ପ୍ରମୁଖ ଖବର
  • କେନ୍ଦୁଝର : ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା, ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
  • ||
  • କଟକ : କାଠଯୋଡି ନଦୀରୁ ଅଚିହ୍ନା ଶବ ଉଦ୍ଧାର
  • ||
  • ଭୁବନେଶ୍ୱର: ବୁଧବାର ଜମୁଛି ବେପାର, ଆମିଷ ଦର ତାଲିକା ମାରିବା ବାଧ୍ୟତାମୂଳକ
  • ||
  • ଭୁବନେଶ୍ୱର: ଟିଟିଏସ୍‌ରୁ ଅଳିଆ ହଟାଇବାକୁ ବିଏମ୍‌ସିର ଜୋରଦାର୍‌ ପ୍ରୟାସ, ୧୫ ଦିନରେ ୧୮ ହଜାର ଟନ୍‌ ପ୍ରୋସେସିଂ
  • ||
  • ଉତ୍ତରକାଶୀ: ଏମିତି କଟିଲା ୧୭ ଦିନ; ଭିଡିଓ ଗେମ୍‌, ଚେସ୍‌ର ବି ମଜାନେଲେ ଯୋଗ, ବ୍ୟାୟାମ କରି ନିଜକୁ ଫିଟ୍‌ ରଖିଲେ
  • ||
  • ଭୁବନେଶ୍ଵର : ୩୦ରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଇକେଲ୍‌ ବ୍ରାଣ୍ଡିଂ, ଲାଗିବ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ଷ୍ଟିକର
  • ||
  • ଭୁବନେଶ୍ଵର : ବାତ୍ୟା ପାଇଁ ସଜାଗ ୭ ଜିଲ୍ଲା, ଚାଷୀଙ୍କୁ ଅଦିନିଆ ବର୍ଷା ଚିନ୍ତା
  • ||

ଫିଲ୍ମ ‘ଫ୍ରେଡି’ ପାଇଁ ପ୍ରସ୍ତୁତ ହୋଇନଥିଲେ ଅଲାୟା, ନିଜର ଭୂମିକାକୁ ନେଇ ଏମିତି କହିଲେ ଅଭିନେତ୍ରୀ

ମୁମ୍ବାଇ ୨୦/୧୧: ଅପ୍‌କମିଙ୍ଗ ଫିଲ୍ମ ‘ଫ୍ରେଡି’ରେ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ଅପୋଜିଟ୍‌ରେ ନଜର ଆସିବେ ଅଲାୟା ଏଫ୍‌ । ତେବେ ଫିଲ୍ମରେ ନିଜ ଭୂମିକା ପାଇଁ ପ୍ରସ୍ତୁତ ହେବାକୁ ସେ ସମୟ ପାଇନଥିଲେ । ପଛକୁ ପଛ କାମ ଏହାର କାରଣ ବୋଲି  ସେ କହିଛନ୍ତି । ଚଣ୍ଡିଗଡ଼ରେ ସେ ଏକ ପ୍ରୋଜେକ୍ଟର ସୁଟିଂ  କରୁଥିଲେ, ଯାହାର କାମ ଅବଧି ବଢ଼ାଇ ଦିଆଗଲା । ସେଠାରୁ  ସୁଟିଂ ଶେଷ କରି ପର ଦିନ ‘ଫ୍ରେଡି’ ସେଟ୍‌ରେ ପହଞ୍ଚିଲେ । 

{"width":608,"height":441}
Alaya F reveals her DIY beauty recipe made with coffee : Bollywood News -  Bollywood Hungama

ଅଲାୟା ସାଧାରଣତଃ ପ୍ରତ୍ୟେକ କାମ ପୂର୍ବରୁ ପୂର୍ଣ୍ଣ ପ୍ରସ୍ତୁତ ହୋଇଥାନ୍ତି । ପ୍ରସ୍ତୁତିରେ ସେ ବହୁତ ସହଜ ମନେକରନ୍ତି ।  କିନ୍ତୁ ‘ଫ୍ରେଡି’ ମାମଲା ସମ୍ପୂର୍ଣ୍ଣ ଭିନ୍ନ ଥିଲା । ସୁଟିଂ ସେଟ୍‌ରେ ହିଁ  ସେ ପ୍ରସ୍ତୁତ ହେଲେ । କିନ୍ତୁ ଭାଗ୍ୟବଶତଃ ପ୍ରତିଭାସମ୍ପନ୍ନ  ଓ ଦକ୍ଷ ଲୋକଙ୍କ ଟିମ୍‌ରେ ସାମିଲ ହୋଇଥିବାରୁ  ସେମାନଙ୍କ ସମର୍ଥନ ଓ ମାର୍ଗଦର୍ଶନରେ ତାଙ୍କ  କାମ ସହଜ ହୋଇଥିଲା ।

{"width":612,"height":408}
Alaya F on U-Turn Remake: 'Been Asked Not to See Original One at All Until  Film is Wrapped' | Exclusive

ଫିଲ୍ମରେ କାର୍ତ୍ତିକ  ଆର୍ଯ୍ୟନ ଓ ଅଲାୟା ମୁଖ୍ୟ ଭୂମିକାରେ  ଅଭିନୟ କରିଛନ୍ତି । ଅଜବ ଚରିତ୍ର ଡା. ଫ୍ରେଡି  ଗିନ୍‌ୱାଲା (କାର୍ତ୍ତିକ) ଉପରେ ଏହାର କାହାଣୀ  ପର୍ଯ୍ୟବସିତ ।  ଫିଲ୍ମରେ ଅଲାୟା କାଇନାଜ୍‌  ଭୂମିକାରେ ଅଭିନୟ କରିଛନ୍ତି ।  ଏହାର ଅନେକ ଦିଗ ଓ  ଅନେକ ଜଟିଳତା ରହିଛି ।  ଏହି ଚରିତ୍ର ନିର୍ବାହ କରିବା  ତାଙ୍କ ପାଇଁ ମଜାଦାର ଅନୁଭବ  ଥିଲା । ଏହା ଜରିଆରେ ସେ  ଅନେକ କଥା ଶିଖିଛନ୍ତି ।  ଶଶାଙ୍କ ଘୋଷଙ୍କ ନିର୍ଦ୍ଦେଶିତ  ‘ଫ୍ରେଡି’ ଆସନ୍ତା ଡିସେମ୍ବର  ୨ ତାରିଖରେ ଡିଜ୍‌ନୀ ପ୍ଲସ୍‌  ହଟ୍‌ଷ୍ଟାର୍‌ରେ ମୁକ୍ତିଲାଭ କରିବ ।  ଏଥିସହ ‘ୟୁ-ଟର୍ନ’ ଫିଲ୍ମ  ପାଇଁ ମଧ୍ୟ ଅଲାୟା ପ୍ରସ୍ତୁତ  ହେଉଛନ୍ତି । ଆସନ୍ତା ବର୍ଷ ଏହା  ସିନେମାଘରକୁ ଆସିପାରେ ।

Copyright © 2022 - Summa Real Media Private Limited. All Rights Reserved.