PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ମୋବାଇଲ ନମିଳିଲେ ବାହା ହେବିନି ଜିଦ୍ କଲା ଯୁବକ, କମ୍ପାନୀ ଘରେ ପହଁଞ୍ଚେଇଲା ଫୋନ୍

Amar Ujala

ନୂଆଦିଲ୍ଲୀ,୨୨/ ୧୨: ସାଧାରଣତଃ ଯୁବକ ମାନଙ୍କ ଇଚ୍ଛାଥାଏକି ଜବୀନରେ ଭଲ ଚାକିରି ଖଣ୍ଡିଏ କରି ବିବାହ ବନ୍ଧନରେ ଆବଦ୍ଧ ହେବାକୁ। ଅପରପକ୍ଷେ ପ୍ରାୟତଃ ଝିଅମାନେ ନିଜ ବାପା-ମାଙ୍କ ପାଖରେ ବାହା ହେବାକୁ ହେଲେ କିଛି ସର୍ତ୍ତ ରଖନ୍ତି। ବାପା-ମା ବି ଝିଅର ସର୍ତ୍ତ ପୂରଣ କରିଥାଆନ୍ତି। ହେଲେ ଆପଣ କେବେ ଶୁଣିଛନ୍ତି କି ଜଣେ ବ୍ୟକ୍ତି ଭଲ ସ୍ପେଶାଲ ଫୋନ୍‌ ନମିଳିଲେ ବିବାହ କରିବେ ନାହିଁ। ଏଭଳି କଥା ଆପଣଙ୍କୁ ଥଟ୍ଟା ଲାଗୁଥାଇ ପାରେ। ହେଲେ କଥାଟି ସତ। କମାଲ ଅହମଦ ନାମକ ଜଣେ ବ୍ୟକ୍ତି ଟୁଇଟ କରି କହିଛନ୍ତି ଯେ ଯଦି Mi 10T Pro ମୋବାଇଲ ମିଳିବନି ତେବେ ମୁଁ ବିବାହ କରିବନି। ଯାହା ଏବେ ଚର୍ଚ୍ଚାରେ।

ଡିସେମ୍ବର ୧୧ ତାରିଖରେ କମାଲ ଅହମଦ ଟୁଇଟ କରି ଏହି କଥା କହିଥିଲେ। ହେଲେସେ କେବେ ବି ବିଶ୍ବାସ କରି ନଥିଲେ ଯେ, କମ୍ପାନୀ ତାଙ୍କୁ ଏକ ମୋବାଇଲ ଦେବ। ଟୁଇଟର ୧୦ ଦିନ ପରେ ଡିସେମ୍ବର ୨୧ରେ ଅହମଦଙ୍କୁ ନୂଆ ଫୋନ୍‌ ମିଳିଥିଲ। ଯାହା ସେ ଟୁଇଟରେ ଏହାର ସୂଚନା ଦେଇଥିଲେ। ସାଓମି ଇଣ୍ଡିଆର ମ୍ୟାନେଜିଙ୍ଗ୍‌ ଡାଇରେକ୍ଟର ମନୁ କୁମାର ଜୈନ ଅହମଦଙ୍କ ଟୁଇଟ ଉପରେ ରିପ୍ଲେ ଦେଇ କହିଛନ୍ତି ଯେ, “ହା,ହା ମୋତେ ଲାଗୁଛି କି ଏବେ ଆପଣ ବିବାହ ପୂରା ପ୍ରସ୍ତୁତ ଥିବେ।”

ସୂଚନାଥାଉକି, ସାଓମି ଚଳିତବର୍ଷ ଅକ୍ଟୋବରରେ ଏମ୍‌ଆଇ ସିରିଜର ଦୁଇଟି ଫୋନ୍‌ Mi 10T Pro ଓ Mi 10T ଭାରତରେ ଲଞ୍ଚ ହୋଇଥିଲା।