ପରଜଙ୍ଗ,୨୯/୮: ଗାଧୋଇବାକୁ ଯାଇଥିବା ବେଳେ କେନାଲରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ମାନସ ପରିଡ଼ା (୩୪)। ପରଜଙ୍ଗ ବ୍ଲକ ବସୁଲେଇ ଗ୍ରାମରେ ଏହି ଦୁଃଖଦ ଘଟଣା ଘଟିଛି ।
ଏହି ଗ୍ରାମ ଦେଇ ଯାଇଥିବା ରେଙ୍ଗାଳି ବାମ କେନାଲରେ ଶୁକ୍ରବାର ମଧ୍ୟାହ୍ନରେ ମାନସ ଗାଧୋଇବାକୁ ଯାଇ ଗଭୀର ପାଣିରେ ବୁଡ଼ି ଯାଇଥିଲେ। ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଓ ପୁଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଯୁବକଙ୍କୁ ଗଭୀର ପାଣିରୁ ଉଦ୍ଧାର କରିଥିଲେ। ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପରଜଙ୍ଗ ଡାକ୍ତରଖାନାକୁ ପଠାଇଛି।