ପ୍ରମୂଖ ଖବର
  • ରାଉରକେଲା : ପାରିବାରିକ କଳହର କରୁଣ ପରିଣତି , ୨ ଝିଅକୁ ବିଷ ଦେଇ ନିଜେ ବିଷ ପିଇଲା ମା’
  • ||
  • ରାଜ୍ୟରେ ଖୋଲିବ ୫ ନୂଆ ଏନସିସି ଛାତ୍ରୀ ବାଟାଲିୟନ
  • ||
  • ଆମେରିକାର ପୋଲ୍ ଖୋଲିଲା ଏହି ରିପୋର୍ଟ, ଇରାନର କେବଳ ଗୋଟିଏ ପରମାଣୁ ଠିକଣା ହୋଇଥିଲା ଧ୍ବଂସ
  • ||
  • ବିନିକା : ମହାନଦୀରୁ ମିଳିଲା ଏକ କୁଇଣ୍ଟାଲର ବୋଦା ମାଛ
  • ||
  • ପ୍ରତିବନ୍ଧକର ଧମକ ଦେଇଥିଲେ ନାଟୋ ମୁଖ୍ୟ, କଡ଼ା ଜବାବ ଦେଲା ଭାରତ
  • ||
  • ଏଫଏମ କଲେଜ ଘଟଣା ପରେ ଆକ୍ସନରେ ସରକାର; ଜିଏମ୍ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଗିରଫ
  • ||
  • କଣ୍ଟାବଞ୍ଜି: ରାୟପୁର- ବିଶାଖପାଟଣା ପାସେଞ୍ଜର ଟ୍ରେନର ଏକ ବଗିର ଯାନ୍ତ୍ରିକ ତ୍ରୁଟି,ଦୀର୍ଘ ସମୟ ଧରି ଅଟକିଥିଲା ଟ୍ରେନ
  • ||
  • ନୂଆପଡ଼ା : ସାହାଜଟ ସେବାଶ୍ରମରେ ଅଘଟଣ, ଗଛରେ ଝୁଲି ପଡ଼ିଲେ ଅଷ୍ଟମ ଶ୍ରେଣୀ ଛାତ୍ର
  • ||
  • କେନ୍ଦ୍ରାପଡ଼ା : ଖରସ୍ରୋତାକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଓଡ଼ିଶା ବନ୍ଦ; ସାଲେପୁର କଂଗ୍ରେସରେ ଫାଟ, ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା
  • ||
  • କୋଣାର୍କ : ଓଡ଼ିଶା ବନ୍ଦ ଡାକରାର ପ୍ରଭାବ; ପର୍ଯ୍ୟଟକଶୂନ୍ୟ କୋଣାର୍କ ଓ ଚନ୍ଦ୍ରଭାଗା
  • ||
  • କଳାହାଣ୍ଡି : କେସିଙ୍ଗାରେ ଓଡିଶା ବନ୍ଦ ପ୍ରଭାବ, ସହରର ସମସ୍ତ ଦୋକାନ ବଜାର ସହ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ
  • ||
  • ଆଲାସ୍କା ଦ୍ୱୀପରେ ୭.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ, ସୁନାମି ଚେତାବନୀ ଜାରି
  • ||
  • ସପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ; ଜିଅନ୍ତା ଜଳି ୫୦ ମୃତ, ଅନେକ ଆହତ
  • ||
  • ଖଲ୍ଲିକୋଟ : ୧୬ ନଂ ଜାତୀୟ ରାଜପଥ ନାରାୟଣୀ ଛକରେ ଓଲଟିଲା କାର୍, ଜଣେ ମୃତ ୮ ଗୁରୁତର
  • ||
  • ଓଡ଼ିଶା ବନ୍ଦ, ଚକଅଖ ଜାମ୍, ସକାଳ ୬ରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ, ବାମପନ୍ଥୀ ଦଳ
  • ||
  • ଗୁରୁବାରଠୁ କମିବ ବର୍ଷାର ପରିମାଣ, ୨୩ ଜିଲ୍ଲାରେ ବଜ୍ରଘାତ ଆଶଙ୍କା; ୨୦ରୁ ଅନେକ ସ୍ଥାନରେ ବର୍ଷା ସମ୍ଭାବନା
  • ||

ରାଜ୍ୟ ବାହାରେ ଦାଦନ ଖଟିବା ହେଲା କାଳ; କାମ କରୁଥିବା ବେଳେ ଯୁବକଙ୍କ ହାତରେ ବ୍ଲାଷ୍ଟିଂ

Published By : Rasmita Pradhan | June 24, 2025 2:53 PM

ଲାଞ୍ଜିଗଡ଼, ୨୪/୬ : କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ କାମ ନପାଇ ହଜାର ହଜାର ସଂଖ୍ୟାରେ ଲୋକେ ବିଭିନ୍ନ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଅନେକ ସମୟରେ ଦାଦନ ଖଟିବାକୁ ଯାଇ କିଏ ଶବ ହୋଇ ଫେରୁଛି ତ ଆଉ କିଏ ପଙ୍ଗୁ ହୋଇ ଫେରୁଛି। ଏବେ ପୁଣି ଜଣେ ଯୁବକ ଦାଦନ ଖଟିବାକୁ ଯାଇ ହାତ ହରେଇଛନ୍ତି। ଲାଞ୍ଜିଗଡ଼ ଥାନା ଚମ୍ପାଦେଇପୁର ପଞ୍ଚାୟତର ହରିହରପୁର ଗାଁର ଦୁଷ୍ମନ୍ତ ଜାଲ (୩୦ ବର୍ଷ) ଦାଦନ ଖଟିବାକୁ ଯାଇ ପଙ୍ଗୁ ହୋଇ ଘରକୁ ଫେରି ଜିଲ୍ଲା ଶ୍ରମ ଅଧିକାରୀଙ୍କ ଦ୍ବାରସ୍ତ ହୋଇଛନ୍ତି।

ସୂଚନା ଅନୁସାରେ, ହରିହରପୁର ଗାଁର ଦୁଷ୍ମନ୍ତ ଜାଲ ପରିବାର ପ୍ରତିପୋଷଣ ପାଇଁ ଗତ ଏପ୍ରିଲ ୩୦ ତାରିଖରେ କେରଳ ଯାଇଥିଲେ। ମଙ୍ଗନୋର ଜିଲ୍ଲାର ଏନଆରଜି ମଙ୍ଗଲମ ଅଞ୍ଚଳରେ ଥିବା ପିଜେ ଇଣ୍ଟରପ୍ରାଇଜେସର ପଥର କୁଆଁରୀ କନଟ୍ରକ୍ସନରେ ବ୍ଲାଷ୍ଟିଙ୍ଗ କାମ କରୁଥିଲେ। ଗତ ଜୁନ ୭ ତାରିଖରେ ଦୁଷ୍ମନ୍ତ କାମ କରିବା ବେଳେ ତାଙ୍କ ହାତରେ ବ୍ଲାଷ୍ଟିଙ୍ଗ ହୋଇଯାଇଥିଲା। ଯାହାଫଳରେ ଦୁଷ୍ମନ୍ତଙ୍କ ଡାହାଣ ହାତର ୨ଟି ଆଙ୍ଗୁଠି କଟି ଯାଇଥିଲା। ତାଙ୍କ ଛାତି, ବାମ ଗୋଡରେ ଭୀଷଣ ଆଘାତ ଲାଗି ସେ ଗୁରୁତର ହୋଇପଡ଼ିଥିଲେ। ପୁଲିସ ଭୟରେ ମାଲିକ ନିକଟସ୍ଥ ଡାକ୍ତରଖାନାରେ ଦୁଷ୍ମନ୍ତଙ୍କୁ ଚିକିତ୍ସା ନକରି ୬୦ କିମି ଦୂରରେ ଥିବା ଏକ ବେସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଦୁଷ୍ମନ୍ତଙ୍କୁ ଏକ ମାସ ରହିବାକୁ କହିଥିଲେ। ମାତ୍ର ମାଲିକ ଜୁନ ୭ ତାରିଖରେ ଭର୍ତ୍ତି କରି ୧୪ ତାରିଖରେ ଡାକ୍ତରଙ୍କ ସହିତ କଥାବାର୍ତ୍ତା କରି ତାଙ୍କୁ ଡିସଚାର୍ଜ କରିଦେଇଥିଲେ। ପରେ ଦୁଷ୍ମନ୍ତଙ୍କ ସବୁ ଖର୍ଚ୍ଚ ବହନ କରିବି କହି ୧୫ ତାରିଖରେ ଟ୍ରେନରେ ବସାଇ ଘରକୁ ପଠାଇ ଦେଇଥିଲେ। ହେଲେ ଦୁଷ୍ମନ୍ତ ଘରକୁ ଫେରିବା ପରେ ତାଙ୍କ ସହ ଯୋଗାଯୋଗ କାଟି ଦେଇଥିଲେ। ଏପରିକି ଦୁଷ୍ମନ୍ତଙ୍କ ପାରିଶ୍ରମିକ ବାବଦକୁ ୧୭୫୦୦ ଟଙ୍କା ମଧ୍ୟ ଦେଇନଥିଲେ। 

୧୬ ତାରିଖରେ ଦୁଷ୍ମନ୍ତ ନିଜ ଘରେ ପହଞ୍ଚିବା ପରେ ପ୍ରାଥମିକ ଚିକିତ୍ସା ପରେ ଜୁନ ୨୦ ତାରିଖ ଶୁକ୍ରବାର ଦିନ ଲାଞ୍ଜିଗଡ଼ ବ୍ଳକ ଆଦିବାସୀ ସଭାପତି ସୁକୃ ମାଝୀ, ତୁଲେଶ୍ୱର ଜାଲ ସହିତ କଳାହାଣ୍ଡି ଜିଲ୍ଲା ଶ୍ରମ ଅଧିକାରୀ ସୁବାସ ଚନ୍ଦ୍ର ମଣ୍ଡଳଙ୍କ ଦ୍ବାରସ୍ତ ହୋଇ ଘଟଣା ବିଷୟରେ ଜଣାଇଥିଲେ। ଜିଲ୍ଲା ଶ୍ରମ ଅଧିକାରୀ ଏନେଇ ଏକ ମାମଲା ରୁଜୁ କରି କ୍ରସର ମାଲିକଙ୍କୁ ଡକାଇ କ୍ଷତିପୂରଣ ଦେବା ପାଇଁ ଦୁଷ୍ମନ୍ତଙ୍କୁ କହିଥିବା ସେ ପ୍ରକାଶ କରିଛନ୍ତି। ଏନେଇ ଜିଲ୍ଲା ଶ୍ରମ ଅଧିକାରୀ ସୁବାଷ ଚନ୍ଦ୍ର ମଣ୍ଡଳଙ୍କୁ ଯୋଗାଯୋଗ କରିଥିବା ବେଳେ ତାଙ୍କ ଫୋନ୍ ଅଫ ଥିବାରୁ ପ୍ରତିକ୍ରିୟା ମିଳିପାରି ନାହିଁ। ଦୁଷ୍ମନ୍ତ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ନିବେଦନ କରିଛନ୍ତି। ତେବେ ଲାଞ୍ଜିଗଡ଼ ଅଞ୍ଚଳରେ ବାରମ୍ବାର ଏଭଳି ଘଟଣା ଘଟୁଥିବା ବେଳେ କାମ ନପାଇ ବର୍ତ୍ତମାନ ମଧ୍ୟ ବ୍ଳକର ୧୦ ହଜାରରୁ ଅଧିକ ଲୋକ ବିଭିନ୍ନ ରାଜ୍ୟରେ କାମ କରୁଥିବା ସୂଚନା ମିଳିଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.