PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ଜୋମାଟୋ ମ୍ୟାନେଜମେଣ୍ଟରେ ଝଡ଼ , ଏବେ କମ୍ପାନୀର ସହ-ପ୍ରତିଷ୍ଠାତା ଦେଲେ ଇସ୍ତଫା

ନୂଆଦିଲ୍ଲୀ : ଗତ କିଛି ଦିନ ହେବ ଅନଲାଇନ୍‌ ଫୁଡ୍‌ ଡେଲିଭରୀ ପ୍ଲାଟଫର୍ମ ଜୋମାଟୋର ମ୍ୟାନେଜମେଣ୍ଟରେ ଝଡ଼ ଆସିଛି। କେବଳ ୧୫ ଦିନ ଭିତରେ ଜୋମାଟୋର ଅନେକ ଅଧିକାରୀମାନେ କମ୍ପାନୀ ଛାଡ଼ି ଦେଇଛନ୍ତି। ତାଜା ମାମଲାରେ କମ୍ପାନୀର କୋ-ଫାଉଣ୍ଡର ମୋହିତ ଗୁପ୍ତା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ମୋହିତ ଗୁପ୍ତା ସାଢ଼େ ଚାରି ବର୍ଷ ଯାଏ କମ୍ପାନୀ ସହ ଯୋଡ଼ି ହୋଇ ରହିଥିଲେ। ସେ ୨୦୧୮ରେ କମ୍ପାନୀରେ ଜଣେ ଫୁଡ୍‌ ଡେଲିଭରୀ ହେଡ୍‌ ଭାବେ ଜଏନ୍‌ କରିଥିଲେ। ଜୋମାଟୋରେ ସାମିଲ ହେବା ପରେ ପୂର୍ବରୁ ମୋହିତ ଗୁପ୍ତା ଟ୍ରାଭଲ ପୋର୍ଟଲ Makemytrip ର ମୁଖ୍ୟ ପରିଚାଳନା ଅଧିକାରୀ ଥିଲେ ।

କହି ରଖୁଛି କି , ଗତ କିଛି ଦିନରେ ଜୋମାଟୋର ମ୍ୟାନେଜମେଣ୍ଟରେ ଏହା ୩ୟ ଇସ୍ତଫା । ଏହି ସପ୍ତାହରେ କମ୍ପାନୀର ନ୍ୟୁ ଇନିସିଏଟିଭ୍‌ ହେଡ୍ ରାହୁଲ ଗଞ୍ଜୁ ନିଜ ପଦରୁ ଇସ୍ତଫା ଦେଇ ସାରିଥିଲେ  ଏହା ବ୍ୟତୀତ ଇଣ୍ଟରସିଟି ଲିଜେଣ୍ଡସ ସର୍ଭିସେସ୍‌ର ହେଡ୍‌ ସିଦ୍ଧାର୍ଥ ଝାୱର ଗୋଟେ ସପ୍ତାହ ପୂର୍ବେ କମ୍ପାନୀ ଛାଡ଼ି ଦେଇଥିଲେ ।

ଜୋମାଟୋର ସେୟାର କଥା ଯଦି କହିବା ତ ଏହା ୬୭.୧୫ ଟଙ୍କାରେ ଥିଲା । ଗୋଟେ ଦିନ ପୂର୍ବର ତୁଳନାରେ ସେୟାରରେ ୦.୮୯ ପ୍ରତିଶତ ହ୍ରାସ ଘଟିଛି। ଅଲ୍‌ ଟାଇମ୍‌ ହାଇ ୧୬୨ ଟଙ୍କାର ସ୍ତରରୁ ଏହା ସେୟାର ୫୦ ପ୍ରତିଶତରୁ ଅଧିକ ହ୍ରାସ ଘଟିଛି।

ଜୁଲାଇ-ସେପ୍ଟେମ୍ୱର ତିନି ମାସରେ ଜୋମାଟୋର କ୍ଷତି ଜାରି ରହିଥିଲା। ଏହି ସମୟରେ ଜୋମାଟୋର ଘାଟା ୨୫୦.୮ କୋଟି ଟଙ୍କାରେ ରହିଥିଲା, ଯାହା ଗତ ବର୍ଷ ଏହି ଅବଧିରେ ୪୩୪.୯ କୋଟି ଟଙ୍କା ରୁଜୁ କରାଯାଇ ଥିଲା। ଅନ୍ୟ ଦୁଇ ମାସରେ ଜୋମାଟୋର ରେଭେନ୍ୟୁ ୧,୬୬୧.୩ କୋଟି ରହିଛି। ସେପଟେ କମ୍ପାନୀର ମୋଟ ଖର୍ଚ୍ଚ ୨,୦୯୧.୩  କୋଟି ଟଙ୍କା ରହିଛି ।

ସମ୍ବନ୍ଧିତ ଖବର