ଭୁବନେଶ୍ଵର, ୦୯/୦୫ : ବାଲିପାଟଣା ଅଠାନ୍ତରରେ ଯୁବକଙ୍କୁ ହତ୍ୟା ମାମଲା। ଟାୟାର ଜାଳି ରାସ୍ତାରୋକ କଲେ ଗ୍ରାମବାସୀ। ଉତ୍ତ୍ୟକ୍ତ ଲୋକେ ଉତ୍ତରା-ବନମାଳିପୁର ରାସ୍ତା ଅବରୋଧ କରିଛନ୍ତି। ଅଠାନ୍ତର ଗ୍ରାମର ରାକେଶଙ୍କ ସମସ୍ତ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ସହ କଠୋର ଦଣ୍ଡ ବିଧାନ ଦାବିରେ ପ୍ରତିବାଦ କରାଯାଇଛି। ରାସ୍ତାର ଉଭୟ ପାର୍ଶ୍ଵରେ ଗାଡି ମଟର ଅଟକି ରହିଛି। ଘଟଣା ସ୍ଥଳରେ ପ୍ରବଳ ଉତ୍ତେଜନା ଦେଖାଦେଇଛି ।
ସୂଚନାନୁଯାୟୀ, ଗତକାଲି ଟଙ୍କା ଦେଣନେଣକୁ ନେଇ ୪ ଜଣ ଯୁବକ ଅଠାନ୍ତର ଗ୍ରାମର ରାକେଶଙ୍କୁ ପିଟିପିଟି ହତ୍ୟା କରିଥିଲେ। ଯାହାର ଭିଜୁଆଲ୍ ସିସିଟିଭିରେ କଏଦ ହୋଇଥିଲା। ପରିବାର ଲୋକ ରାକେଶଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲ୍ ରେ ଭର୍ତ୍ତି କରିଥିଲେ। ଡାକ୍ତର ରାକେଶଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ପରେ ବାଲିପାଟଣା ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଛି।
ସେପଟେ ରାଜ୍ୟରେ ଆଇନ ଶୃଙ୍ଖଳା ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀ କହିଛନ୍ତି ଯେ, ଅଭିଯୁକ୍ତ ଯେତେ ପ୍ରଭାବଶାଳୀ ହେଲେବି ଛଡ଼ା ଯିବନି। ପୂର୍ବରୁ ଆଇନ ଶୃଙ୍ଖଳା ଭୁଶୁଡ଼ି ପଡ଼ିଥିଲା। ଅପରାଧୀ ଧରା ପଡୁନଥିଲେ। ଏବେ ସବୁ କେସରେ ଅପରାଧୀ ଧରା ପଡୁଛନ୍ତି। ନିର୍ଦ୍ଧିଷ୍ଟ ସମୟ ଭିତରେ ଅପରାଧୀଙ୍କୁ ଧରାଯାଇ ଦଣ୍ଡିତ କରି ସରକାର ରାଜଧର୍ମ ପାଳନ କରୁଛନ୍ତି। ବିଜେପି ସରକାର କାହାରି ଚେହେରା ଦେଖୁନି। ରାଜନୈତିକ ଚେର ଯେତେ ତଳକୁ ଯାଇଥିଲେ ବି ଆଇନ ତା ବାଟରେ ଯିବ। ଅପରାଧୀ ଦଣ୍ଡିତ ହେବ। ବିରୋଧୀଙ୍କ ଧର୍ମ ସବୁ ଦିନ ଅଭିଯୋଗ କରିବେ।
ଏହି ଖବରଟିକୁ ପଢନ୍ତୁ- ବାଲିଅନ୍ତା ବର୍ବରତା : ଗିରଫ ସଂଖ୍ୟା ୭କୁ ବୃଦ୍ଧି, ୫ ଅଟକ, ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୁଲିସ