ଖୋର୍ଦ୍ଧା୨୩/୧: ରବିବାର ସୁଟ୍କେସ୍ ମଧ୍ୟ୍ୟରୁ ଯୁବକଙ୍କ ମୃତଦେହ ବାହାରିବା ଘଟଣାରେ ପୁଲିସ୍ ପତ୍ନୀ ମିଲି ଦାସ ଓ ତାଙ୍କ ଭାଇ ମିଟୁ ଦାସ ସମେତ ଅନ୍ୟ ଜଣେ ଯୁବକ ବିକ୍ରମ ସାହୁଙ୍କୁ ଗିରଫ କରିଛି ପୁଲିସ। ସ୍ବାମୀ ମନୋରଂଜନ ମହାପାତ୍ରଙ୍କ ନିର୍ଯ୍ୟାତନାରେ ଅତିଷ୍ଟ ହୋଇ ପତ୍ନୀ ମିଲି ଓ ଅଭିଯୁକ୍ତମାନେ ମିଶି ହତ୍ୟା କରିଥିଲେ। ସେମାନେ ଗଳା ଚିପି ମାରିଦେବା ପରେ ତାଙ୍କୁ ବାଇକରେ ଚଣ୍ଡେସ୍ବର ଗ୍ରାମରୁ ଏକ ସୁଉକେସରେ ଭର୍ତ୍ତି କରି ହରିପୁର ଗାଁ ନିକଟ ଜଙ୍ଗଲରେ ଫୋପାଡି ଦେଇଥିଲେ। ଏହି ଘଟଣାରେ ସୋମବାର ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟରିଆ ନାଚୁଣୀ ଥାନାରେ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।
{"id":525562,"sizeSlug":"large","linkDestination":"none"}
ଏସପି କହିଛନ୍ତି, ଅଭିଯକ୍ତମାନେ ଟାଙ୍ଗୀ ଥାନା ଅଞ୍ଚଳରୁ ସୁଟ୍କେସ୍ ଗତ ୨୧ ତାରିଖରେ କିଣିଥଲେ। ଉକ୍ତ ଦୋକାନର ସି ସି ଟିଭି ଆଧାରରେ ଏହା ଜଣାପଡ଼ିଥିଲା। ଏସପି କହିଛନ୍ତି ଗତ କାଲି ନାଚୁଣୀ ଥାନା ଅନ୍ତର୍ଗତ ହରିପୁର ଜଙ୍ଗଲ ନିକଟରୁ ଏକ ସୁଟ୍କେସ୍ ମଧ୍ୟରୁ ମନୋରଞ୍ଜନ ମହାପାତ୍ରଙ୍କ ମୃତଦେହ ଜବତ ହୋଇଥଲା। ତେବେ ଘଟଣା ପରେ ସୁଟ୍କେସ୍ କେଉଁଠୁ କିଣାଯାଇଛି ତାକୁ ନେଇ ଟାଙ୍ଗୀ ଥାନା ପୁଲିସ୍ ତନଘନା ଆରମ୍ଭ କରିଥଲା। ପରେ ଟାଙ୍ଗୀ ଥାନା ଅନ୍ତର୍ଗତ ବିଭିନ୍ନ ଦୋକାନର ସିସିଟିଭି ଫିଟେଚ ଚେକ କରାଯାଇଥିଲା।
ପୁଲିସ୍ ପ୍ରଥମେ ପତ୍ନୀଙ୍କୁ ପଚରା ଉଚରା କରିଥିଲା। ଏହାପରେ ସ୍ବାମୀ ମନୋରଂଜନକୁ ସେ ତାଙ୍କର ଭାଇ ମିଟୁ ଦାସ ଓ ବିକ୍ରମ ସାହୁ ହତ୍ୟା କାରିଥବା ପୁଲିସ ଜାଣିବାକୁ ପାଇଥିଲା। ସ୍ବାମୀ ମନୋରଂଜନ ମଦ୍ୟପାନ କରି ମାତାଲ୍ ହୋଇ ପତ୍ନୀ ମିଲିକୁ ନିର୍ଯ୍ୟାତନା ଦେଉଥିଲେ। ତେଣୁ ତାଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ ପତ୍ନୀ। ମନୋରଂଜନଙ୍କ ଗଳାକୁ ଦଉଡ଼ିରେ ବାନ୍ଧି ହତ୍ୟା କରିଥିଲେ। ଏହାପରେ ମୃତଦେହକୁ ସୁଟ୍କେସ୍ରେ ଭର୍ତି କରି ୫ କିଲେମିଟର ବାଇକ୍ ନେଇ ହରିପୁର ଜଙ୍ଗଲରେ ପିଙ୍ଗି ଦେଇଥିଲେ।