ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ହୋଲିରେ ଅଘଟଣ ; ମହାନଦୀରେ ବୁଡ଼ି ଯୁବକ ନିଖୋଜ, ଦୁଇ ଉଦ୍ଧାର

Published By : Gurupada Nath | March 15, 2025 8:49 PM

ଭୁବନେଶ୍ବର, ୧୫/୩ : ହୋଲିରେ ଅଘଟଣ । ବଡ଼ମ୍ବା ଭଟ୍ଟାରିକା ମହାନଦୀରେ ଗାଧୋଇବାବେଳେ ବୁଡ଼ିଗଲେ ଯୁବକ। ଯୁବକ ମଙ୍ଗରାଜପୁର ଗାଁର ୨୭ବର୍ଷୀୟ ପ୍ରମୋଦ ରାଉତ ବୋଲି ଜଣାପଡ଼ିଛି । ୩ ଜଣ ସାଙ୍ଗମାନଙ୍କ ସହ ହୋଲି ଖେଳି ସାରି ଗାଧୋଇବାକୁ ଭଟ୍ଟାରିକା ପୀଠସ୍ଥିତ ମହାନଦୀକୁ ଆସିଥିଲେ । 

ଗାଧୋଉଥିବାବେଳେ ୩ଯୁବକ ବୁଡ଼ି ଯାଉଥିବା ଦେଖି ଜଣେ ନାବିକ ହୁଲି ଡଙ୍ଗାରେ ଦୁଇ ଜଣଙ୍କୁ ଉଦ୍ଧାର କରି ଆଉ ଜଣଙ୍କୁ ଉଦ୍ଧାର ପାଇଁ ଗଲାବେଳକୁ ସେ ବୁଡ଼ି ନିଖୋଜ ହୋଇଯାଇଥିଲେ। ବାଲିଝରି ଓ ବଡ଼ମ୍ବା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଖୋଜ ଯୁବକଙ୍କୁ ଖୋଜାଖୋଜି ଜାରି ରଖିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.