କେନ୍ଦୁଝର ସଦର,୧୦/୦୮: ଶିରିଶପାଳ ଡ୍ୟାମ୍ରେ ଗାଧୋଇବା ବେଳେ ଅଘଟଣ । ହଠାତ୍ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୨ଜଣ ଗୁରୁତର ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଶିରିଶପାଳର ସୌନ୍ଦର୍ଯ୍ୟଭରା ଡ୍ୟାମ୍ରେ ଏଭଳି ଅଘଟଣା ଘଟିଛି ।
ସୂଚନା ମୁତାବକ, ୩ ସାଙ୍ଗ ମିଶି ଶିରିଶପାଳ ଡ୍ୟାମ୍କୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ହଠାତ୍ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ହିଁ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ୨ ଜଣ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।