PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର: ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିିତ ପୂଜାରୀଙ୍କୁ ବହିଷ୍କାର ପରେ ବଦଳିଲେ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ
  • ||
  • ସିଙ୍ଗାପୁରରେ ରାଷ୍ଟ୍ରପତି ନିର୍ବାଚନ ଲଢିବେ ଭାରତୀୟ ବଂଶୋଦ୍ଭବ ତଥା ବରିଷ୍ଠ ମନ୍ତ୍ରୀ ଥର୍ମନ ଶନମୁଗରତ୍ନମ
  • ||
  • ଭୁବନେଶ୍ବର : ୧୦ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା କଂଗ୍ରେସ
  • ||
  • ଭୁବନେଶ୍ବର : ପିସିସି ଶୃଙ୍ଖଳା କମିଟି ପୁନର୍ଗଠନ, କମିଟି ଅଧ୍ୟକ୍ଷ ହେଲେ ବିଧାୟକ ସନ୍ତୋଷ ସିଂ ସାଲୁଜା
  • ||
  • ସୋର : ଭଙ୍ଗା ହେଲା ବାହାନଗା ହାଇସ୍କୁଲ ଘର, ଟ୍ରେନ୍ ଦୁର୍ଘଟଣା ପରେ ରଖାଯାଇଥିଲା ମୃତଦେହ
  • ||
  • ଭୁବନେଶ୍ଵର : ରେଲୱେ ପକ୍ଷରୁ ବାହାନଗା ରେଳ ଦୁର୍ଘଟଣାଗ୍ରସ୍ତ ୬୬୧ ପରିବାରକୁ ମିଳିଛି ସହାୟତା ରାଶି, ୪ଟି ଲେନରେ କରୁଛି ଟ୍ରେନ୍ ଚଳାଚଳ
  • ||
  • ରାୟଗଡ଼ା : ଠିକାଦାର ତଥା କଂଗ୍ରେସ ନେତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
  • ||
  • ଭୁବନେଶ୍ଵର : ଏକ ମଡେଲ ସ୍କୁଲ ଭାବରେ ଗଢାହେବ ବାହାନଗା ହାଇସ୍କୁଲ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
  • ||

ବଦଳୁଛି କାଶ୍ମୀର, ପଛରେ ପଡ଼ିଛି ଗୁଳିର ଶବ୍ଦ; ବଢ଼ିବାରେ ଲାଗିଛି ଯୁବକଙ୍କ ଆଶା ଓ ବିଶ୍ବାସ

Image Courtesy: Telegraph India

ନୂଆଦିଲ୍ଲୀ,୨୫/୦୫: ଏବେ କାଶ୍ମୀର ଉପତ୍ୟକାର ସବୁଠାରୁ ଉତ୍ତପ୍ତ ସ୍ଥାନ ହେଉଛି ପୋଲୋ ଭ୍ୟୁ ମାର୍କେଟ୍। ସନ୍ଧ୍ୟାରେ ଏହା କୌଣସି ୟୁରୋପୀୟ ଦେଶର ବଜାରଠାରୁ କମ୍ ନୁହେଁ। ଯୁବକମାନେ ଘଣ୍ଟା ଘଣ୍ଟା ଧରି ଏଠାରେ ବୁଲାବୁଲି କରିବାକୁ ପସନ୍ଦ କରୁଛନ୍ତି। ଖାଇବା, ସପିଂ ଏବଂ ମଜା କରିବାର ପର୍ଯ୍ୟାୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏଠାରେ ଚାଲିଥାଏ। ଏହା ହେଉଛି ନୂଆ କାଶ୍ମୀର। ଏଠାରେ ଲୋକମାନେ ସନ୍ଧ୍ୟା ହେବା ମାତ୍ରେ ନିଜ ଘରେ ଲୁଚି ରୁହନ୍ତିନି ବରଂ ମଜା କରିବାକୁ ନିର୍ଭୟରେ ବାହାରକୁ ଆସନ୍ତି। ସ୍ମାର୍ଟ ସିଟି ଅଧୀନରେ ଜାମ୍ମୁ କାଶ୍ମୀର ପ୍ରଶାସନ ଦ୍ୱାରା ପୋଲୋ ଭ୍ୟୁ ମାର୍କେଟ୍ ବିକଶିତ ହୋଇଛି।

ଜମ୍ମୁ-କଶ୍ଜୀରର ଶ୍ରୀନଗରରେ ବିଶାଳ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସୋମବାର ଜି -୨୦ ଦେଶର ପର୍ଯ୍ୟଟନ କାର୍ଯ୍ୟ ସମୂହର ତୃତୀୟ ବୈଠକ ଆରମ୍ଭ ହୋଇଛି। ଏହି ସମ୍ମିଳନୀ ତିନି ଦିନ ଧରି ଚାଲିଥିଲା। ଅଗଷ୍ଟ ୨୦୧୯ ରେ ଧାରା ୩୭୦ ଉଚ୍ଛେଦ ହେବା ଏବଂ ତତ୍କାଳୀନ ରାଜ୍ୟକୁ ଦୁଇ କେନ୍ଦ୍ର ଶାସିତ ରାଜ୍ୟରେ ବିଭକ୍ତ କରିବା ଓ  ପ୍ରାୟ ୩୭ ବର୍ଷ ପରେ ଜାମ୍ମୁ କାଶ୍ମୀରରେ ଏହା ପ୍ରଥମ ଆନ୍ତର୍ଜାତୀୟ ବୈଠକ ଥିଲା। ଚଳିତ ବର୍ଷ ଜି -୨୦ ଉପରେ ଭାରତ ଅଧ୍ୟକ୍ଷତା କରୁଛି। ଏହି ବୈଠକ ଦେଶର ସମସ୍ତ ରାଜ୍ୟରେ ଅନୁଷ୍ଠିତ ହେଉଛି। ଏହି ସହରଗୁଡିକରେ ଶ୍ରୀନଗରକୁ ମଧ୍ୟ ଚୟନ କରାଯାଇଥିଲା।

ଣ କହୁଛନ୍ତି ଯୁବଗୋଷ୍ଠୀ?

ଶ୍ରୀନଗରର ପୋଲ୍‌ ଭିୟୁ ବଜାରକୁ ବନ୍ଧୁମାନଙ୍କ ସହ ଆସିଥିବା ଫରଦ୍ଦିନ ଖାନ କୁହିଛନ୍ତି, “ମୁଁ ପଲିଟେକ୍ନିକ୍ ପଢ଼ୁଛି। ମୋତେ ରାପ୍ କରିବାକୁ ଭଲ ଲାଗେ। ଏଠାକୁ ଆସିବାକୁ ଏବେ ଭଲ ଲାଗୁଛି। ପୂର୍ବରୁ ଏବଂ ବର୍ତ୍ତମାନ ପରିସ୍ଥିତି ମଧ୍ୟରେ ବହୁତ ପାର୍ଥକ୍ୟ ଅଛି।” ଅନ୍ୟଜଣେ କମ୍ପ୍ୟୁଟର ସାଇନ୍ସ ଛାତ୍ର ଗୁରୁପ୍ରୀତ କୁହିଛନ୍ତି, “କାଶ୍ମୀରରେ ସ୍ଥିତିରେ ସୁଧାର ଆସିଛି। ଯୁବକଙ୍କ ଆକାଂକ୍ଷା ବଦଳିଛି।” ମହାରାଷ୍ଟ୍ରର ପୁଣେରୁ ଶ୍ରୀନଗରକୁ ଆସିଥିବା ଭକ୍ସ ପପ୍ ମଧ୍ୟ କୁହିଛନ୍ତି, “ମୁଁ ଏଠାରେ ରହେ ନାହିଁ। ମୁଁ ପୋଲୋ ଭ୍ୟୁ ମାର୍କେଟ ବିଷୟରେ ବହୁତ ଶୁଣିଥିଲି। ସେଥିପାଇଁ ମୁଁ ଏହାକୁ ଦେଖିବାକୁ ଆସିଥିଲି। ଆପଣମାନେ ମଧ୍ୟ ଏହି ସ୍ଥାନକୁ ଉପଭୋଗ ନିର୍ଭୟରେ କରିପାରିବେ।”

କାଶ୍ମୀରରେ ଅଧିକରୁ ଅଧିକ ପୁଞ୍ଜି ନିବେଶ କେନ୍ଦ୍ରର ଲକ୍ଷ:

କାଶ୍ମୀର ଘାଟିରେ ଜି -୨୦ ଆୟୋଜନ କରିବା ପରେ କେନ୍ଦ୍ର ସରକାର କାଶ୍ମୀର ଉପତ୍ୟକାର ସୌନ୍ଦର୍ଯ୍ୟ ବିଷୟରେ ବିଶ୍ୱକୁ ଅବଗତ କରାଇବାକୁ ଚାହୁିଥିଲେ। ଏପରିକି ଏହା ସହିତ ଜାମ୍ମୁ କାଶ୍ମୀରରେ ସର୍ବାଧିକ ପୁଞ୍ଜି ବିନିଯୋଗ ଆଣିବା ସରକାରଙ୍କ ଉଦ୍ଦେଶ୍ୟ ଥିଲା। ସ୍ମାର୍ଟ ସିଟି ପ୍ରୋଜେକ୍ଟର ମୁଖ୍ୟ ଇଞ୍ଜିନିୟର ଇଫ୍ତିକର କୁହିଛନ୍ତି ଯେ, “ଲୋକମାନେ ବର୍ତ୍ତମାନ ନିଜକୁ ସୁରକ୍ଷିତ ମଣୁଛନ୍ତି। ୨୦୧୯ ପରେ ଏଠାରେ ଶିଳ୍ପ ସମ୍ବନ୍ଧୀୟ ଚିତ୍ର ବହୁତ ବଦଳିଛି।”

ପୁଣି ଥରେ ହେଉଛି ସୁଟିଂ ଓ ପ୍ରେକ୍ଷାଳୟରେ ଚାଲୁଛି ସିନେମା:

 ଦିନେ ଏମିତି ସମୟ ଥିଲା ଯେତେବେଳେ କାଶ୍ମୀର ଭାରତୀୟ ଚଳଚ୍ଚିତ୍ର ନିର୍ମାତାଙ୍କର ପ୍ରିୟ ସ୍ଥାନ ଥିଲା। ଷାଠିଏ ଓ ସତୁରି ଦଶକର ଚଳଚ୍ଚିତ୍ରରୁ ଆମେ କାଶ୍ମୀରର ଦୃଶ୍ୟକୁ ଚିହ୍ନିଥିଲୁ, ଶିକାରୀମାନଙ୍କୁ ଦେଖିଥିଲୁ, ସେମାନଙ୍କ ସୌନ୍ଦର୍ଯ୍ୟରେ ଆଶ୍ଚର୍ଯ୍ୟ ହୋଇଥିଲୁ। ଅଶୀ ଦଶକ ପରେ କାଶ୍ମୀରର ପାରତପାର୍ଶ୍ବିକ ପରିସ୍ଥିତି ପରିବେଶକୁ ବଦଳାଇ ଦେଇଥିଲା। କିନ୍ତୁ ପୁଣି ଥରେ ପୁରୁଣା ଚିତ୍ର ଏକ ନୂଆ ଢ଼ଙ୍ଗରେ ଫେରି ଆସୁଛି। ସେଠାରେ ପୁଣି ଫିଲ୍ମ ସୁଟିଂ କରାଯାଉଛି। ୨୦୨୧ ମସିହାରେ ଜାମ୍ମୁ କାଶ୍ମୀରରେ ନୂତନ ଚଳଚ୍ଚିତ୍ର ନୀତି ଘୋଷଣା ହେବା ପରେ ପ୍ରାୟ ୧୫୦ ଟି ଚଳଚ୍ଚିତ୍ର ଏବଂ ୱେବ୍ ସିରିଜର ସୁଟିଂ ପାଇଁ ଅନୁମତି ନିଆଯାଇଥିଲା। ଜି -୨୦ ବୈଠକର ପ୍ରଥମ ଅଧିବେଶନରେ ଚଳଚ୍ଚିତ୍ର ପର୍ଯ୍ୟଟନ ଉପରେ ଧ୍ୟାନ ଦିଆଯାଇଥିଲା। ବଦଳୁଛି କାଶ୍ମୀର, ନିର୍ଭୟରେ ବୁଲୁଛନ୍ତି ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକ। ପଛରେ ପଡ଼ିଛି ଆତଙ୍କୀଙ୍କ ଗୁଳିଶବ୍ଦ। ଆଉ ତାକୁ ମାତ୍‌ ଦେଇଛି ଭାରତୀୟ ସେନାଙ୍କ ଅଦମ୍ୟ ଶକ୍ତି।

ସମ୍ବନ୍ଧିତ ଖବର