ସାନଖେମୁଣ୍ଡି ୧୯|୭: ଦିଗପହଣ୍ଡି ପୁଞ୍ଜିକଁୟା ଛକ ନିକଟରେ ଗୁରୁବାର ରାତି ପ୍ରାୟ ସାଢେ଼ ୧୦ଟା ସମୟରେ ଜଣେ ଯୁବକଙ୍କୁ ତାଙ୍କ ଶ୍ବଶୁର ଛୁରୀ ମାଡ କରିଥିବା ଅଭିଯୋଗ ହୋଇଛି। ଆହତ ଯୁବକ ଜଣକ ହେଲେ ଦିଗପହଣ୍ଡି ଥାନା କଲ୍ୟାଣପୁର ଗ୍ରାମର ସଞ୍ଜୟ ଗୌଡ। ସଞ୍ଜୟ ରାସ୍ତା ଉପରେ ଠିଆ ହୋଇଥିବା ବେଳେ ତାଙ୍କ ଶ୍ବଶୁର ସେଠାରେ ପହଞ୍ଚି ସଞ୍ଜୟଙ୍କ ପେଟ ଓ ମୁଣ୍ଡକୁ ଛୁରୀରେ ଆକ୍ରମଣ କରିଥିଲେ। ଆଖପାଖରେ ଥିବା ଲୋକେ ଅଭିଯୁକ୍ତଙ୍କୁ ଗୋଡାଇବାରୁ ସେ ରାସ୍ତା ପାର ହୋଇ ଦୌଡି ପଳାଇଥିବା ଜଣାପଡିଛି।
{"id":27867,"width":754,"height":564}
ସ୍ଥାନୀୟ ଲୋକେ ସଞ୍ଜୟଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
{"id":27866,"width":747,"height":559}
ସୂଚନାଯୋଗ୍ୟ ଯେ, ସଞ୍ଜୟ ଗତ ଜୁନ୍ ୩୦ ତାରିଖରେ ତାଙ୍କ ଗ୍ରାମର ଜୟନ୍ତୀ ଗୌଡଙ୍କୁ ଶ୍ରୀ କାଶୀ ବିଶ୍ଵନାଥ ଶୈବ ପୀଠରେ ବିବାହ କରିଥିଲେ। ବିବାହର କିଛି ଦିନ ପରେ ସେ ପତ୍ନୀଙ୍କ ସହ ଦିଗପହଣ୍ଡି ପୁଞ୍ଜିକଁୟା ଛକ ନିକଟରେ ଭଡ଼ା ଘରେ ରହୁଥିଲେ। ବର୍ତ୍ତମାନ ସୁଦ୍ଧା ଆକ୍ରମଣର କାରଣ ଜଣାପଡିନଥିବା ପୋଲିସ ସୂଚନା ଦେଇଛି।