ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

କେନ୍ଦ୍ରାପଡ଼ା, ୨୮/୧୧ : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ଗଳାକାଟି ହତ୍ୟା। କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା ଅଧୀନ ମହାକାଳପଡା ବ୍ଲକ ଖରିନାସୀ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ଯୁବକ ଜଣଙ୍କ ପୀତାପାଟ ଗ୍ରାମର ଦୀନେଶ ବୈଦ୍ୟ(୩୩ ବର୍ଷ) ବୋଲି ଜଣାପଡ଼ିଛି। ଦୀନେଶଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଇଟାଭାଟି ପରିସରରୁ ଉଦ୍ଧାର ହୋଇଛି।
ସୂଚନାନୁଯାୟୀ, ଖରିନାସୀ ବିଦେଶୀ ମଦ ଦୋକାନ ପାଖରେ ଦୀନେଶଙ୍କର ଏକ ଫ୍ଲାଏ ଆଶ୍ ଇଟାଭାଟି ଅଛି। ସେ ନିଜେ ଇଟାଭାଟି କଥା ବୁଝାବୁଝି କରୁଥିଲେ। ରବିବାର ସକାଳେ ତାଙ୍କର ରକ୍ତ ଜୁଡୁବୁଡୁ ମୃତଦେହ ଇଟାଭାଟି ପରିସରରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ସେ ତଳକୁ ମୁହଁ ମାଡି ଅର୍ଦ୍ଧନଗ୍ନ ଅବସ୍ଥାରେ ପଡ଼ିଥିବାବେଳେ ତାଙ୍କ ମୁଣ୍ଡକୁ କୈାଣସି ଶକ୍ତ ଜିନିଷରେ ଆଘାତ କରାଯାଇଥିବା ଜଣାପଡ଼ିଛି। ଅଭିଯୋଗ ପାଇ ଜମ୍ବୁ ସାମୁଦ୍ରିକ ଥାନା ପୁଲିସ ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଚଳାଇଛି।