PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ୟୁଏନରେ ଚୀନ୍ ବିରୋଧରେ କାହିଁକି ଭାରତ କଲାନି ମତଦାନ ? ମୋଦି ସରକାର ଦେଲେ ଏହି ଜବାବ

ନୂଆଦିଲ୍ଲୀ : ସଂଯୁକ୍ତ ରାଷ୍ଟ୍ର ମାନବାଧିକାର ପରିଷଦ (ୟୁଏନଏଚଆରସି)ରେ ଚୀନ୍ ବିରୋଧରେ ମତଦାନକୁ ଏଡେଇ ଦେଇଛି ଭାରତ। ଏବେ ଏହାକୁ ନେଇ ଭାରତ ଜାରି କରିଛି ବୟାନ। କେନ୍ଦ୍ରର ମୋଦି ସରକାର କହିଛନ୍ତି କି ଭାରତର ପୁରୁଣା ପରମ୍ପରା ରହିଛି ଯେ, ସେ କୌଣସି ବି ଦେଶର ବିଶିଷ୍ଟ ପ୍ରସ୍ତାବ ଉପରେ ମତଦାନ ରେ ଭାଗ ନେଇ ନଥାଏ ।

ଭାରତ ଶୁକ୍ରବାର କହିଛି, ଚୀନର ଅଶାନ୍ତ ଶିଞ୍ଜିୟାଙ୍ଗ ପ୍ରଦେଶରେ ମାନବାଧିକାରର ସ୍ଥିତି ଉପରେ ଆଲୋଚନା ପାଇଁ ୟୁଏନଏଚଆରସିରେ ଏକ ଚୁକ୍ତି ପ୍ରସ୍ତାବର ମତଦାନରେ ଭାଗ ନେଇ ନଥିଲା , କାରଣ ଏହା ଦେଶର  ବିଶିଷ୍ଟ ପ୍ରସ୍ତାବ ଉପରେ ମତଦାନରେ ସାମିଲ ନହେବା ଭାରତର ଦୀର୍ଘକାଳିନ ପରମ୍ପରା ଉପରେ ଆଧାରିତ।

ଭାରତ ସରକାର ସ୍ପଷ୍ଟ ଭାବେ କହିଛନ୍ତି , ଚୀନର ଶିଞ୍ଜିୟାଙ୍ଗ କ୍ଷେତ୍ରର ଲୋକଙ୍କର ମାନବାଧିକାରର ସମ୍ମାନ କରାଯିବା ଉଚିତ। ବିଦେଶ ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି , ଭାରତ ସବୁ ମାନବାଧିକାର ପାଇଁ ପ୍ରତିବଦ୍ଧ ଅଟେ। ଭାରତ ଏମିତି ମାମଲାରୁ ବର୍ତ୍ତିବା ପାଇଁ କଥାବାର୍ତ୍ତାକୁ ସମର୍ଥନ କରେ । ଆମେ ଚୀନ୍‌ର ଶିଞ୍ଜିୟାଙ୍ଗ ପ୍ରଦେଶରେ ମାନବାଧିକାର ସମ୍ୱନ୍ଧୀୟ OHCHR ର ମୂଲ୍ୟାଙ୍କନ ଉପରେ ଧ୍ୟାନ ଦେଉଛୁ ।

ସମ୍ବନ୍ଧିତ ଖବର