ଫିରିଙ୍ଗିଆ,୨୮।୦୨ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଧୀନରେ ଥିବା କେଳାପଡା ଗାଁ ରେ ଶନିବାର ପୋଖରୀରେ ବୁଡ଼ିଯାଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ କେଳାପଡା ଗାଁ ର ଭିକାରି ବିଶୋଇଙ୍କ ପୁଅ ରବୀନ୍ଦ୍ର ବିଶୋଇ ।
ରବୀନ୍ଦ୍ର ଶନିବାର ମଧ୍ୟ ଗାଁ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । ଗାଧୋଇବା ସମୟରେ ଅସାବଧାନତା ଯୋଗୁ ଗୋଡ଼ ଖସି ପୋଖରୀ ର ଗଭୀର ପାଣି ଭିତରେ ବୁଡି ଯାଇଥିଲା ପରେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଫିରିଙ୍ଗିଆ ଦମକଳ ବାହିନୀ ପହଂଚି ପୋଖରୀ ଭିତରୁ ମୃତଦେହ ଉଦ୍ଧାର କରି ଫିରିଙ୍ଗିଆ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ । ପରେ ପୁଲିସ ମେଡିକାଲ ରେ ପହଂଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ କୁ ପଠେଇ ଦେଇଛନ୍ତି I ସେପଟେ ଏହି ଘଟଣା କୁ ନେଇ ଫିରିଙ୍ଗିଆ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।