ଇୟରଫୋନ୍ ଲଗାଇ ବାଇକ୍ ଚଳାଉଥିବାବେଳେ ଧକ୍କା ଦେଲା ଟ୍ରେନ୍; ପତ୍ନୀଙ୍କୁ ଭିଡ଼ିଓ କଲ୍ କରି ଦେଖାଉଥିବା ସମୟରେ ଚାଲିଗଲା ପ୍ରାଣ

ପାଟଣା ୨।୬: ଜାତୀୟ ରାଜପଥ-୨୮ରେ ଇୟରଫୋନ୍ ଲଗାଇ ବାଇକ୍ ଚଲାଉଥିବା ଯୁବକକୁ ପଛରୁ ଟ୍ରକ୍ ଧକ୍କା ଦେଇଛି। ଫଳରେ ସେ ରାସ୍ତାରେ ପଡ଼ିଯିବାରୁ ଟ୍ରକଟି ତାଙ୍କ ଗୋଡ଼ ଉପରେ ଚଢ଼ିଯିବାରୁ ତାଙ୍କ ଗୋଟିଏ ଗୋଡ଼ କଟିଯାଇଥିଲା। ଏହାପରେ ସେ ତାଙ୍କ ପତ୍ନୀଙ୍କୁ ଭିଡିଓ କଲ୍ କରି ନିଜ ଅବସ୍ଥା ଦେଖାଇଥିଲେ ଏବଂ ଏହାପରେ ମୃତ୍ୟୁ ବରଣ କରିଥିଲେ। ଏଭଳି ଘଟଣା ଘଟିଛି ବେଗୁସରାଇର ଜାତୀୟ ରାଜପଥ-୨୮ରେ।
ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ମୁତାବକ, ଯୁବକ ଜଣକ କାନରେ ଇୟରଫୋନ୍ ଲଗାଇଥିଲେ। ତେଣୁ ତାଙ୍କୁ ଟ୍ରକ୍ ଆସୁଥିବାର ଶବ୍ଦ ଶୁଣାଯାଇନଥିଲା। ଦୁର୍ଘଟଣା ପରେ ଯୁବକ ଜଣକ ବେହୋସ୍ ହୋଇଯିବା ପରେ ପୋଲିସ୍ ତାଙ୍କୁ ବେଗୁସରାଇ ସ୍ଥିତ ହସ୍ପିଟାଲକୁ ନେଇ ଯାଇଥିଲେ। କିନ୍ତୁ ତାଙ୍କୁ ବଞ୍ଚା ଯାଇ ପାରିନଥିଲା।
ଯୁବକଙ୍କ ନାଁ ରାଜାରାମ ପଣ୍ଡିତ ବୋଲି ସୂଚନା ମିଳିଛି। ରାଜାରାମ
ନିଜର ଶଳାଙ୍କ ଶ୍ରାଦ୍ଧକର୍ମରେ ସାମିଲ ହେବାକୁ ଶ୍ବଶୁର ଘରକୁ ଯାଉଥିଲେ। ପରିବାର ସଦସ୍ୟ
କହିବାନୁସାରେ, ରାଜାରାମଙ୍କ ବିବାହକୁ ମାତ୍ର ୩ବର୍ଷ ହୋଇଛି। ତାଙ୍କର ୭ମାସର ଗୋଟିଏ ଝିଅ
ରହିଛି।