PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଇଡା ବ୍ଲକର ଫଟାଟାଙ୍ଗର ଆଶ୍ରମ ଛାତ୍ରୀ ନିବାସରେ ଖାଦ୍ୟ ଖାଇ ୧୦୦ରୁ ଊର୍ଦ୍ଧ୍ବ ଛାତ୍ରୀ ଅସୁସ୍ଥ
  • ||
  • ୫ମ ଟେଷ୍ଟ: ଜୋ ରୁଟ୍‌ ଏବଂ ଜନି ବୈୟାରିଷ୍ଟୋଙ୍କ ଶତକୀୟ ଇନିଂସ, ଭାରତକୁ ୭ ଓ୍ବିକେଟରେ ହରାଇ ସିରିଜ ବରାବର୍‌ କଲା ଇଂଲଣ୍ଡ
  • ||
  • ପୁଣି ରାଜଧାନୀରେ ଛାତ୍ରୀଙ୍କ ଆତ୍ମହତ୍ୟା, ଭୁବନେଶ୍ବର ସ୍ଥିତ ଆଚାର୍ଯ୍ୟବିହାର ନିକଟ ଏକ ଭଡାଘରୁ ଛାତ୍ରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା, ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ସରକାରଙ୍କୁ ଘେରିଲେ ବିରୋଧୀ
  • ||
  • ପଟ୍ଟାମୁଣ୍ଡାଇ : ମୋବାଇଲ୍ ଗେମ୍ ହେଲା କାଳ, ଅନଲାଇନ୍ ଗେମ୍ ଖେଳି ୧୦ ହଜାର ଟଙ୍କା ହାରିଯିବାରୁ ଆତ୍ମହତ୍ୟା କଲେ ଯୁବକ
  • ||
  • ସମ୍ଵଲପୁର : ବାଇକ୍‌କୁ ଧକ୍କା ଦେଲା ଅଜଣା ଟ୍ରକ୍, ୨ ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର : ରାଜ୍ୟରେ ନିର୍ମାଣ ହେବ ୫୫ଟି ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ, ଦ୍ଵିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୯ କୋଟି ୩୬ ଲକ୍ଷ ମଞ୍ଜୁର
  • ||
  • କୋରାପୁଟ : ପୋଲିସ ପଞ୍ଝାରେ ଦୁଇ ନକଲି ମାଓବାଦୀ, ବ୍ୟବସାୟୀଙ୍କୁ ହତ୍ୟା ଧମକ ଦେଇ ମାଗୁଥିଲେ ୫ ଲକ୍ଷ
  • ||
  • ଝାରସୁଗୁଡା : ଜଙ୍ଗଲ ଭିତରୁ ବାପା ଓ ଝିଅ-ପୁଅଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଲମତାପୁଟ: କମାଣ୍ଡର ଜିପ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଡ୍ରାଇଭର ଫେରାର
  • ||
  • ପୁରୀ: ଆଜି ହେରାପଞ୍ଚମୀ, ନନ୍ଦିଘୋଷ ରଥ ଭାଙ୍ଗି ରାଗ ଶୁଝାଇବେ ଅଭିମାନିନୀ ମା’ ଲକ୍ଷ୍ମୀ ସାଆନ୍ତାଣୀ
  • ||
  • ଭୁବନେଶ୍ୱର: ଉତ୍ତର ଓଡ଼ିଶାରେ ଲଘୁଚାପ ବଳୟ ସୃଷ୍ଟି, ୪ ଦିନ ପ୍ରବଳ ବର୍ଷା: ୧୧ ଜିଲ୍ଲାରେ ପ୍ରବଳ ଛେଚିବ
  • ||

ଓଡିଶାବାସୀ ଚାହିଁଲେ ଡବଲ ଇଞ୍ଜିନ୍ ଆଣିପାରିବେ, ଡବଲ ଇଞ୍ଜିନ୍ ଲାଗିଲେ ଓଡିଶା ମଧ୍ଯ ୟୁପି ଭଳି ବିକାଶ ପଥରେ ଆଗେଇବ: ଯୋଗୀ

source:indianexpress.com

ଭବାନୀପାଟଣା ୨୦/୨: ଭବାନୀପାଟଣାରେ ଦଳର ବୁଥି ସ୍ତରୀୟ କର୍ମୀଙ୍କୁ ଉଦବୋଧନ ଦେଲେ ଯୋଗୀ । ‘ଭାରତ ମାତା କି ଜୟ’ କହି ନିଜ ଅଭିଭାଷଣ ଆରମ୍ବ କଲେ ଯୋଗୀ ଆଦିତ୍ୟନାଥ । ସମସ୍ତଙ୍କୁ ଅଭିନନ୍ଦନ କରି କହିଲେ ମୋଦି ସରକାରଙ୍କ ଯୋଗୁଁ କଳାହାଣ୍ଡିବାସୀଙ୍କ ସହିତ ଦେଖା କରିବା ପାଇଁ ସୁଯୋଗ ପାଇଲି ।

ଆରମ୍ଭରୁ ପୁଲୱାମା ଆକ୍ରମଣ ସମ୍ପର୍କରେ ଆରମ୍ବ କଲେ ଯୋଗୀ । କହିଲେ ପ୍ରଧାନମନ୍ତ୍ରୀ ଶତ୍ରୁକୁ କଡା ଜବାବ ଦେଇଛନ୍ତି ଏବଂ ଆଗକୁ ଦେବେ ମଧ୍ଯ । ଏଥିରେ ଦେଶବାସୀଙ୍କ ସମର୍ଥନ ଦରକାର ।

ଓଡିଶା ଚାହିଁଲେ ମୋଦି ପୁଣି ପ୍ରଧାନମନ୍ତ୍ରୀ ହୋଇପାରିବେ । ଓଡିଶାବାସୀ ଚାହିଁଲେ ଡବଲ ଇଞ୍ଜିନ୍ ଆଣିପାରିବେ । ଦେଶରେ ବିଜେପି ଏବଂ ରାଜ୍ୟରେ ମଧ୍ଯ ବିଜେପି । ଡବଲ ଇଞ୍ଜିନ୍ ଲାଗିଲେ ଓଡିଶା ମଧ୍ଯ ୟୁପି ଭଳି ବିକାଶ ପଥରେ ଆଗେଇବ ବୋଲି କହିଲେ ।

ଓଡିଶା ସରକାରଙ୍କ ଯୋଜନା ସହ ୟୁପି ସରକାରଙ୍କ ଯୋଜନାକୁ ତୁଳନା କଲେ ୟୁପି ମୁଖ୍ଯମନ୍ତ୍ରୀ ।  କହିଲେ ୧୯ ବର୍ଷରେ ନବୀନ ସରକାର ରାଜ୍ୟରେ ୧୭ ଲକ୍ଷ ଘର କରିଛନ୍ତି । କିନ୍ତୁ ମାତ୍ର  ୨ ବର୍ଷରେ ୟୁପି ସରକାର ୨୦ ଲକ୍ଷ ଗରିବଙ୍କୁ ଘର ଦେଇଛନ୍ତି । ଏହାସହ କାଳିଆ ଯୋଜନାକୁ ସମାଲୋଚନା କଲେ ଯୋଗୀ । କହିଲେ ଓଡିଶା ସରକାରଙ୍କ ଯୋଜନାରେ ଆରମ୍ବରୁ ଭ୍ରଷ୍ଟାଚାର ହେଲାଣି । କିନ୍ତୁ କିସାନ ନିଧି ଯୋଜନାରେ  ୨୪ ଫେବୃୟାରୀରେ ସବୁ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପହଞ୍ଚିବ ।

ଯୋଗୀ କହିଲେ  ୨୦୧୯ ପାଇଁ ଆମ ସଙ୍କଳ୍ପ ହେବା ଉଚିତ୍, ‘ପୁଣି ଥରେ ମୋଦି ସରକାର’ । ସରକାର କିଭଳି ଚାଲେ ଗତ ସାଢେ ୪ ବର୍ଷରେ ଦେଖାଯାଇଛି । ଗାଁ, ଗରିବ, ଚାଷୀ, ଶ୍ରମିକ ସମସ୍ତଙ୍କ ପାଇଁ ମୋଦି କାମ କରିଚାଲିଛନ୍ତି । ୨୦୨୨ ପୂର୍ବରୁ ସମସ୍ତ ଗରିବଙ୍କ ମୁଣ୍ଡରେ ଛାତ ଥିବ । ମୋଦିଙ୍କ ଲକ୍ଷ୍ୟ ରହିଛି ନୂଆ ଭାରତ । ଯେଉଁଠି ଦୁର୍ନୀତି ନଥିବ, ଗରିବଙ୍କ ମୁଣ୍ଡରେ ଛାତ ଥିବ, ବେକାରୀଙ୍କୁ ଚାକିରୀ ମିଳିବ । ଓଡିଶାବାସୀ ଚାହିଁଲେ ଏହା କରିପାରିବେ । ପଞ୍ଚାୟତ ନିର୍ବାଚନରେ ଯେଉଁଭଳି ପ୍ରଦର୍ଶନ ହୋଇଥିଲା ଡବଲ ଇଞ୍ଜିନ୍ ପାଇଁ ସେହିଭଳି ପ୍ରଦର୍ଶନ ଆବଶ୍ଯକ ବୋଲି ସେ କହିଥିଲେ । ଶେଷରେ ଜୟ ଶ୍ରୀ ରାମ କହି ନିଜ ଅଭିଭାଷଣ ଶେଷ କରିଥିଲେ ଯୋଗୀ । ଏହି ଜନ ସମାବେଶରେ କଳାହାଣ୍ଡି ସହ ବଲାଙ୍ଗିର, କନ୍ଧମାଳ, କୋରାପୁଟ ଏବଂ ନବରଙ୍ଗପୁରରୁ ବିଜେପି କର୍ମୀମାନେ ସାମିଲ ହୋଇଥିଲେ ।

ସମ୍ବନ୍ଧିତ ଖବର