ଭୁବନେଶ୍ୱର,୧୨/୧୧:  ରାଜ୍ୟ କ୍ରୀଡ଼ା ଓ ଯୁବସେବା ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ  ସଶକ୍ତିକରଣ ବିଭାଗ ସମର୍ଥନରେ  ଆସନ୍ତା ୧୭ ତାରିଖ କଳିଙ୍ଗ ଷ୍ଟାଡିୟମରେ  ସିଆଇଆଇ ୟଙ୍ଗ୍‌ ଇଣ୍ଡିଆନ୍ସ ପକ୍ଷରୁ  ଦ୍ୱିତୀୟ ‘ୱାଇଆଇ ରନ୍‌’ ଭୁବନେଶ୍ୱର  ଆୟୋଜିତ ହେବ । ମାରାଥନରେ ୩ଟି  ବର୍ଗର ୨.୫ କି.ମି ଫନ୍‌ ରନ୍‌, ୫  କି.ମି ଓ ୧୦ କି.ମି ଦୌଡ଼ରେ ମୋଟ  ୧,୦୨,୦୦୦ ଟଙ୍କା ପୁରସ୍କାର ରାଶି  ରହିଛି । ସୋମବାର ମାରାଥନର ଲୋଗୋ  ଉନ୍ମୋଚିତ ହୋଇଥିଲା ।  

ଏହି କାର୍ଯ୍ୟକ୍ରମ ମାଧ୍ୟମରେ  ମାନସିକ ସ୍ୱାସ୍ଥ୍ୟ ଓ ନିଶା ଦ୍ରବ୍ୟ ସେବନ  ସମ୍ପର୍କରେ ସଚେତନତା ସୃଷ୍ଟି କରିବା,  ସମସ୍ତଙ୍କ ପାଇଁ ସୁସ୍ଥ, ନିଶାମୁକ୍ତ ଜୀବନ  ପାଇଁ ପ୍ରେରଣା ଦେବା ହେଉଛି ୱାଇଆଇ  ଭୁବନେଶ୍ୱରର ମୁଖ୍ୟ ଉଦ୍ଦେଶ୍ୟ ।  ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ  ସିଂହଦେଓ, କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ  ସୂରଜ ଓ ଜାତୀୟ ରଗବୀ ଖେଳାଳି  ରାହୁଲ ବୋଷ ଦୌଡ଼କୁ ପତାକା  ଦେଖାଇ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ନିଶାମୁକ୍ତ ଓଡ଼ିଶା ପାଇଁ  ଦୌଡ଼ିବାକୁ ସମସ୍ତଙ୍କୁ ମାରାଥନରେ  ଭାଗ ନେବା ପାଇଁ ଆୟୋଜକଙ୍କ ପକ୍ଷରୁ  ଅନୁରୋଧ କରାଯାଇଛି ।