PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

କିନ୍ନରଙ୍କ ଅନ୍ତିମ ସଂସ୍କାରକୁ ନେଇ ରହିଛି ଏହି ରହସ୍ୟ,ଯାହାକୁ ଜାଣିନଥିବେ କେହି

ବିବାହ ହେଉ କିମ୍ବା ପିଲାଙ୍କ ଜନ୍ମର ଖୁସି ସମୟରେ କିନ୍ନରମାନେ ଆର୍ଶିବାଦ ଦେବାକୁ ଆସିଥାନ୍ତି ଓ କିଛି ଟଙ୍କା ମଧ୍ୟ ଉପହାରରେ ନେଇ ଚାଲିଯାଇଥାନ୍ତି। ଟ୍ରାଫିକ ସିଗନାଲରେ ରହିଥିବା ଗାଡି ଚାଳକଙ୍କ ଠାରୁ ଟଙ୍କା ନେବା ହେଉ କିମ୍ବା ଟ୍ରେନରେ ଏମାନଙ୍କୁ ଏହି ସବୁ ସ୍ଥାନରେ ଦେଖିବାକୁ ମିଳେ।  ସବୁଠାରୁ ବଡ କଥା ହେଲା ତାଙ୍କର ମୃତ୍ୟୁ ପରେ ଅନ୍ତିମ ସଂସ୍କାର ବିଷୟରେ ବହୁତ କମ୍ ଲୋକ ଜାଣିଥିବେ। ତାଙ୍କର ଅନ୍ତିମ ସଂସ୍କାର ଅନ୍ୟମାନଙ୍କ ଠାରୁ ଭିନ୍ନ ରହିଥାଏ।

କୁହାଯାଏ ଯେ, କିନ୍ନରଙ୍କ ପାଖରେ ଆଧ୍ୟାତ୍ମିକ ଶକ୍ତି ରହିଥାଏ। ଯାହାଫଳରେ ତାଙ୍କୁ ନିଜର ମୃତ୍ୟୁର ଆଭାସ ହୋଇଯାଇଥାଏ। ମୃତ୍ୟୁ ହେବାର ଜାଣିବା ପରେ କିନ୍ନରମାନେ କୁଆଡେ ଯିବା ଆସିବା କରିବା ସହ ଖାଦ୍ୟ ଖାଇବା ମଧ୍ୟ  ବନ୍ଦ କରିଦେଇଥାନ୍ତି। ଏହି ସମୟରେ କେବଳ ପାଣି ପିଇଥାନ୍ତି ଓ ଇଶ୍ବରଙ୍କୁ ନିଜର ଏବଂ ଅନ୍ୟ କିନ୍ନରଙ୍କ ପାଇଁ ପ୍ରାର୍ଥନା କରିଥାନ୍ତି ଆଗାମୀ ଜନ୍ମରେ ଯେପରି ସେମାନେ କିନ୍ନର ହୋଇ ଜନ୍ମ ନନିଅନ୍ତି। ଏପରିକି ଆଖପାଖର ଏବଂ ଦୂରରୁ କିନ୍ନରମାନେ ମରୁଥିବା କିନ୍ନରଙ୍କ ଆର୍ଶିବାଦ ନେବାକୁ ଆସିଥାନ୍ତି। କୁହାଯାଏ ଯେ, ମୃତ୍ୟୁ ଶର୍ଯ୍ୟା ନିକଟରେ କିନ୍ନରଙ୍କ ପ୍ରାର୍ଥନା ଖୁବ୍ ପ୍ରଭାବଶାଳି ରହିଥାଏ।

କିନ୍ନର ସମୁଦାୟ ଛଡା ବାହାରର କୌଣସି ବ୍ୟକ୍ତିଙ୍କୁ କିନ୍ନରଙ୍କ ମୃତ୍ୟୁ ସମ୍ପର୍କରେ ଯେପରି କିଛି ଖବର ଜଣାନପଡେ ସେମାନେ ସବୁ ପ୍ରକାର ସାବଧାନି ରଖିଥାନ୍ତି। ଶବକୁ ଯେଉଁଠାରେ ପୋତାଯାଏ, ସେଠାର ଅଧିକାରୀଙ୍କୁ ସେମାନେ ପୂର୍ବରୁ କହିଥାନ୍ତି, ଏହି ସୂଚନା ଯେପରି ଗୁପ୍ତ ରହେ।

ଶବଯାତ୍ରା ବେଳେ ଶବକୁ ଚାରି କାନ୍ଧରେ ପକାଇ ନେବାର ପରମ୍ପରା ଠାରୁ ଅଲଗା। କୁହାଯାଏ ଯେ, ସାଧାରଣ ଲୋକ ଯଦି କେହି ମୃତ କିନ୍ନିରଙ୍କୁ ଦେଖିଦିଏ ତେବେ ମୃତକ ପୁଣିଥରେ ଆରଜନ୍ମରେ କିନ୍ନର ଭାବରେ ଜନ୍ମ ହୋଇଥାଏ। କେହି ଯେପରି ବାହାର ଲୋକ ଦେଖି ନପାରିବେ ସେଥିପାଇଁ କିନ୍ନରମାନେ ବିଳମ୍ବିତ ରାତିରେ ଅନ୍ତିମ ସଂସ୍କାର କରିଥାନ୍ତି। ଯଦି ସେମାନେ ଜାଣିପାରନ୍ତି ବାହାର ଲୋକ କେହି ତାଙ୍କର ଅନ୍ତିମ ସଂସ୍କାର ଦେଖୁଛନ୍ତି ତେବେ ସେହି ବ୍ୟକ୍ତି ପାଇଁ ଏହା ଖୁବ୍ ବିପଦଜନକ।

କିନ୍ନରମାନେ ନିଜେ ତାଙ୍କର ଜୀବନକୁ ଏତେ ଅଭିଶପ୍ତ ମାନିଥାନ୍ତି ଯେ, ଶବଯାତ୍ରା ପୂର୍ବରୁ ମୃତକଙ୍କୁ ଯୋତା-ଚପଲରେ ପିଟିଥାନ୍ତି ଓ ଗାଳି ମଧ୍ୟ ଦେଇଥାନ୍ତି ଯାହାଫଳରେ ମୃତ କିନ୍ନର ଯଦି ଜୀବିତ ଅବସ୍ଥାରେ କିଛି ଅପରାଧ କରିଥାଏ ତା’ର ପ୍ରାୟଶ୍ଚିତ ହୋଇଯିବ ଓ ଆର ଜନ୍ମରେ ସାଧାରଣ ମଣିଷ ଜନ୍ମ ମିଳିପାରିବ। ନିଜ ସମୁଦାୟର ଗୋଟିଏ ବି କିନ୍ନର ମୃତ୍ୟୁ ପରେ ବୟସ୍କ କିନ୍ନରଙ୍କ ସମୁଦାୟ ୧ ସପ୍ତାହ ପର୍ଯ୍ୟନ୍ତ ବ୍ରତ କରିଥାନ୍ତି ଓ ମୃତକଙ୍କ ପାଇଁ ପ୍ରାର୍ଥନା କରିଥାନ୍ତି।

କିନ୍ନରଙ୍କ ଶବକୁ ପୋଡିବା ବଦଳରେ ପୋତା ଯାଇଥାଏ। ଅନ୍ତିମ ସଂସ୍କାର ଗୁପ୍ତ ଏବଂ ସାଧାସିଧା ଭାବରେ କରାଯାଇଥାଏ। ଶବକୁ ଧଳା କପଡାରେ ଗୁଡାଇ ନେଇଥାଏ। ଏହାର ପ୍ରତୀକ ହେଉଛି ମୃତକର ଏହି ଶରୀର ଓ ଏହି ଦୁନିଆଠାରୁ ସବୁ ସମ୍ପର୍କ ତୁଟି ସାରିଛି। ପାଟିରେ ପବିତ୍ର ଗଙ୍ଗାଜଳ ଦେବାର ମଧ୍ୟ ପରମ୍ପରା ରହିଛି।