PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ମେଲାଣି ନେବେ ମା’, ଟ୍ଵିନ୍ ସିଟିରେ ମୁତୟନ ହେବେ ୧୭ ପ୍ଲାଟୁନ ଫୋର୍ସ
  • ||
  • କୋଲକାତା : ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ୭ ମୃତ, ୪୦ ନିଖୋଜ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୪୯ ପଜିଟିଭ୍ ଚିହ୍ନଟ
  • ||

ଟିଭି ଡିବେଟରେ କହିଲେ ଏହି ଯୁବକ: ଆମକୁ ଚୌକିଦାର ନୁହେଁ ପ୍ରଧାନମନ୍ତ୍ରୀ ଦରକାର

ନୂଆଦିଲ୍ଲୀ,୧୮।୩: ଆଗାମୀ ଲୋକସଭା ନିର୍ବାଚନକୁ ନେଇ ଏକ ଟିଭି ଚ୍ୟାନେଲ କରାଯାଇଥିବା ବିତର୍କରେ ଜଣେ ଯୁବକ ବିଜେପି ମୁଖପାତ୍ରଙ୍କୁ କହିଛନ୍ତି ଦେଶକୁ ପ୍ରଧାନମନ୍ତ୍ରୀ ଦରକାର, ଚୌକିଦାର ନୁହେଁ। ଏହି ବିତର୍କରେ ଅଂଶ ଏବେ ସୋସିଆଲ ମିଡିଆରେ ଯୋରଦାର ଭାବରେ ଭାଇରାଲ ହେବାରେ ଲାଗିଛି।ସୋସିଆଲ ମିଡିଆ ୟୁଜର୍ସ ଭାଇରାଲ ହୋଇଥିବା ଏହି ଭିଡିଓ ଉପରେ ଭିନ୍ନ ଭିନ୍ନ ପ୍ରକାର କମେଣ୍ଟ ଦେବାରେ ଲାଗିଛନ୍ତି।

ଯୁବକ ଜଣକ ଏକ ଟିଭି ଚ୍ୟାନେଲରେ ବିତର୍କ ବେଳେ କହିଛନ୍ତି ଆପଣ ପକୁଡି ବିକ୍ରି କରିବା କଥା କହିଲେ ଏବେ ପୁଣିଥରେ କହୁଛନ୍ତି ଚୌକିଦାର। ଆମେ ଚୌକିଦାର ନେପାଳରୁ ଶସ୍ତାରେ ଆଣିପାରିବୁ ଓ ଭଲ ବି ଆଣିପାରିବୁ। ଦେଶକୁ ପ୍ରଧାନମନ୍ତ୍ରୀ ଦରକାର। ଆଉ ଏକ କଥା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ଲେଖିଥିଲେ ମୋର ଜନ୍ମ ହେବା ପୂର୍ବରୁ ଏହି ଦେଶ ସାପ-କେଳାଙ୍କୁ ନେଇ ଭର୍ତ୍ତି ଥିଲା। ମୁଁ ପ୍ରଧାନମନ୍ତ୍ରୀଙ୍କୁ କହିବାକୁ ଚାହେଁ ଯେତେବେଳେ ତାଙ୍କର ଜନ୍ମ ହୋଇଥିଲା ସେତେବେଳେ ଆମ ଦେଶ ଭାଭା ପରୀକ୍ଷଣ କେନ୍ଦ୍ର ତିଆରି କରିସାରିଥିଲା। ଯେତେବେଳେ ସେ ଗିଲି ଦଣ୍ଡା ଖେଳୁଥିଲେ ସେ ସମୟରେ ଆମେ ଭାଖଡା-ନାଗଲ ଡ୍ୟାମ ତିଆରି କରିସାରିଥିଲୁ। ଦେଶର ବିକାଶ କରନ୍ତୁ।’

ଯୁବକ ଜଣଙ୍କର ଏହି ଭିଡିଓକୁ ଦେଖିବା ପରେ ସେଠାରେ ଉପସ୍ଥିତ ଲୋକ ତାଳି ବଜାଇ ସ୍ବାଗତ କରିଥିଲେ। ସୋସିଆଲ ମିଡିଆରେ ତାଙ୍କୁ ଅନେକ ପ୍ରଶଂସା ମଧ୍ୟ କରିଛନ୍ତି ଲୋକେ। ଯୁବକଙ୍କ ଏହି କଥାକୁ ନେଇ ବିଜେପି ମୁଖପାତ୍ର କହିଛନ୍ତି ମୁଁ କେବଳ ଏତିକି କହିବାକୁ ଚାହେଁ ଯେଉଁ ଭଳି ଭାବରେ ମୋଦି କହିଛନ୍ତି ଯୁବକ ଜଣକ ତାକୁ ଭଲ ଭାବରେ ବୁଝି ପାରିଲେ ନାହିଁ। ଯେଉଁ ବିକାଶ ଗତ ୫ ବର୍ଷରେ ହୋଇଛି ତାହାକୁ ଆପଣ ମନା କରିପାରିବେ ନାହିଁ।  ବ୍ୟାଙ୍କିଙ୍ଗ ସେକ୍ଟର ସହ ଲୋକଙ୍କୁ ଯୋଡି ଦିଆଯାଇଛି। ଦେଶର ଲକ୍ଷ ଲକ୍ଷ କୋଟି ଟଙ୍କାର ସୁରକ୍ଷିତ ରହିଛି। ଲୋକଙ୍କୁ ମାଗଣରେ ଗ୍ୟାସ୍ କନେକସନ୍ ଦିଆଯାଇଛି। ଲୋକଙ୍କ ଘର ତିଆରି କରାଯାଇଛି ବୋଲି ସେ କହିଛନ୍ତି।