ରାଇଘର,୩।୧୧ : କୁନ୍ଦେଇ ଥାନା ଅଧୀନରେ ଥିବା ଏକ ଗ୍ରାମରେ ଜଣେ ଯୁବତୀଙ୍କୁ  ବଳାତ୍କାର କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାରେ କେବିକଙ୍ଗା ଡିଏନକେ ଗ୍ରାମର ନିତାଇ ମଣ୍ଡଲଙ୍କୁ କୁନ୍ଦେଇ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ନିତାଇ ଜଣେ ନୀଳଗିରି ବେପାରୀଙ୍କ ନିକଟରେ ସୁପରଭାଇଜର କାମ କରନ୍ତି କାମ ସରିବା ପରେ ଲେବରମାନଙ୍କୁ ସେମାନଙ୍କ ମଜୁରୀ ନେଇ ଦେଇଥାନ୍ତି ଗତ ୨୨ତାରିଖରେ ଯୁବତୀଙ୍କ ଘରକୁ ମଜୁରୀ ଦେବାକୁ ଯାଇଥିଲେ। ଘରେ କେହିନଥିବା ସୁଯୋଗ ନେଇ ପାଣି ପିଇବା ବାହାନା କରିଥିଲେ ଯୁବତୀ ଜଣକ ପାଣି ପାଇଁ ଘର ଭିତରକୁ ଯିବାପରେ ନିତାଇ ମଧ୍ୟ ତା ପଛେ ପଛେ ଘର ଭିତରେ ପଶି ଯାଇ ବଳାତ୍କାର କରିବାକୁ ଉଦ୍ୟମ କରିଥିଲେ ଏହି ସମୟରେ ଯୁବତୀ ଜଣକ ପାଟି କରିବାରୁ ସମ୍ପର୍କୀୟ ଦାଦା ପୁଅ ଭାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ। ନିତାଇ ଦୌଡ଼ି ପଳାଇଥିଲା  ଏହାପରେ  ଯୁବତୀଙ୍କ ସମ୍ପର୍କୀୟ ଭାଇ ଗ୍ରାମବାସୀଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ଗ୍ରାମରେ ଏହି ଘଟଣାକୁ ନେଇ ବୈଠକ ହୋଇଥିଲା ବୈଠକରେ କୌଣସି ସମାଧାନ ନ ହେବାରୁ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ ଏହାପରେ ପୁଲିସ ନିତାଇକୁ ଗିରଫ କରି କୋର୍ଟ ଚାଲାଣ କରିଛି କୁନ୍ଦେଇ ଥାନା ଅଧିକାରୀ ଦୁର୍ଗା ପ୍ରସାଦ ବ୍ରହ୍ମା କେଶର ତଦନ୍ତ କରୁଛନ୍ତି।