ପ୍ରମୂଖ ଖବର
  • ଇଂଲଣ୍ଡରେ କେଏଲ ରାହୁଲଙ୍କ ବିସ୍ଫୋରକ ଶତକ, ଭାରତ ଏ'- ୩୧୯/୭
  • ||
  • କଟକ : ହୋଟେଲ ଭିତରକୁ ମାଡିଗଲା ଟ୍ରେଲର, ଜଣେ ମୃତ
  • ||
  • ଦେବଗଡ଼ : ଅଜଣା ଗାଡ଼ି ଧକ୍କାରେ ଚାଷୀ ସହ ବଳଦ ମୃତ
  • ||
  • ଆହୁରି ୫ ଦିନ ଅସହ୍ୟ ଗୁଳୁଗୁଳି, ଉପକୂଳବର୍ତ୍ତୀ ୧୧ ଜିଲ୍ଲାରେ କଲବଲ କରିବ ତାତି, ୧୦ ଯାଏ ନିସ୍ତାର ନାହିଁ
  • ||

ପୋଖରୀରେ ବୁଡି ଯୁବକ ମୃତ; ସରକାରୀ ସହୟତା ଯୋଗାଇଦେବାକୁ ଦାବି କଲେ ଗ୍ରାମବାସୀ

Published By : Bijay Swain | June 6, 2025 9:12 PM

ନନ୍ଦାହାଣ୍ଡି: ନନ୍ଦାହାଣ୍ଡି ବ୍ଲକ ନନ୍ଦାହାଣ୍ଡି ପଞ୍ଚାୟତର ଏକମ୍ବ। ଗ୍ରାମର କୋମଳ ଲୋଚନ ଭତ୍ରାଙ୍କ ପୁଅ ଜଗଦୀଶ ଭତ୍ରା(୨୨) ଆଜି ସକାଳ ପ୍ରାୟ ୧୦ ଘଣ୍ଟା ସମୟରେ ଗାଁ ପୋଖରୀକୁ ଶୌଚ ହେବାକୁ ଯାଇ ପୋଖରୀରେ ବୁଡ଼ି ପ୍ରାଣ ହରାଇଥିଲେ। ଅନ୍ୟ ଜଣେ ପୋଖରୀକୁ ଶୌଚ ହେବାକୁ ଯିବା ସମୟରେ ଏହି ଘଟଣା ଦେଖି ଗ୍ରାମର ଅନ୍ୟ ଲୋକମାନଙ୍କୁ ଜଣାଇଥିଲେ। ସଙ୍ଗେ ସଙ୍ଗେ ତାଙ୍କ ପରିବାର ଲୋକେ ଡଙ୍ଗର ଭେଜା ଫାଣ୍ଡି ଅଧିକାରୀଙ୍କୁ ଖବର କରି   ଗ୍ରାମବାସୀଙ୍କ ସାହାଯ୍ୟରେ ଶବ ଉଦ୍ଧାର କରିଥିଲେ।

ପୋଲିସ ଏଏସଆଇ ଗୁନନିଧି ବାଘ ଓ ତାଙ୍କ ଟିମ ଶବ ଜବତ କରି ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲେ। ଏବଂ ଏକ ଅପମୃତୁ ମାମଲା୧୭/୨୦୨୫ ରୁଜୁ କରିଛନ୍ତି। 

ପ୍ରକାଶ ଥାଉକି କମଳଚନ ଭତରା ବହୁତ ଗରିବ ପରିବାର। ଏହି ଯୁବକ କୁଲି ମଜୁରୀ କରି ଚଳନ୍ତି। ସେହିପରି ମୃତ ଯୁବକ ଜଣକ ପରିବାରର ଏକମାତ୍ର ରୋଜଗରିଆ ପୁଅ ଥିଲା। ତାଙ୍କୁ ହରାଇ ତାଙ୍କ ପରିବାର ଚିନ୍ତାରେ ଭାଙ୍ଗି ପଡିଛନ୍ତି। ଏଣୁ ଗ୍ରାମବାସୀ କହିଛନ୍ତି ଏହି ପରିବାରଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବୀ ରଖିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.