ପ୍ରମୂଖ ଖବର
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଚହଲ-ଧନଶ୍ରୀଙ୍କ ଛାଡପତ୍ର ଉପରେ ଆସିଲା କୋର୍ଟଙ୍କ ରାୟ, ବିବାହର ୪ ବର୍ଷ ପରେ ଭାଙ୍ଗିଲା ସମ୍ପର୍କ

Published By : Prameya | March 20, 2025 5:28 PM

ନୂଆଦିଲ୍ଲୀ,୨୦।୩: ଟିମ୍ ଇଣ୍ଡିଆର ସ୍ପିନ୍‌ର ଯୁଜବେନ୍ଦ୍ର ଚହଲ ଓ ଧନଶ୍ରୀ ବର୍ମାଙ୍କ ମଧ୍ୟରେ ବିବାହ ବିଚ୍ଛେଦ। ଦୁହିଁଙ୍କ ଛାଡପତ୍ର ମାମଲା ବାନ୍ଦ୍ରାର ଏକ ଫ୍ୟାମିଲି କୋର୍ଟରେ ଚାଲିଥିଲା। ତେବେ ଗୁରୁବାର ମଧ୍ୟାହ୍ନରେ ଛାଡପତ୍ର ନେଇ ଆସିଥିଲା କୋର୍ଟଙ୍କ ରାୟ। ଚହଲ ଓ ଧନଶ୍ରୀ ଡିସେମ୍ବର ୨୦୨୦ ରେ ବିବାହ କରିଥିଲେ। ଏବେ ବିହାର ପ୍ରାୟ ୪ ବର୍ଷ ପରେ ଦୁହେଁ ଔପଚାରିକ ଭାବରେ ଅଲଗା ହୋଇଯାଇଛନ୍ତି।   

ଚହଲ ଓ ଧନଶ୍ରୀ ପରସ୍ପର ସହମତିରେ ଛାଡପତ୍ର ନେଇଛନ୍ତି। ସୋସିଆଲ ମିଡିଆ ଯୋଗେ ଉଭୟଙ୍କ କଥାବାର୍ତ୍ତା ଆରମ୍ଭ ହୋଇଥିଲା। ଏହାପରେ ଆରମ୍ଭ ହୋଇଥିଲା ବନ୍ଧୁତା। ପରେ ବନ୍ଧୁତାରୁ ବିବାହ ବନ୍ଧକରେ ହୋଇଥିଲେ ଆବଦ୍ଧ। କିନ୍ତୁ ଅଧିକ ଦିନ ପର୍ଯ୍ୟନ୍ତ ଚାଲିପାରିଲାନି ସମ୍ପର୍କ। ରିପୋର୍ଟ ଅନୁସାରେ, ଚହଲ ଆଲୁମିନି ବାବଦରେ ଧନଶ୍ରୀଙ୍କୁ ୪.୭୫ କୋଟି ଟଙ୍କା ଦେଇଛନ୍ତି।

ଚହଲ ଏକ ପୋଡକାଷ୍ଟରେ କହିଥିଲେ, ଧନଶ୍ରୀଙ୍କଠାରୁ ଡ୍ୟାନ୍ସ ଶିଖିବାକୁ ଚାହୁଁଥିଲେ। ତେଣୁ ସେ ଧନଶ୍ରୀଙ୍କ ସହ କଥା ହେବା ଆରମ୍ଭ କରିଥିଲେ। ଯୁଜବେନ୍ଦ୍ର ଓ ଧନଶ୍ରୀ ୨୨ ଡିସେମ୍ବର ୨୦୨୦ ରେ ଗୁଡଗାଓଁରେ ବିବାହ କରିଥିଲେ। କିନ୍ତୁ ଏହାର କିଛି ସମୟ ସମୟ ପରେ ଦୁହିଁଙ୍କ ମଧ୍ୟରେ ଦୂରତ୍ବ ବଢିବା ଆରମ୍ଭ ହୋଇଥିଲା। ଧନଶ୍ରୀ ଓ ଚହଲ କୋର୍ଟଙ୍କୁ କହିଛନ୍ତି ଦୁହେଁ ଜୁନ୍ ୨୦୨୨ ରୁ ଅଲଗା ଥିଲେ। ତେବେ ଅଲଗା ହେବାର କାରଣ ଦୁହେଁ କେବେ ଖୁଲାସା କରିନାହାନ୍ତି। ଧନଶ୍ରୀ କିଛି ମାସ ପୂର୍ବରୁ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଚହଲଙ୍କ ସରନେମ୍‌କୁ ହଟାଇ ଦେଇଥିଲେ। ଏହାପରେ ଦୁହିଁଙ୍କ ଭିତରେ ଛାଡପତ୍ର ଚର୍ଚ୍ଚା ଆରମ୍ଭ ହୋଇଥିଲା। ଚହଲ କିଛି ମାସ ପୂର୍ବରୁ ଇନଷ୍ଟାଗ୍ରାମ୍‌ରେ ଧନଶ୍ରୀଙ୍କ ସହ ସବୁ ଫଟୋକୁ ଡିଲିଟ୍‌ କରି ଦେଇଥିଲେ। ତେବେ ଧନଶ୍ରୀ ଏଭଳି କିଛି କରିନଥିଲେ। ଚହଲଙ୍କ ଏହି ପଦକ୍ଷେପ ପରେ ପୁଣିଥରେ ଛାଡପତ୍ର ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ଏହି ଦୁହେଁ ୫ ଫେବୃଆରୀରେ ଛାଡପତ୍ର କେସ୍ ଫାଇଲ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.