ଆଉ ୨ ଦିନ ରହିବ ପଶ୍ଚିମ ଝଡ଼ର ପ୍ରଭାବ : ୧୦ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ବର, ୧୯।୩ ରାଜ୍ୟରେ ଆହୁରି ଦୁଇଦିନ ପର୍ଯ୍ୟନ୍ତ ରହିବ ପଶ୍ଚିମ ଝଡ଼ର ପ୍ରଭାବ । ଅଧିକାଂଶ ସ୍ଥାନରେ ଘଡ଼ ଘଡି ସହ ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି। ସେଥିପାଇଁ ୧୦ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୧୯ ଓ ୨୦ ତାରିଖ ରେ ରାଜ୍ୟରେ ଅଧିକାଂଶ ସ୍ଥାନରେ ବର୍ଷା ହେବା ସହ ତାପମାତ୍ର ହ୍ରାସ ପାଇବ ।
ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଥିବା ଜିଲ୍ଲାଗୁଡିକ ହେଲା ସୁନ୍ଦରଗଡ, ମୟୂରଭଞ୍ଜ,କେନ୍ଦୁଝର, ଦେବଗଡ଼, ଯାଜପୁର, ଭଦ୍ରକ, ବାଲେଶ୍ଵର, ଗଜପତି ଗଞ୍ଜାମ କନ୍ଧମାଳ। ଉକ୍ତ ଜିଲ୍ଲାରେ ବଜ୍ରପାତ ହେବା ସହ ବର୍ଷା ଓ ପବନ ର ବେଗ ୪୦ ରୁ ୫୦ କିଲୋମିଟର ପ୍ରତି ଘଣ୍ଟା ପ୍ରବାହିତ ହେବାର ସମ୍ଭାବନା ରହିଛି।ତେବେ ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପ ମାତ୍ର କମ ରହିବ । ୨୧ ତାରିଖ ପର ଠାରୁ ପୁଣି ତାତି ବଢିବ ।