PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ବିଶ୍ୱକପ୍‌ ଦଳରେ ଧୋନିଙ୍କ ଉପସ୍ଥିତି ଜରୁରୀ: ଯୁବରାଜ

ନୂଆଦିଲ୍ଲୀ,୯ା୨(ଏଜେନ୍ସି): ଭାରତୀୟ ଦଳର ଭେଟେରାନ ୱିକେଟ୍‌ କିପର ମହେନ୍ଦ୍ର ସିଂ ଧୋନିଙ୍କ କ୍ୟାରିୟରକୁ ନେଇ ସର୍ବଦା ତର୍ଜମା ଚାଲିଛି । ଆଗାମୀ ଦିନିକିଆ ବିଶ୍ୱକପ୍‌ ଦଳରେ ତାଙ୍କୁ ସ୍ଥାନ ଦେବା ପାଇଁ ଟିମ୍‌ ମ୍ୟାନେଜମେଣ୍ଟ ଚୁଡ଼ାନ୍ତ ଘୋଷଣା କରିସାରିଛି । ତଥାପି ଉଦୀୟମାନ ୱିକେଟ୍‌ କିପର ବ୍ୟାଟ୍ସମ୍ୟାନ୍‌ ରିଶବ ପନ୍ତଙ୍କୁ ଅଗ୍ରାଧିକାର ଦେବାକୁ ଅନେକ ମତ ଦେଇଛନ୍ତି । ଧୋନି ବିଶ୍ୱକପ୍‌ ଦଳରେ ରହିବା ଜରୁରୀ ବୋଲି ଭାରତୀୟ ଦଳର ପୂର୍ବତନ ଷ୍ଟାର୍‌ ବ୍ୟାଟ୍ସମ୍ୟାନ୍‌ ଯୁବରାଗ ସିଂହ ମତ ଦେଇଛନ୍ତି । ସେ କହିଛନ୍ତି ଯେ, ଧୋନିଙ୍କ ଭଳି ଖେଳାଳି ଭାରତୀୟ ଦଳ ପାଇଁ ନିହାତି ଜରୁରୀ । ତାଙ୍କ କ୍ରିକେଟ୍‌ ଜ୍ଞାନ ଓ କୂଶଳୀ ରଣନୀତି ଅଗାମୀ ବିଶ୍ୱକପ୍‌ରେ ଦଳ ପାଇଁ ସହାୟକ ହେବ । ୨୦୧୧ ବିଶ୍ୱକପ୍‌ ଫାଇନାଲ୍‌ରେ ସେ ମ୍ୟାଚ୍‌ ବିଜୟୀ ଇନିଂସ ଖେଳି ମ୍ୟାନ୍‌ ଅଫ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ । ମ୍ୟାଚ୍‌ର ସ୍ଥିତିକୁ ପରଖିବା ସର୍ବଦା ୱିକେଟ୍‌ ରକ୍ଷକମାନଙ୍କ କାର୍ଯ୍ୟ ହୋଇଥାଏ । ଧୋନି ଏହି କାର୍ଯ୍ୟରେ ସିଦ୍ଧହସ୍ତ । ଖେଳର ପରିସ୍ଥିତିକୁ ପରଖି ସଙ୍ଗେ ସଙ୍ଗେ ରଣନୀତି ରଚନା କରିବାରେ ଧୋନି ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି । ତାଙ୍କ ଉପସ୍ଥିତି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ସହାୟକ ହେବ ।
ଗିଲ୍‌ଙ୍କ ପ୍ରଦର୍ଶନରେ ଉତ୍ସାହିତ: ଭାରତୀୟ ଦଳରେ ସ୍ଥାନ ପାଇଥିବା ୧୯ବର୍ଷିୟ ଶୁଭମନ ଗିଲ୍‌ଙ୍କୁ ଯୁବରାଜ ପ୍ରଶଂସା କରିଛନ୍ତି । ‘ଗିଲ୍‌ ସିନିୟର ଦଳରେ ସ୍ଥାନ ପାଇବା ଖବର ମୋତେ ବେଶ୍‌ ଉତ୍ସାହିତ କରିଥିଲା । ମୁଁ ତାଙ୍କ ପାଇଁ ଗର୍ବିତ । ଖୁବ୍‌ କମ୍‌ ଦିନ ମଧ୍ୟରେ ସେ ନିଜକୁ ଜଣେ ପରିପକ୍ୱ ବ୍ୟାଟ୍ସମ୍ୟାନଭାବେ ପ୍ରମାଣ କରିଦେଲେ । ୧୯ବର୍ଷରୁ କମ୍‌ ବିଶ୍ୱକପ୍‌ରେ ଶ୍ରେଷ୍ଠ ଖେଳାଳି(ପ୍ଲେୟାର ଅଫ ଦ ଟୁର୍ଣ୍ଣାମେଣ୍ଟ) ବିବେଚିତ ହେବା ପରେ ଘରୋଇ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ସ୍ଥାନ ପାଇବା, ଏହାପରେ ଭାରତ ଏ’ ଦଳ ପକ୍ଷରୁ ଉନ୍ନତ ପ୍ରଦର୍ଶନ କରିବାରେ ଗିଲ୍‌ ସଫଳ ହେଲେ । ସିଜିନ ଅଧାରୁ ରଣଜୀ ଟ୍ରଫି ଅଭିଯାନ ଆରମ୍ଭ କରିବା ସହ ସେ ଢେର ରନ୍‌ ସଂଗ୍ରହ କରି ଚୟନକର୍ତ୍ତାଙ୍କୁ ପ୍ରଭାବିତ କଲେ । ଖୁବ୍‌ କମ୍‌ ଦିନ ମଧ୍ୟରେ ଏତେସବୁ ଘଟଣା ମୋ ଆଖି ଆଗରେ ଘଟି ଯାଇଥିଲା ।’

ସମ୍ବନ୍ଧିତ ଖବର