତ ଅନେକ ସହରର ଏକ୍ସ ୟୁଜର ମଧ୍ୟ ଆଉଟେଜ୍‌ର ସମସ୍ୟାରେ ପଡ଼ିଛନ୍ତି। 

x-down-for-down-for-thousands-of-users

କେତେକ ରିପୋର୍ଟ୍ ଅନୁଯାୟୀ, ଏହି ଆଉଟେଜ୍ Cloudflare ସର୍ଭିସ୍‌ର ସମସ୍ୟା ସଂପର୍କିତ ହୋଇପାରେ, ଯାହା ଏକ୍ସର ଅନେକ ସର୍ଭିସକୁ ପ୍ରଭାବିତ କରିଛି। ଏହା ସହିତ ଏକ୍ସର AI ଚାଟବଟ୍ Grok ମଧ୍ୟ ପ୍ରଭାବିତ ହୋଇଥିବା ରିପୋର୍ଟ୍ ମିଳିଛି। ଏଲନ୍ ମସ୍କ ଏବେ ପର୍ଯ୍ୟନ୍ତ ଏହି ଆଉଟେଜ୍ ବିଷୟରେ କୌଣସି ବିବୃତ୍ତି ଦେଇ ନାହାନ୍ତି।

x down for down for thousands of users

x down for down for thousands of users

ପୂର୍ବରୁ ମଧ୍ୟ ଏହିଭଳି ଆଉଟେଜ୍ ସମୟରେ ମସ୍କ ପ୍ଲାଟଫର୍ମରେ କାର୍ଯ୍ୟକାରୀ ଉନ୍ନତି ପାଇଁ କାମ ଜାରି ରଖିବାକୁ କହିଥିଲେ। ଉପଭୋକ୍ତାମାନେ ଏହି ବାରମ୍ବାର ବିଘ୍ନ ଯୋଗୁଁ ଅସନ୍ତୋଷ ପ୍ରକାଶ କରୁଛନ୍ତି ଏବଂ ଅନ୍ୟ ପ୍ଲାଟଫର୍ମ ଯେପରିକି Threads ଓ Bluesky ଆଡ଼କୁ ଯିବାର ଚର୍ଚ୍ଚା କରୁଛନ୍ତି। ଏହି ଘଟଣା ଏକ୍ସର ସ୍ଥିରତା ଓ ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ଉଠାଇଛି।