ନୂଆଦିଲ୍ଲୀ : ଆମେରିକା ସହ ଟ୍ରେଡ୍‌ ୱାର ଓ ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ ୨୦ ପ୍ରତିଶତ ଟାରିଫ୍ (ଶୁଳ୍କ) ଲଗା ଯିବାର ଘୋଷଣାରେ ଚୀନ୍‌ ଚିନ୍ତାରେ ପଡ଼ି ଯାଇଛି। ଖାଲି ଏତିକି ନୁହେଁ , ଚୀନ୍‌ ଏବେ ଭାରତ ପକ୍ଷରୁ ବନ୍ଧୁତାର ହାତ ବଢାଇଛନ୍ତି। ଚୀନ୍‌ର କହିବା ହେଲା ଯେ, ଯଦି ଭାରତ ଓ ଆମେ ପରସ୍ପର ସହ ମୁକାବିଲା ପରିବର୍ତ୍ତେ ଏକାଠି ହୋଇ ଚାଲିବା, ତ ଦୁନିଆର ବ୍ୟାପାରିକ ସମୀକରଣ ହିଁ ବଦଳି ପାରେ। ଚୀନ୍‌ର ବିଦେଶ ମନ୍ତ୍ରୀ ୱାଙ୍ଗ ୟୀ ଶୁକ୍ରବାର କହିଛନ୍ତି କି, ଏହା ହେଉଛି ପ୍ରକୃତ ସମୟ , ଯେବେ କି ଦିଲ୍ଲୀ ଓ ବେଜିଂକୁ ଏକାଠି ହୋଇ କାମ କରିବା ଉଚିତ୍‌। ସେ କହିଛନ୍ତି, ଏକାଧିକାର ଓ ପାୱାର ପଲିଟିକ୍ସର ମୁକାବିଲା ଆମେ ଏକାଠି ମିଶି କରିବା ଉଚିତ୍। ନ୍ୟାସନାଲ ପିପଲ୍ସ କଂଗ୍ରେସର ମିଟିଂ ପରେ ୱାଙ୍ଗ୍ କହିଛନ୍ତି ଯେ, ଡ୍ରାଗନ୍‌ ଓ ଏଲିଫେଣ୍ଟକୁ ଏକାଠି ଡ୍ୟାନ୍ସ କରିବା ଉଚିତ୍‌। ବର୍ତ୍ତମାନ ଏହା ସବୁଠୁ ଭଲ ଜିନିଷ।

ୱାଙ୍ଗ ୟି କହିଛନ୍ତି ଯେ , ଆମେ ପରସ୍ପର ସହ ମୁକାବିଲା କରିବା ପରିବର୍ତ୍ତେ ମଜବୁତ୍‌ର ସହ ସହଯୋଗ କରିବା ଉଚିତ୍‌। ଏଥିରେ ଆମର ପରସ୍ପରର ହିତ ପାଇଁ ଜରୁରୀ। ସେ କହିଛନ୍ତି ଯେ, ଯଦି ଏସିଆର ଦୁଇ ସବୁଠୁ ବଡ଼ ଅର୍ଥବ୍ୟବସ୍ଥା ଏକାଠି ହୋଇ ଯିବେ ତ ପୁଣି ଗ୍ଲୋବାଲ ସାଉଥ୍‌ର ଭବିଷ୍ୟତ ଉଜ୍ଜ୍ୱଳ ହୋଇଯିବ। ସେ କହିଛନ୍ତି ଯେ , ବୈଶ୍ୱିକ ସମ୍ୱନ୍ଧରେ ଗଣତାନ୍ତ୍ରିକ ପ୍ରକ୍ରିୟାର ବିକଶିତ ହେବା ଜରୁରୀ। ଏବେସୁଦ୍ଧା ଭାରତ ପକ୍ଷରୁ ଚୀନ୍‌ର ଏହି ବୟାନ ଉପରେ କୌଣସି ଜବାବ ଦିଆଯାଇ ନାହିଁ। 

ଅନ୍ୟପଟେ ଗୁରୁବାର ବିଦେଶ ମନ୍ତ୍ରୀ ଏସ୍.ଜୟଶଙ୍କର କହି ଥିଲେ ଯେ , ଭାରତ ସରକାର ଚୀନ୍‌ ସହ ଭଲ ସଂପର୍କ ରଖିବାକୁ ଚେଷ୍ଟା କରୁଛନ୍ତି। ଚୀନର ନିୟନ୍ତ୍ରଣରେ ଆସୁଥିବା ତୀର୍ଥସ୍ଥାନ ଗୁଡ଼ିକ ପର୍ଯ୍ୟନ୍ତ ସିଧା ବିମାନ ଉଡ଼ାଣ ଓ ସାମ୍ୱାଦିକଙ୍କ ଯିବା ଆତାୟତ ଉପରେ କଥାବାର୍ତ୍ତା ଚାଲିଛି।

ଚାଇନା ବିଦେଶ ମନ୍ତ୍ରୀ ଏହି କଥା ସେତେବେଳେ କହିଛନ୍ତି, ଯେତେବେଳେ ତାଙ୍କୁ ଭାରତ ବିଷୟରେ ପ୍ରଶ୍ନ କରାଯାଇ ଥିଲା। ସେ କହିଥିଲେ ଯେ, ଦିଲ୍ଲୀ ସହ ଆମର ସମ୍ୱନ୍ଧରେ ସୁଧାର ହୋଇଛି। ଗତ ଏକ ବର୍ଷରେ ଆମେ ସଂପର୍କ ସୁଧାରିଛୁ। ସୀମାରୁ ସେନା ପ୍ରତ୍ୟାହାର କରିଛୁ ଏବଂ ଶାନ୍ତି ପ୍ରତିଷ୍ଠା ହୋଇଛି। 

ଏହା ବ୍ୟତୀତ ଗତ ବର୍ଷ ଅକ୍ଟୋବରରେ ପିଏମ୍‌ ନରେନ୍ଦ୍ର ମୋଦିଙ୍କୁ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ସାକ୍ଷାତ ହୋଇ ଥିଲା। ସେ କହିଥିଲେ ଯେ, ଆମକୁ ଦେଖିବାର ଅଛି ଯେ, ସୀମା ବିବାଦର ଆଧାରରେ ଦ୍ୱିପାକ୍ଷୀୟ ସମ୍ୱନ୍ଧ ସ୍ଥିର ନହେଉ। ଏହାକୁ ଅଲଗା ନଜରରେ ଦେଖିବାର ଅଛି। ଚୀନ ଓ ଆମେରିକା ମଧ୍ୟରେ ଟାରିଫ୍‌ ୱାର ଜାରି ରହିଛି। ଆମେରିକାର କ୍ଷମତାରେ ଡୋନାଲ୍ଡ ଟ୍ରମ୍ପଙ୍କ ରହିବା ପରେ ପରେ ଅନେକ ଦୃଢ ନିଷ୍ପତ୍ତି ନେଇଛନ୍ତି। ଚୀନ୍‌, କାନାଡା , ମେକ୍ସିକୋ ଓ ଭାରତ ଭଳି ଦେଶ ଗୁଡ଼ିକ ଉପରେ ଡୋନାଲ୍ଡ ଟ୍ରମ୍ପ ଟାରିଫ( ଶୁଳ୍କ) ବଢାଇବାକୁ ଚାହାନ୍ତି।