ବର୍ଷାରେ ଭିଜିବ ୧୪ ଜିଲା, ୟେଲୋ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ବର, ୨୩।୬ ଆସନ୍ତା ୨୪ ଘଣ୍ଟାରେ ବର୍ଷା । ମୌସୁମୀ ବର୍ଷାରେ ଭିଜିବ ୧୪ ଜିଲା । ସେଥିପାଇଁ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଞ୍ଜାମ, ବୌଦ୍ଧ, ଅନୁଗୁଳ, କଟକ, ଢେ଼ଙ୍କାନାଳ, ମୟୂରଭଞ୍ଜ , ବାଲେଶ୍ଵର, କେନ୍ଦୁଝର, ଭଦ୍ରକ, ଯାଜପୁର ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରୀ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏଥିସହ ଘଡଘଡି ସହ ବର୍ଷା ମଧ୍ୟ କେତେକ ସ୍ଥାନରେ ହେବାର ସମ୍ଭାବନା ଅଛି ।
ସେପଟେ ପାଣିପାଗ ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ ମୌସୁମୀ ଦୁର୍ବଳ ଥିବାରୁ ଭଲ ବର୍ଷା ହୋଇନି । ଆସନ୍ତା ୨୪ ଓ ୨୫ ରେ ଓଡ଼ିଶା ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବା ବେଳେ ଏହା ନିଅଣ୍ଟିଆ ବର୍ଷାକୁ ପୂରଣ କରିବାରେ ସହାୟକ ହେବ ।