‘କାଶ୍ମୀର ଫାଇଲ୍ସ’ରେ ମଧ୍ୟ ଦେଖା ଯାଇଥିଲା ୟାସିନ୍ ମଲିକ୍ର ଅପରାଧ, ଏୟାରଫୋର୍ସ ଅଫିସରଙ୍କୁ ମାରି ଥିଲେ ୨୬ଗୁଳି

ନୂଆଦିଲ୍ଲୀ : ଦିଲ୍ଲୀର ଏକ କୋର୍ଟ ବୁଧବାର ଟେରର ଫଣ୍ଡିଂ ମାମଲାରେ ଜମ୍ମୁ-କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକ୍ଙ୍କୁ ଆଜୀବନ ଜେଲଦଣ୍ଡ ଶୁଣାଇଛନ୍ତି । କୋର୍ଟ ମଲିକ୍ଙ୍କ ଉପରେ ୧୦ ଲକ୍ଷ ଟଙ୍କାର ଜୋରିମନା ମଧ୍ୟ ଲଗାଇଥିଲେ । ନିକଟରେ ରିଲିଜ୍ ହୋଇଥିବା କଶ୍ମୀର ଫାଇଲ୍ସ ରେ ମଧ୍ୟ ୟାସିନ୍ ମଲିକଙ୍କ ଅପରାଧକୁ ପ୍ରଦର୍ଶିତ କରାଯାଇ ଥିଲା ।
ଜମ୍ମୁ ଜିଲ୍ଲା କୋର୍ଟଙ୍କ ପକ୍ଷରୁ ସହିଦ ସ୍କ୍ୱାଡ୍ରନ ଲିଡର ରବି ଖନ୍ନାଙ୍କର ଦୃଶ୍ୟକୁ ଦେଖେଇବା ନେଇ ରୋକ୍ ଆଦେଶ ଜାରି କରି ଦେଇଥିଲେ , ତଥାପି ଫିଲ୍ମ ରିଲିଜ୍ ହୋଇଛି । ରବି ଖନ୍ନାଙ୍କର ପତ୍ନୀ ଶାଳିନୀ ଖନ୍ନା ଜିଲ୍ଲା କୋର୍ଟ ଜମ୍ମୁରେ ନିଜର ପିଟିସନରେ କହିଥିଲେ କି ଫିଲ୍ମରେ ତାଙ୍କର ପତିଙ୍କ ବଳିଦାନର ଯେଉଁ ଦୃଶ୍ୟ ଦର୍ଶାଯାଇଛି , ଏଥିରେ କୌଣସି ସତ୍ୟତା ନାହିଁ ।
ପିଟିସନରେ କୁହାଯାଇ ଥିଲା, ଫିଲ୍ମରେ ଦର୍ଶାଯାଇଛି ଖନ୍ନା ଅଫିସ ଯାଉଥିଲେ ଏବଂ ରାସ୍ତାରେ ପିଲାଙ୍କୁ ଟଫି ବାଣ୍ଟୁ ଥିବା ବେଳେ ଆତଙ୍କୀ ମୋଟର ସାଇକେଲରେ ଆସୁଛି ଏବଂ ଖୁବ୍ ନିକଟରୁ ଖନ୍ନାଙ୍କ ଉପରକୁ ଗୁଳି କରୁଛି । ଯେଉଁଥିରେ ସେ ସହିଦ ହୋଇଯାନ୍ତି । ପିଟିସନରେ କୁହାଯାଇ ଥିଲା କି ଫିଲ୍ମରେ ପ୍ରଦର୍ଶିତ ହୋଇଥିବା ଦୃଶ୍ୟ ସତ ନୁହେଁ ।
ସ୍ୱତନ୍ତ୍ର ନ୍ୟାୟାଧିଶ ପ୍ରବୀଣ ସିଂହ (ୟୁଏପିଏ) ଓ ଭାରତୀୟ ଦଣ୍ଡ ସଂହିତା (ଆଇପିସି) ଅନୁସାରେ ବିଭିନ୍ନ ଅପରାଧ ପାଇଁ ଭିନ୍ନ ଭିନ୍ନ ଅବିଧିର ଦଣ୍ଡ ଶୁଣାଇଛନ୍ତି ।ସବୁ ଦଣ୍ଡ ଏରାସାଥିରେ ଚାଲିବ । ମଲିକକୁ ୨ଟି ଅପରାଧ ଆଇପିସିର ଧାରା ୧୨୧ (ଭାରତ ସରକାରଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ) ଏବଂ ୟୁଏପିଏ ଧାରା ୧୭( ଆତଙ୍କବାଦୀ ଗତିବିଧି ଗୁଡ଼ିକ ପାଇଁ ପାଣ୍ଠି ସଂଗ୍ରହ ) ପାଇଁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ ଦଣ୍ଡ ଶୁଣାଯାଇଛି ।