ମାଲକାନଗିରି, ୪/୧୦(ଆପ୍ର ) : ନାବାଳିକାକୁ ମଦ ପିଆଇ ଜଣେ ଯୁବକ ଦୁଷ୍କର୍ମ କରିଥିବା ମାଲାକାନଗିରି ଥାନାରେ ଅଭିଯୋଗ ହୋଇଛି। ଥାନାରେ ଜଣେ ଯୁବକକୁ ପୁଲିସ ଅଟକ ରଖି ଘଟଣାର ତଦନ୍ତ କରୁଛି।
ମାଲକାନଗିରି ଆଦର୍ଶ ଥାନା ଅଞ୍ଚଳର ଜଣେ ନାବାଳିକାକୁ ସୋମବାର ଏକ ମୋଟର ସାଇକେଲରେ ଜଣେ ଯୁବକ ବୁଲି ଯିବା ବାହାନାରେ ଏକ ନିଛାଟିଆ ସ୍ଥାନକୁ ନେଇଥିଲା। ଅନ୍ୟ ଦୁଇଜଣଙ୍କ ଦ୍ୱାରା ନାବାଳିକାଙ୍କୁ ମଦ ପିଆଇବା ପରେ ତାକୁ ଦୁଷ୍କର୍ମ କରିଥିଲା। ଏ ନେଇ ମାଲକାନଗିରି ଥାନାରେ ପରିବାର ଲୋକେ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମାଲକାନଗିରି ଥାନା ପୁଲିସ ଘଟଣା ସ୍ଥଳରେ ପହଁଚି ଜଣେ ଯୁବକକୁ ଥାନାରେ ଅଟକ ରଖି ପଚରାଉଚରା କରିବା ସହିତ ତଦନ୍ତ କରୁଛି ବୋଲି ଥାନା ଅଧିକାରୀ ରିଗାନ କିଣ୍ଡୋ କହିଛନ୍ତି।