କ୍ଷେତରେ ମଳତ୍ୟାଗ କରିବାରୁ ଯୁବକଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ

pic - internet
ଭୋପାଳ,୦୫/୨୨: ମଧ୍ୟପ୍ରଦେଶ ଉଜ୍ଜେନରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କ୍ଷେତରେ ମଳତ୍ୟାଗକୁ ନେଇ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ବର୍ତ୍ତମାନ ପୁଲିସ ଅଭିଯୁକ୍ତକୁ ଗିରଫ କରି ଜେଲକୁ ପଠାଇଛି । ଏହାସହ ପୁଲିସ ମୃତଦେହକୁ ସମ୍ପର୍କୀୟଙ୍କ ନିକଟକୁ ହସ୍ତାନ୍ତର କରିଛି।
ଏଭଳି ଘଟଣା ଘଟିଛି ଉଜ୍ଜେନ ଜିଲ୍ଲା ଘାଟ୍ଟିଆ ତହସିଲ ସ୍ଥିତ ମୋତିପୁରା ଗାଁରେ। ୨୬ ବର୍ଷିୟ ଯୁବକ ଭଗବାନ ସିଂହ ଶୁକ୍ରବାର ଅପରାହ୍ନ ପ୍ରାୟ ୨.୩୦ ସମୟରେ ମଳତ୍ୟାଗ କରିବା ପାଇଁ କ୍ଷେତକୁ ଯାଇଥିଲେ।କ୍ଷେତ ସାମ୍ନାରେ ଭଗବାନ ସିଂହଙ୍କ ଜମିଦାର ଗୋକୁଳଙ୍କ ସହ ଯୁକ୍ତିତର୍କ କରିଥିଲେ। ଏହି ବିବାଦ ଏତେ ଭୟଙ୍କର ହୋଇଥିଲା ଯେ କ୍ରୋଧରେ ଗୋକୁଲ ଭଗବାନ୍ ସିଂଙ୍କ ମୁଣ୍ଡକୁ ବାଡିରେ ମାଡ଼ କରିଥିଲେ। ଫଳରେ ଭଗବାନ୍ ସିଂହ ଚେତାଶୂନ୍ୟ ହୋଇଥିଲେ। ଏହାପରେ ସମ୍ପର୍କୀୟମାନେ ତାଙ୍କୁ ଡାକ୍ତରଖାନା ନେଇଯାଇଥିଲେ। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
ମୃତକଙ୍କ ଭାଉଜଙ୍କ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଗୋକୁଲଙ୍କୁ ଗିରଫ କରିଛି। ଏହାରକୁ ଗୋକୁଲଙ୍କୁ କୋର୍ଟ ଚାଲାଣ କରାଯାଇଛି। ଯେଉଁଠାରେ ତାଙ୍କୁ ଜେଲ ପଠାଯାଇଛି। ଶନିବାର ପୁଲିସ ମୃତଦେହକୁ ସମ୍ପର୍କୀୟଙ୍କ ନିକଟକୁ ହସ୍ତାନ୍ତର କରିଛି।