PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

ସନ୍ୟାସ ଭାଙ୍ଗି ପୁଣି ଖେଳିବେ କି ଯୁବରାଜ ସିଂହ? ପିସିଏ କଲା ଖାସ୍ ନିବେଦନ

https://crickettimes.com/

ଚଣ୍ଡୀଗଡ,୧୫।୮: ପୁଣି କ୍ରିକେଟ ଗ୍ରାଉଣ୍ଡକୁ ଫେରିବେ କି ଭାରତର ଷ୍ଟାର କ୍ରିକେଟର ଓ ଅଲରାଉଣ୍ଡର ଯୁବରାଜ ସିଂ? ପଞ୍ଜାବ କ୍ରିକେଟ ଆସୋସିଏସନ୍(ପିସିଏ  ଯୁବରାଜ୍ ସିଂଙ୍କୁ ସ୍ବତନ୍ତ୍ର ଅନୁରୋଧ କରିଛି। ପିସିଏ ୩୮ ବର୍ଷୀୟ ଯୁବରାଜଙ୍କୁ ସନ୍ୟାସ ନେବାର ନିଷ୍ପତ୍ତି ଫେରାଇ ନେଇ ରାଜ୍ୟର ଟିମ୍ ଖେଳାଳି ଓ ମେଣ୍ଟର କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ତେବେ ଏପର୍ଯ୍ୟନ୍ତ ଯୁବରାଜ କୌଣସି ଉତ୍ତର ଦେଇନାହାନ୍ତି।

ପିସିଏ ସଚିବ ପୁନିତ ବାଲି କହିଛନ୍ତି,  ଯୁବରାଜ ପୂର୍ବରୁ ଶୁଭମନ ଗିଲଙ୍କ ସହିତ କିଛି ଯୁବ ଖେଳାଳିଙ୍କୁ ମାର୍ଗଦର୍ଶନ କରୁଛନ୍ତି। ବାମ ହାତର ଏହି ଷ୍ଟାର ବ୍ୟାଟସମ୍ୟାନ୍ ଓ ଅଲରାଉଣ୍ଡ ଅନ୍ତର୍ଜାତୀୟ କ୍ୟାରିୟରରେ ୪୦ ଟେଷ୍ଟ, ୩୦୪ ଦିନିକିଆ ଓ ୫୮ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି।

ପୁନିତ କହିଛନ୍ତି, ଆମେ ୫-୬ ଦିନ ପୂର୍ବରୁ ଯୁବରାଜଙ୍କୁ ଅନୁରୋଧ କରିଥିଲୁ। ଏବେ ତାଙ୍କର ଜବାବ ପାଇବାକୁ ଅପେକ୍ଷା କରିଛୁ। ଯଦି ସେ ମାନିନିଅନ୍ତି ତେବେ ପଞ୍ଜାବ କ୍ରିକେଟ ପାଇଁ ଏହା ଖୁବ୍ ଭଲ ହେବ। ଯୁବରାଜ ଗତ ବର୍ଷ କ୍ରିକେଟକୁ ଅଲବିଦା କରିଦେଇଥିଲେ। ଉଲ୍ଲେଖନୀୟ ଯେ, ୨୦୧୯ ଓ୍ବାର୍ଲ୍ଡ କପ୍ ଟିମରେ ଯୁବରାଜଙ୍କୁ ଚୟନ କରାଯାଇନଥିଲା। ସେ ଏହାପରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କରିଥିଲେ। ଏହାପରେ ସେ ବିଦେଶରେ ଲିଗ୍ ଖେଳିଥିଲେ।