ବଡବିଲ,୧୨।୩ : କେନ୍ଦୁଝର ଯୋଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା। ବାଇକ୍ ଆରୋହୀଙ୍କ ଉପରେ ଚଢ଼ିଗଲା ହାଇୱା। ଘଟଣା ସ୍ଥଳରେ ବାଇକ୍ ଆରୋହୀ ମୃତ । ଯୋଡ଼ା - ବାମେବାରୀ ରାସ୍ତାର ବାଂଶପାଣି ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି ।
ବାଇକ୍ ଆରୋହୀ ଜଣକ ରାସ୍ତାରେ ଯାଉଥିବାବେଳେ, ପଛପଟୁ ଏକ ହାଇୱା ତାଙ୍କ ଉପରେ ଚଢାଇ କିଛିବାଟ ଘୋଷାଡି ନେଇଥିଲା । ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ଖବର ପାଇ ଯୋଡ଼ା ପୋଲିସ୍ ଏବଂ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି । ସେପଟେ ଦୁର୍ଘଟଣା ଘଟାଇଥିବା ହାଇୱା ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଛି ।