ପ୍ରମୂଖ ଖବର
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ମାଉଣ୍ଟ ମୀରା ଶିଖରରେ ମଧୁସ୍ମିତା

Published By : Anindita Ratha | May 4, 2025 11:45 AM

ଭୁବନେଶ୍ୱର,୦୪/୦୫: ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହର ଗୋସାଣି ନିବାସୀ ମଧୁସ୍ମିତା ପାତ୍ର ଗତ ୨୯ ତାରିଖରେ ସଫଳତାର ସହ ନେପାଳର ମାଉଣ୍ଟ ମୀରା (୬,୪୭୬ମିଟର) ଆରୋହଣ କରି ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି । ସେ ୧୯ ତାରିଖରେ ନେପାଳର କାଠମାଣ୍ଡୁରୁ ମାଉଣ୍ଟ ମୀରା ଆରୋହଣ ପାଇଁ ବାହାରିଥିଲେ । ସେ ପ୍ରତି ଦିନ ୫ରୁ ୭ଘଣ୍ଟା ପାହାଡ଼ ଚଢ଼ିବା ସହ ୨୭ ତାରିଖରେ ବେସ୍‌ କ୍ୟାମ୍ପରେ ପହଞ୍ଚିଥିଲେ । 

ପରଦିନ ସେ ଆଡଭାନ୍ସ ବେସ୍‌ କ୍ୟାମ୍ପରେ ପହଞ୍ଚି ବିଶ୍ରାମ ନେଇଥିଲେ ଏବଂ ରାତ୍ରି ୨.୩୦ରେ ନିଜ ଗାଇଡ୍‌ଙ୍କ ସହ ପୁଣି ଆରୋହଣରେ ବାହାରିଥିଲେ । ୨୯ ତାରିଖ ସକାଳ ୯.୪୫ରେ ମଧୁସ୍ମିତା ମାଉଣ୍ଟ ମୀରା ଶିଖରରେ ପହଞ୍ଚି ଜାତୀୟ ପତାକା ଉଡ଼ାଇଥିଲେ । ତାଙ୍କର ଏହି ଅଭିଯାନ ପାଇଁ ଏସ୍‌ଏନ୍‌ଏମ୍‌ ମାଇନ୍ସ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ପ୍ରବୋଧ ମହାନ୍ତି ଏବଂ ସ୍ପୋର୍ଟ୍ସ ସାଇନ୍ସ ଇଣ୍ଡିଆର ନିର୍ଦ୍ଦେଶକ ଡ. ସାର୍ଥକ ପଟ୍ଟନାୟକ ସମସ୍ତ ଖର୍ଚ୍ଚ ବହନ କରିଥିଲେ । ମଧୁସ୍ମିତା କମ୍ପ୍ୟୁଟର ଇଞ୍ଜିନିୟର ଭାବେ ଟିସିସି କମ୍ପାନୀ ଚେନ୍ନାଇରେ କାର୍ଯ୍ୟରତ ଅଛନ୍ତି । ସେ ଜଣେ ତାଲିମପ୍ରାପ୍ତ ପର୍ବତାରୋହୀ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.