ନିଆଳି, ୧୬।୬ : ମାଛ ଧରିବା ହେଲା କାଳ। କନ୍ଦଳ ନଦୀରେ ବୁଡି ଜଣେ ଯୁବକ ନିଖୋଜ ହୋଇଛି। ନିଖୋଜ ଯୁବକ ଜଣକ ହେଲେ ନିଆଳି ଥାନା ଅଧିନସ୍ଥ ଅଲଣା ପଂଚାୟତ ଅଲଣା ଗ୍ରାମର ବଳରାମ ଭୋଇ ।
ନିଆଳି ଥାନା ଅଧିନସ୍ଥ ଅଲଣା ପଂଚାୟତ ଅଲଣା ଗ୍ରାମର ବଳରାମ ଭୋଇ (୪୦) କନ୍ଦଳ ନଦୀକୁ ମାଛ ଧରିବାକୁ ଯାଇଥିଲେ। ମାଛ ଧରୁଥିବା ସମୟରେ ଖସି ଯିବାରୁ ଚିତ୍କାର କରି ହାଟ ଟେକି ସ୍ଥାନୀୟ ଲୋକଙ୍କୁ ଡାକ ପକାଇଥିଲେ। ସ୍ଥାନୀୟ ଲୋକମାନେ ଉଦ୍ଧାର କରି ନପାରିବାରୁ ନିଆଳି ଅଗ୍ନିସେବା ବାହିନୀକୁ ଖବର ଦେଇଥିଲେ। ଅଗ୍ନିସେବା ବାହିନୀର ଏକ ଟିମ ତିନି ଘଣ୍ଟା କାଳ ଖୋଜା ଖୋଜି କରିଥିଲେ ମଧ୍ୟ ସମ୍ପୃକ୍ତ ଯୁବକ ର ପତ୍ତା ମିଳିନଥିଲା।ଏହି ଘଟଣା ସାରା ଅଞ୍ଚଳରେ ଏକ ଦୁଖଃଦ ପରିବେଶ ସୃଷ୍ଟି କରିଛି। ଘଟଣା ସ୍ଥଳରେ ନିଆଳି ପୋଲିସ ଉପସ୍ଥିତ ରହିଛି।