ନୂଆଦିଲ୍ଲୀ,୧୦/୦୨; ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପରେ ଜିମ୍ବାୱେ ବିଜୟ ସହ ଅଭିଯାନ ଆରମ୍ଭ କରିଛି । ସୋମବାର ଏସଏସଜି ଗ୍ରାଉଣ୍ଡ୍‌ରେ ଅନୁଷ୍ଠିତ ଗ୍ରୁପ୍ ବି’ର ଏକ ମ୍ୟାଚରେ ଦଳ ୮ ୱିକେଟ୍‌ରେ ଓମାନକୁ ହରାଇଥିଲା । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଓମାନ ୧୯.୫ ଓଭରରେ ୧୦୩ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ଜବାବରେ ଜିମ୍ବାୱେ ୧୩.୩ ଓଭରରେ ୨ ୱିକେଟ୍ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା । ୩ଟି ୱିକେଟ୍ ନେଇ ବିଜୟରେ ପ୍ରମୁଖ ଭୁମିକା ନିର୍ବାହ କରିଥିବା ବ୍ଲେସିଂ ମୁଜରବାନି ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ ।

ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେବା ଜିମ୍ବାୱେ ପାଇଁ ବେଶ୍ ଫଳପ୍ରଦ ରହିଥିଲା । ରିଚାର୍ଡ ନଗରଭା, ମୁଜରବାନି ଓ ବ୍ରାଡ ଇଭାନ୍ସଙ୍କ ଘାତକ ବୋଲିଂର ମୁକାବିଲା କରି ନପାରି ଓମାନ ୧୦୩ ରନ ମଧ୍ୟରେ ସମସ୍ତ ୱିକେଟ୍ ହରାଇଥିଲା । ଦଳ ପକ୍ଷରୁ ନଦୀମ ଖାନ ୨୦, ବିନାୟକ ଶୁକ୍ଳା ୨୮ ଓ ସୁଫିୟାନ ମେହମୁଦ ୨୫ ରନ କରିଥିଲେ । ଜିମ୍ବାୱେ ପକ୍ଷରୁ ନଗରଭା, ମୁଜରବାନି ଓ ଇଭାନ୍ସ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ । ଜିମ୍ବାୱେ ୬.୩ ଓଭର ବାକି ଥାଇ ବିଜୟ ହାସଲ କରିଥିଲା । ଓପନର ବ୍ରାଏନ ବେନେଟ ଓ ମାରୁମାନି ୩୦ ରନ ସଂଗ୍ରହ କରିଥିଲେ । ମାରୁମାନି ୨୧ ରନ କରି ଆଉଟ୍ ହୋଇଥିଲେ । ପରେ ପରେ ଡିୟନ ମାୟର୍ସ ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଥିଲେ । ଅନ୍ୟ ଓପନର ବେନେଟଙ୍କ ସହ ବ୍ରେଣ୍ଡନ ଟେଲର ମିଶି ୬୮ ରନର ଭାଗିଦାରୀ ଗଠନ କରିଥିଲେ । ଦଳୀୟ ସ୍କୋର ୯୮ ବେଳେ ଟେଲର ୩୧ ରନ କରି ରିଟାୟାର୍ଡ ହର୍ଟ ହୋଇଥିଲେ । ଇଭାନ୍ସ ୪୮ ରନ କରି ଅପରାଜିତ ରହିବା ସହ ଦଳକୁ ବିଜୟୀ କରାଇଥିଲେ ।

ଏହା ବି ପଢନ୍ତୁ...ଟି-ଟ୍ୱେଣ୍ଟି ବିଶ୍ୱକପ; ଦ.ଆଫ୍ରିକାର ସହଜ ବିଜୟ, କାନାଡ଼ାକୁ ୫୭ରନ୍‌ରେ ହରାଇଲା