PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ରାକ୍ଷୀ ପୂର୍ଣ୍ଣିମାରେ ଘରକୁ ଫେରୁଥିବା ବେଳେ ଇସ୍ରୋର ଯୁବ ବୈଜ୍ଞାନିକ ନିଖୋଜ , ୫ଦିନ ହେବ ମୋବାଇଲ ବନ୍ଦ !

ସୁରଜପୁର – ଇସ୍ରୋ ( ଇଣ୍ଡିଆନ୍‌ ସ୍ପେସ୍‌ ରିସର୍ଚ୍ଚ ଅର୍ଗାନାଇଜେସନ) ସଂସ୍ଥାର ଯୁବ ବୈଜ୍ଞାନିକ ନିଖୋଜ। ରାକ୍ଷୀ ପୂର୍ଣ୍ଣିମା ପାଳିବାକୁ ଛତିଶଗଡ଼ର ସୁରଜପୁର ଫେରିବା ବେଳେ ରହସ୍ୟପୂର୍ଣ୍ଣ ଭାବେ ନିଖୋଜ ହୋଇ ଯାଇଛନ୍ତି । ୫ଦିନ ହେବ ତାଙ୍କର କୌଣସି ଖବର ମିଳୁନାହିଁ। ଯୁବ ବୈଜ୍ଞାନିକଙ୍କ ହଠାତ୍‌ ନିଖୋଜ ହୋଇଯିବା ନେଇ ପରିବାର ସମେତ ପୁଲିସ୍‌ ବିଭାଗରେ ବି ଆଲୋଡନ ସୃଷ୍ଟି ହୋଇଛି।

ସୁରଜପୁର ଏସ୍‌ପିଙ୍କ ନିର୍ଦ୍ଦେଶରେ ପୁଲିସ୍ ଟିମ୍‌ ପରିଜନଙ୍କ ସହ ପୁରୀ(ଓଡ଼ିଶା)ରେ ପହଞ୍ଚିଥିଲେ, ଯେଉଁଠି ତାଙ୍କର ଶେଷ ମୋବାଇଲ ଲୋକେସନ ମିଳିଥିଲା । ହେଲେ ପୁଲିସ୍‌ ଟିମ୍‌ ଓଡ଼ିଶାରୁ ଖାଲି ହାତରେ ଫେରିଥିଲେ । ଯୁବ ବୈଜ୍ଞାନିକ ନା ଘରେ ପହଞ୍ଚିଛନ୍ତି ନା ତାଙ୍କର ଇସ୍ରୋ ଡ୍ୟୁଟିକୁ ଫେରିବାକୁ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଆଧାରରେ , ଦୀପକ ପାଇକରାଙ୍କ ଘର ସୁରଜପୁର ଜିଲ୍ଲାର ଲଟୋରୀ ପୁଲିସ ଥାନାର ପଞ୍ଚାୟତ କସକେଲା ଗାଁରେ। ତାଙ୍କର ପିତାଙ୍କ ନାଁ ରାମଦାସ ପାଇକରା। ଦୀପକ ଅହମ୍ମଦାବାଦରେ ଇଣ୍ଡିଆନ ସ୍ପେଶ୍‌ ରିସର୍ଚ୍ଚ ଅର୍ଗାନାଇଜେସନର ବୈଜ୍ଞାନିକ ସି ପଦରେ ନିଯୁକ୍ତ ଅଛନ୍ତି। ସେ ରାକ୍ଷୀ ପୂର୍ଣ୍ଣିମା ପାଳିବାକୁ ୫ ଅଗଷ୍ଟରେ ଅହମ୍ମଦାବାଦରୁ ବାହାରି ଥିଲେ। ୬ ଅଗଷ୍ଟରେ ବୈଜ୍ଞାନିକ ନାଗପୁର ପହଞ୍ଚିବାର ସୂଚନା ନିଜର ଘର ଲୋକଙ୍କୁ ଦେଇଥିଲେ । ଏହାପରେ ତାଙ୍କର ମୋବାଇଲ ବନ୍ଦ ରହିଛି ।

ଫୋନ୍‌-ପେ ଟ୍ରାଜାକ୍ସନରୁ ପରିବାର ଲୋକଙ୍କୁ ସୂଚନା ମିଳିଥିଲା କି ,୭ ଅଗଷ୍ଟରେ ତାଙ୍କର ଲାଷ୍ଟ ଲୋକେସନ ପୁରୀ ଷ୍ଟେସନ (ଓଡ଼ିଶା) ଥିଲା । ଯିବ ବୈଜ୍ଞାନିକ ଘରେ ନପହଞ୍ଚିବାରୁ ପରିବାର ଲୋକ ଲଟୋରୀ ପୁଲିସ ଥାନାରେ ଅଭିଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର