ଭୁବନେଶ୍ୱର ୧୬/୬ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ବିଜିନେସ୍‌ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍‌ (ଆଇବିସିଏସ୍‌) ପକ୍ଷରୁ ଏକାଦଶ ଆନ୍ତର୍ଜାତିକ ଯୋଗ ଦିବସ ପରିପ୍ରେକ୍ଷୀରେ ଜୁନ୍‌ ୯ ରୁ ୧୩ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ ଏକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି । ସୋଆ ଏନ୍‌ଏସ୍‌ଏସ୍‌ ପକ୍ଷରୁ ଏହି କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା। 

ସୋଆର ଯୋଗ ପ୍ରଶିକ୍ଷକ ଶ୍ରୀ ଅଖିଳ ଚନ୍ଦ୍ର ରଣା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଆଇବିସିଏସ୍‌ର ଏନ୍‌ଏସଏସ୍‌ ପ୍ରୋଗ୍ରାମ ଅଫିସର ଶ୍ରୀ ଅନନ୍ତ ପ୍ରସାଦ ନନ୍ଦ ତାଙ୍କୁ ସହାୟତା କରିଥିଲେ। 

ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଆଇବିସିଏସ୍‌ର ଡିନ୍‌ ପ୍ରଫେସର ଅୟସକାନ୍ତ ମହାନ୍ତି, ଛାତ୍ରମଙ୍ଗଳ ଡିନ୍‌ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏବଂ ଆସୋସିଏଟ୍‌ ଡିନ୍‌ ପ୍ରଫେସର ମନୋରଞ୍ଜନ ଦାଶ ଯୋଗ ଦେଇଥିଲେ ।