ଚୌଦ୍ୱାର, ୧।୧୨ : ଚୌଦ୍ୱାର ଥାନା ମହିଷାଲଣ୍ଡା ପଂଚାୟତର ଗହଣ୍ଡା ଗ୍ରାମରେ ଦନ୍ତା ହାତୀ ଆକ୍ରମଣରେ ଜଣେ ଦୃଷ୍ଟି ବାଧିତ ଯୁବକର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଗହଣ୍ଡା ଗ୍ରାମର ମହେଶ୍ୱର ଦେଉରୀ (୩୫) ।
ଗହଣ୍ଡା ଗ୍ରାମର ଯୁବକ ମହେଶ୍ୱରଙ୍କୁ ହାତୀ ମାରି ରାସ୍ତାରେ ପକାଇ ଦେଇଥିଲା l ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ହାତୀ ଆକ୍ରମଣ କରିଥିବା ନେଇ ମଙ୍ଗରାଜପୁର ରେଞ୍ଜର ବନପାଳ ଅନୁପମା ସାହୁଙ୍କୁ ଗ୍ରାମବାସୀ ଖବର ଦେଇଥିଲେ। ବନପାଳ ବହୁ ବିଳମ୍ବରେ ପହଂଚି ଥିଲେ l ଦନ୍ତା ହାତୀ ଦୀର୍ଘ ଦିନ ଧରି ଆଖ ପାଖ ପଂଚାୟତରେ ଆତଙ୍କ ରଚାଇଥିଲେ ବି ଡାଳିଯୋଡ଼ା ରେଞ୍ଜ ପକ୍ଷରୁ ହାତୀକୁ ଘଉଡ଼ାଇବାକୁ ପଦକ୍ଷେପ ନିଆ ଯାଉନାହିଁ ବୋଲି ଅଭିଯୋଗ ହୋଇଛି।