PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

କାନରେ ଇୟରଫୋନ୍ ଲଗାଇ ଶୋଇବା ଯୋଗୁଁ ଯୁବକଙ୍କ ମୃତ୍ୟୁ, ଏମିତି କିଛି ଭୁଲ୍ ପଡିବ ମହଙ୍ଗା

source:www.jagran.com

କିଛି ବର୍ଷ ଧରି ମୋବାଇଲ ଫୋନ୍ ବ୍ଲାଷ୍ଟ ହେବାରୁ ଅନେକ ଦୁର୍ଘଟଣା ଘଟିଥିବା ସାମ୍ନାକୁ ଆସିଛି । ଏବେ ନିକଟରେ ଏକ ନୂଆ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ଥାଇଲାଣ୍ଡରେ ଜଣେ ୨୪ ବର୍ଷୀୟ ଯୁବକଙ୍କ ମୃତ୍ୟୁ କାନରେ ଇୟର ଫୋନ୍ ଲଗାଇବା ଯୋଗୁଁ ହୋଇଛି । ତେବେ ପୋଲିସକୁ ସନ୍ଦେହ ହେଉଛି ଯେ ଯୁବକଙ୍କ ମୃତ୍ୟୁ ସ୍ମାର୍ଟଫୋନ୍ ଦ୍ୱାରା ହେଉଥିବା ଇଲକ୍ଟୋଫ୍ଯୁଜନ୍ ଯୋଗୁଁ ହୋଇଛି । ତେବେ ମୃତଦେହକୁ ବ୍ଯବଛେଦ ପାଇଁ ପଠାଯାଇଛି ।

ଥାଇଲାଣ୍ଡ ପୋଲିସର ସୂଚନା ଅନୁସାରେ ଯୁବକଙ୍କ ମୃତ୍ୟୁ ମୁଖ୍ଯ ରୂପେ ସର୍ଟ ସର୍କିଟ୍ ଯୋଗୁଁ ହୋଇଥାଇପାରେ । ଏପରି କୁହାଯାଉଛି ଯେ ୨୪ ବର୍ଷୀୟ ଯୁବକ ନିଜ ସ୍ମାର୍ଟଫୋନ୍ ଚାର୍ଜିଂରେ ଲଗାଇ  ଇୟରଫୋନରେ କୌଣସି ଗୀତ ଶୁଣୁଥିବେ କିମ୍ବା କାହା ସହିତ କଥା ହେଉଥିବେ । ପୋଲିସ ସୂଚନା ଅନୁସାରେ ଏହା ସାମସଙ୍ଗ ଫୋନ୍ ଥିଲା କିନ୍ତୁ ଏଥିରେ କୌଣସି ଥାର୍ଡ ପାର୍ଟି ଚାର୍ଜରରେ ଚାର୍ଜ କରାଯାଉଥିଲା । ଏହା ସହିତ ଏହା ମଧ୍ୟ ଦେଖିବାକୁ ମିଳିଥିଲା ଯେ ଯୁବକ ନିଜ ଇୟରଫୋନରର ମାଇକ୍ରୋଫୋନକୁ ନିଜ ଓଠ ଉପରେ ରଖିଥିଲେ ।

ସ୍ମାର୍ଟଫୋନ୍ କିମ୍ବା ଅନ୍ୟ ଇଲେକଟ୍ରୋନିକ୍ ଡିଭାଇସରେ ସର୍ଟ-ସର୍କିଟର ଏହା ପ୍ରଥମ ଘଟଣା ନୁହେଁ । ସାଧାରଣତଃ ସ୍ମାର୍ଟଫୋନର ବ୍ୟାଟେରୀରେ ହେଉଥିବା ବ୍ଲାଷ୍ଟ ମଧ୍ୟ ଏକ ପ୍ରକାର ସର୍ଟ ସର୍କିଟ୍ । ଯେତେବେଳେ ସ୍ମାର୍ଟଫୋନର ବ୍ଯାଟେରୀ ଓଭରହିଟ୍ ହୋଇଯାଏ ସେତେଭେଳେ ତାହା ବ୍ଲାଷ୍ଟ ହେବାର ଏକ ସମ୍ଭାବନା ବହୁତ ବଢିଯାଏ । ଯେମିତି ଏହି ଘଟଣାରେ ଯୁବକଙ୍କ  ମୃତ୍ଯୁ କୌଣସି ଥାର୍ଡ ପାର୍ଟି ଚାର୍ଜର ବ୍ୟବହାର କରିବା ଯୋଗୁଁ  ହୋଇଛି ।

ତେବେ ନିମ୍ନରେ କିଛି ଟିପ୍ସ ଦିଆଯାଇଛି ଯାହାକୁ ଆପଣେଇବା ଦ୍ୱାରା ଏଭଳି ଅଘଟଣରୁ କିଛି ମାତ୍ରାରେ ଏଡାଇ ଦିଆଯାଇପାରିବ ।

୧. ସ୍ମାର୍ଟଫୋନକୁ ଚାର୍ଜ କରିବା ସମୟରେ ବ୍ୟବହାର କରିବା ଉଚିତ୍ ନୁହେଁ ।

୨. ସ୍ମାର୍ଟଫୋନର କେବେବି ଥାର୍ଡ ପାର୍ଟି ଚାର୍ଜର ବ୍ୟବହାର କରନ୍ତୁ ନାହିଁ ।

୩. ସ୍ମାର୍ଟଫୋନରେ ଇୟରଫୋନ ଲଗାଇ ରାତିରେ ଶୁଅନ୍ତୁ ନାହିଁ ।

୪. ଫୋନ୍ ଗରମ ଥିବା ସମୟରେ ବ୍ୟବହାର କରନ୍ତୁନି ।

୫. ସ୍ମାର୍ଟଫୋନ୍ ହ୍ୟାଙ୍ଗ ହେଲେ ତାକୁ ସର୍ଭିସ୍ ସେଣ୍ଟର ନିଅନ୍ତୁ ।

୬.ସମୟ ସମୟରେ ସ୍ମାର୍ଟଫୋନର ବ୍ୟାଟେରୀ ଚେକ୍ କରନ୍ତୁ ।

ସମ୍ବନ୍ଧିତ ଖବର