ରବିବାର ଏହି ରାଶିର ଲୋକଙ୍କର ବାଣିଜ୍ୟ, ବ୍ୟବସାୟରେ ଦେଖାଦେଇପାରେ ମାନ୍ଦାବସ୍ଥା, ବ୍ୟବହାର ବିବାଦୀୟ ହେବ

pic - internet
ମେଷ: ମନରେ ପ୍ରସନ୍ନତା, ପରିବାରରେ ସୁଖଶାନ୍ତି, ଶରୀରରେ ସୁସ୍ଥତା ଏବଂ ସମସ୍ତ କର୍ମରେ ସ୍ୱଚ୍ଛତା ଆପଣାଇବେ। ଆପଣଙ୍କ ବକ୍ତବ୍ୟରେ ସମ୍ମୋହନର ଶକ୍ତି ରହିବ ଏବଂ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଓ କର୍ମରେ ସଫଳତା, ଉଚ୍ଚ ସମ୍ମାନ ଓ ପଦମର୍ଯ୍ୟାଦା ଅତୁଟ ରହିବ। ଯେଉଁମାନଙ୍କର ଦ୍ୱିଜାମେଷ ସେମାନେ ସୁଫଳ ପାଇବେ।
ବୃଷ: ଘାତବାର, ଘାତଚନ୍ଦ୍ର ହେତୁ ଚାଲିଚଳନ, ବ୍ୟବହାର ବିବାଦୀୟ ହେବ ଏବଂ ମନରେ ବିଷଣ୍ଣତା, ଅସ୍ଥିରତାଭାବ ପ୍ରକାଶ ପାଇବ। ମାନ ସମ୍ମାନ ହାନି, ପରିବାରରେ ମନୋମାଳିନ୍ୟ ଓ ଇତରଜନଠାରୁ ଅପମାନ ପାଇବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ମାନ୍ଦାବସ୍ଥା ଓ କର୍ମରେ ବିଫଳତା ଏବଂ ସହକର୍ମୀଙ୍କ ଉପହାସର ପାତ୍ର ହେବେ।
ମିଥୁନ: ପରିବହନ ବ୍ୟବସାୟରେ ଆଜିଉତ୍ତମ ଆୟ କରିବେ ଏବଂ ନୂତନ ଯାନବାହନ କ୍ରୟ କରିବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ ଏବଂ ବାଣିଜ୍ୟ, ବ୍ୟବସାୟରେ ଆୟ ଉତ୍ତମ ହେବ। କର୍ମରେ ସଫଳତା, ସହକର୍ମୀଙ୍କ ସହଯୋଗ ଏବଂ ପଦସ୍ଥ କର୍ମଚାରୀଙ୍କ ଶ୍ରଦ୍ଧାଭାଜନ ହେବେ। ।
କର୍କଟ: ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା, ପରସ୍ପର ମଧ୍ୟରେ ସ୍ନେହ, ମୈତ୍ରୀ ଭାବ ଏବଂ ଭାଇଭଉଣୀଙ୍କ ସହାୟତା ପ୍ରାପ୍ତ କରିବେ। ନୂତନ କର୍ମାରମ୍ଭ, ନୂତନ ନିଯୁକ୍ତି କିମ୍ବା କୌଣସି ମାଙ୍ଗଳିକ କର୍ମର ଆୟୋଜନରେ ବ୍ୟସ୍ତ ରହିବେ। ବାଣିଜ୍ୟ, ବ୍ୟବସାୟରେ ଉତ୍ତମ ଆୟ ଓ କର୍ମରେ ଆଶାଠାରୁ ଅଧିକ ସଫଳତା ଏବଂ ସମସ୍ତଙ୍କର ଶ୍ରଦ୍ଧାଲାଭ କରିବେ।
ସିଂହ: ଘାତବାର, କୃଷ୍ଣପକ୍ଷର ଦ୍ୱିତୀୟ ଚନ୍ଦ୍ର ହେତୁ ବାଦବିବାଦ, ଆର୍ଥିକ କାରବାର ଏବଂ ସ୍ୱାସ୍ଥ୍ୟପ୍ରତି ଯତ୍ନବାନ ହେବେ। ମୂଲ୍ୟବାନ ପଦାର୍ଥ ନଷ୍ଟ ବା ଚୋରି ହୋଇଯାଇପାରେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ କର୍ମରେ ବାଧାବିଘ୍ନ ଦେଖାଦେବ। ଯେଉଁମାନଙ୍କର ମଘା ଓ ଉତ୍ତରା ଫାଲଗୁନୀ ସିଂହ ସେମାନେ ସତର୍କ ହେବେ।
କନ୍ୟା: ଘାତବାର ଓ ଶ୍ରୀଚନ୍ଦ୍ରହେତୁ ଘାତବାରର ପ୍ରଭାବ କମ୍ ରହିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ ଆୟ ଯାହା ହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଓ ଆତ୍ମତୃପ୍ତି ମିଳିବ। କର୍ମରେ ପରିଶ୍ରମ ତୁଳନାରେ ସଫଳତା ଅଧିକ ମିଳିବ ଏବଂ ସମସ୍ତଙ୍କର ପ୍ରଶଂସାର ପାତ୍ର ହେବେ।
ତୁଳା: ଦ୍ୱାଦଶଚନ୍ଦ୍ର ହେତୁ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅପେକ୍ଷା ବ୍ୟୟ ବହୁତ କମ୍ ରହିବ ଏବଂ ବହୁତ ଭାବିଚିନ୍ତି ଖର୍ଚ୍ଚ କରିବେ। କର୍ମରେ ସଫଳତା ଏବଂ ସମସ୍ତ ଅଟକିଥିବା କାମ ଓ କଷ୍ଟସାଧ୍ୟ କାମ ଆଜି ଆପଣଙ୍କ ପାଇଁ ସହଜ ହେବ।
ବିଛା: ଏକାଦଶ ଚନ୍ଦ୍ର ହେତୁ ଆୟପ୍ରତି ଓ ବ୍ୟବସାୟ ପ୍ରତି ଅଧିକ ଧ୍ୟାନ ଓ ସମୟ ଦେବେ। ବିଭିନ୍ନ ସୂତ୍ରରୁ ଆୟର ମାର୍ଗ ଖୋଲିଯିବ ଏବଂ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ଅର୍ଜିତ ଧନକୁ ସତ୍ମାର୍ଗରେ ବିନିଯୋଗ କରିବେ। କର୍ମରେ ସଫଳତା ଏବଂ କର୍ମସ୍ଥାନର ସମସ୍ତସୁବିଧାସୁଯୋଗ ହାସଲ କରିବେ।
ଧନୁ: କର୍ମରେ ଉନ୍ନତି ଏବଂ ଭାଗ୍ୟ ଅପେକ୍ଷା କର୍ମକୁ ଅଧିକ ଧ୍ୟାନ ଦେବେ ଏବଂ କର୍ମ ଉପରେ ବିଶ୍ୱାସ ରଖିବେ। ସମସ୍ତ କର୍ମରେ ସଫଳତା ମିଳିବ ଏବଂ ସମସ୍ତ କର୍ମରେ ଆପଣଙ୍କର କାର୍ଯ୍ୟଦକ୍ଷତା ଓ କର୍ମକୁଶଳତା ପ୍ରକାଶ ପାଇବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବ।
ମକର: କୃଷ୍ଣପକ୍ଷର ନବମ ଚନ୍ଦ୍ର ହେତୁ ମାନ, ସମ୍ମାନ ହାନି, ମାନସିକ ଦୁଶ୍ଚିନ୍ତା, ନିଜର ପ୍ରିୟବନ୍ଧୁଙ୍କ ସହ ମତାନ୍ତର ଏବଂ ନିଜ କୃତକର୍ମର ପଶ୍ଚାତାପ କରିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସ୍ୱଳ୍ପ ଆୟ ଏବଂ କର୍ମରେ ବିଫଳତା ଓ ପଦସ୍ଥ କର୍ମଚାରୀଙ୍କ ରୋଷର ଶିକାର ହେବେ। ଯେଉଁମାନଙ୍କର ଉତ୍ତରାଷାଢ଼ା ମକର ସେମାନେ ସତର୍କ ହେବେ।
କୁମ୍ଭ: ଅଷ୍ଟମ ଚନ୍ଦ୍ର ହେତୁ ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ବିବାଦ ଏବଂ ଚାଲିଚଳନ, ବ୍ୟବହାର ବିବାଦୀୟ ହେବ ଓ ମନରେ ବିରକ୍ତିଭାବ ପ୍ରକାଶ ପାଇବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଯାହା ହେବ ତା’ଠାରୁ ଅଧିକ ବଦ୍ଖର୍ଚ୍ଚ ହେବ ଏବଂ କର୍ମରେ ବହୁବିଧ ସମସ୍ୟାର ସମ୍ମୁଖୀନ ହେବେ। ଯେଉଁମାନଙ୍କର ଶତଭିଷାକୁମ୍ଭ ସେମାନେ ସତର୍କ ହେବେ
ମୀନ: କୌଣସି ମାଙ୍ଗଳିକ କର୍ମରେ ପରିବାର ସହଯୋଗ ଦେବେ ଏବଂ ପୁତ୍ର, କନ୍ୟାଙ୍କର ମାଙ୍ଗଳିକ କର୍ମର ଆୟୋଜନ କରିବେ। ମାନସିକ, ପାରିବାରିକ ଶାନ୍ତି ଏବଂ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ସ୍ତ୍ରୀହେତୁକ ଧନପ୍ରାପ୍ତି ହେବ। କର୍ମରେ ସଫଳତା ଏବଂ ମହିଳା ସହକର୍ମୀଙ୍କ ସହଯୋଗ ପ୍ରାପ୍ତ କରିବେ। ଯେଉଁମାନଙ୍କର ଉତ୍ତରାଭାଦ୍ର ମୀନ ସେମାନେ ସତର୍କ ହେବେ।