PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ଦିବ୍ୟାଙ୍ଗ ଝିଅକୁ ବଳାତ୍କାର ଅଭିଯୋଗରେ ଯୁବକ ଗିରଫ

ମନମୁଣ୍ଡା, ୨୩/୯ : ମନମୁଣ୍ଡା ଥାନା ଅଞ୍ଚଳରେ ଶୁକ୍ରବାର ଜନୈକ ଦିବ୍ୟାଙ୍ଗ ଝିଅକୁ ବଳତ୍କାର ହୋଇଥିବା ଥାନାରେ ଅଭିଯୋଗ ହୋଇଥିବାବେଳେ ଅଭିଯୁକ୍ତକୁ ଗାଁ ଲୋକ ଧରି ପୁଲିସର ଜିମା ଦେଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଏହି ଥାନା ଅଂଚଳର ଜଣେ ଦିବ୍ୟାଙ୍ଗ ଝିଅ(୨୫) ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ୩୦ସମୟରେ ଗାଁ  ଠାରୁ ଦୂର ପଡିଆରେ ମେଣ୍ଢା ଚରାଉଥିଲା। ସେହି ସମୟରେ ଅନ୍ୟ ଏକ ଗ୍ରାମ ଯଥା ମଲ୍ଲିକପଡା ନିବାସୀ ଉଦ୍ଧବ ମାଝୀଙ୍କ ପୁଅ ଅଷ୍ଟମ ଓରଫ ଟିମନ(୨୨) ସେହି ବାଟ ଦେଇ ଯାଉଥିଲାବେଳେ ଦିବ୍ୟାଙ୍ଗ ଝିଅକୁ ଏକୁଟିଆ ଦେଖି ଏକ ବୁଦା ତଳକୁ ଜୋର ଜବରଦସ୍ତି ଟେକି ନେଇ ବଳାତ୍କାର କରିଥିଲା।

ଘଟଣା ସମୟରେ ଦିବ୍ୟାଙ୍ଗ ଝିଅ ଚିତ୍କାର କରୁଥିବାବେଳେ ସେହି ବାଟ ଦେଇଯାଉଥିବା ଜଣେ ବ୍ୟକ୍ତି ତାହା ଶୁଣି ଘଟଣାସ୍ଥଳକୁ ଯାଇ ଦେଖିଥିଲେ। ଉକ୍ତ ବ୍ୟକ୍ତିକୁ ଦେଖି ଅଭିଯୁକ୍ତ ଅଷ୍ଟମ ଘଟଣାସ୍ଥଳରୁ ଧାଇଁ ପଳାଇଥିଲା । ଘଟଣାର ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ତାହା ଜାଣି ଗାଁ ଲୋକେ ଅଭିଯୁକ୍ତକୁ ଧରି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲା। ଥାନାରେ ତାକୁ ରଖି ପୁଲିସ ଘଟଣାର ତଦନ୍ତ ଚଳାଇଥିବା ଜାଣିବାକୁ ମିଳିଛି ।