ନୂଆଦିଲ୍ଲୀ,୦୯/୦୫; ଅଡୁଆରେ ଭାରତୀୟ କ୍ରିକେଟର । ନୋଟିସ୍ ଜାରି କଲା ନାଡ଼ା । ଡୋପ୍ ଟେଷ୍ଟ ଦେଇନଥିବାରୁ ଭାରତୀୟ କ୍ରିକେଟ ଯଶସ୍ୱୀ ଜୈସ୍ୱାଲ ଏବଂ ଶେଫାଳି ବର୍ମାଙ୍କୁ ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସିଂ ନୋଟିସ୍ ଜାରି କରିଛି । ଜୈସ୍ୱାଲ ବର୍ତ୍ତମାନ ଆଇପିଏଲରେ ରାଜସ୍ଥାନ ପାଇଁ ଖେଳୁଛନ୍ତି । ଶେଫାଳି ବର୍ମା ଦକ୍ଷିଣ ଆଫ୍ରିକାରେ ଅଛନ୍ତି । ଜାତୀୟ ଆଣ୍ଟି-ଏଜେନ୍ସି ୱେୟାରଆବାଉଟ୍ ବିଫଳତା ଆଇନ ଅନୁଯାୟୀ ଉଭୟ ଖେଳାଳିଙ୍କ ବିରୋଧରେ ମିସ୍ ଟେଷ୍ଟ ରେକର୍ଡ କରିଛି । ଏହାର ଅର୍ଥ ସେମାନେ ନିର୍ଦ୍ଧାରିତ ସମୟରେ ପରୀକ୍ଷାରେ ଉପସ୍ଥିତ ହୋଇପାରନଥିଲେ ।

​​​​​​​ଯଶସ୍ୱୀ ଜୈସ୍ୱାଲ ଏବଂ ଶେଫାଳି ବର୍ମାଙ୍କୁ ସ୍ପଷ୍ଟୀକରଣ ଦେବାକୁ ସୁଯୋଗ ଦିଆଯାଇଛି ।  ଜଣେ ଖେଳାଳି ଯିଏ ୧୨ ମାସ ମଧ୍ୟରେ ତିନୋଟି ଟେଷ୍ଟରେ ବିଫଳ ହେବା ପରେ ତାଙ୍କୁ ଡୋପିଂ ନିରୋଧୀ ନିୟମର ଉଲ୍ଲଂଘନ ବୋଲି ବିବେଚନା କରାଯାଏ । ଖେଳାଳିଙ୍କୁ ଦୁଇ ବର୍ଷର ବାସନ୍ଦ ମଧ୍ୟ କରାଯାଇପାରେ । ପଞ୍ଜିକୃତ ପରୀକ୍ଷା ପୁଲ୍ (RTP) ରେ ଅନ୍ତର୍ଭୁକ୍ତ ଖେଳାଳିମାନଙ୍କୁ ଡୋପ୍ ପରୀକ୍ଷା ପାଇଁ ଦିନର ସମୟ ଏବଂ ସ୍ଥାନ ପଞ୍ଜୀକରଣ କରିବାକୁ ପଡିବ । ଜଣେ ଡୋପ୍ ନିୟନ୍ତ୍ରଣ ଅଧିକାରୀ ନମୁନା ସଂଗ୍ରହ କରିବା ପାଇଁ ନିର୍ଦ୍ଦିଷ୍ଟ ସମୟରେ ସେହି ସ୍ଥାନରେ ପହଞ୍ଚନ୍ତି । ନୋଟିସରେ, NADA ଉଲ୍ଲେଖ କରିଛି ଯେ,  ଅଧିକାରୀ ଗତ ବର୍ଷ ଡିସେମ୍ବର ୧୭ ତାରିଖରେ ଯଶସ୍ୱୀ ଜୟସ୍ୱାଲଙ୍କ ଡୋପ୍ ପରୀକ୍ଷା ସଂଗ୍ରହ କରିବାକୁ ପହଞ୍ଚିଥିଲେ, କିନ୍ତୁ ସେ ନିଖୋଜ ଥିଲେ । ସେହିପରି, ଶେଫାଳି ବର୍ମାଙ୍କ ନମୁନା ନଭେମ୍ବର ୭ ତାରିଖରେ ସଂଗ୍ରହ କରାଯିବାର ଥିଲା, କିନ୍ତୁ ସେ ମଧ୍ୟ ଉପସ୍ଥିତ ନଥିଲେ। ଉଭୟ କ୍ରିକେଟର RTP ଅଧୀନରେ ଆସୁଛନ୍ତି ।

ଏହା ବି ପଢନ୍ତୁ...ଆଇପିଏଲରେ ବ୍ୟାଟିଂ କେବଳ ଏକଜିବିସନ୍, ବୋଲିଂ ହେଉଛି ବଲ୍ ଫୋପାଡୁଥିବା ମେସିନ୍ : ଚର୍ଚ୍ଚାରେ ହର୍ଷ ଗୋଏଙ୍କାଙ୍କ ସୋସିଆଲ ମିଡିଆ ପୋଷ୍ଟ  

​​​​​​​ଦୁଇ ଖେଳାଳିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ କି ? ଏହି ମାମଲାରେ ବର୍ତ୍ତମାନ ସିଧାସଳଖ ଡୋପିଂ ଉଲ୍ଲଂଘନ ବର୍ଗରେ ଆସୁନାହିଁ । ଡୋପିଂ ନିରୋଧୀ ନିୟମ ଅନୁଯାୟୀ, ଯଦି ଜଣେ ଖେଳାଳି ୧୨ ମାସ ମଧ୍ୟର ୩ ଥର ୱେୟାରଆଉଟ୍ସ ବିଫଳତା ପାଇଁ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ସେମାନଙ୍କୁ ଡୋପିଂ ନିରୋଧୀ ନିୟମ ଉଲ୍ଲଂଘନ ପାଇଁ ଦୋଷୀ ବୋଲି ବିବେଚାନା କରାଯାଇପାରିବ । ​​​​​​​ନାଡା ଏ ବିଷୟରେ ବିସିସିଆଇ ଏବଂ ଆଇସିସିକୁ ମଧ୍ୟ ଜଣାଇ ଦେଇଛି । ଏବେ ଉଭୟ ଖେଳାଳିଙ୍କୁ ସତର୍କ ରହିବାକୁ ପଡିବ, କାରଣ ଯଦି ସେମାନଙ୍କ ବିରୁଦ୍ଧରେ ଆଉ ଦୁଇଟି ଟେଷ୍ଟ ମିସ୍ ରେକର୍ଡ କରାଯାଏ, ତେବେ ସେମାନେ ବାସନ୍ଦର ଆଶଙ୍କାର ସମ୍ମୁଖୀନ ହେବେ ।