ପ୍ରମୂଖ ଖବର
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ଶୌଚ ପାଇଁ କେନାଲକୁ ଯାଇଥିଲେ, ପାଣିରେ ଭାସି ଚାଲିଗଲା ଜୀବନ

Published By : Harapriya Sethi | June 30, 2025 3:04 PM

ରାଇରଙ୍ଗପୁର, ୩୦/୦୬: କେନାଲକୁ ଶୌଚ ପାଇଁ ଯାଇଥିଲେ ଯୁବକ । ପାଣିରେ ଭାସିଯିବାରୁ ଚାଲିଗଲା ଜୀବନ । ମୃତକ ହେଲେ ଏକ ତାଳି ଗ୍ରାମର ପରେଶ ମୁର୍ମୁର ପୁତ୍ର ଭୋଗଲା ମୁର୍ମୁ ବୋଲି ଜଣାପଡ଼ିଛି । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ବଣକାଠି ଗ୍ରାମ ପଞ୍ଚାୟତର ଏକତାଳି ଗାଁରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ଏକତାଳି ଗାଁର ଭୋଗଲା ମୁର୍ମୁ ସୋମବାର ସକାଳୁ ଶୌଚ ପାଇଁ କେନାଲକୁ ଯାଇଥିଲେ । ହେଲେ ସେଠାରେ ତାଙ୍କ ଗୋଡ଼ ଖସି ଯାଇଥିଲା । ଫଳରେ ସେ ପାଣିରେ ଭାସି ଯାଇଥିଲେ । ଏହା ଦେଖି ପାଖରେ ଥିବା ଗ୍ରାମବାସୀ ତୁରନ୍ତ ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ସରକାରୀ ଡାକ୍ତରଖାନା ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏସମ୍ପର୍କରେ ଖବର ପାଇ ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ପୁଲିସ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.