ପ୍ରମୁଖ ଖବର
  • ତୀବ୍ର ରୂପ ନେଲା ଖଲ୍ଲିକୋଟ ରାଜନୈତିକ ହିଂସା, ପୋଲିସ ଭ୍ୟାନ୍‌କୁ ଢେଲା ସହ ବୋତଲ ମାଡ କଲେ ଉତ୍ତ୍ୟକ୍ତ ଲୋକ
  • ||
  • ବର୍ଷାଙ୍କୁ ନିର୍ଯାତନା ମାମଲା: ଅନୁଭବଙ୍କୁ ବଡ଼ ଆଶ୍ଵସ୍ତି, NBW ଉପରେ ରହିତାଦେଶ ଜାରି କଲେ ହାଇକୋର୍ଟ
  • ||
  • ବିଜେପି ଛାଡ଼ିଲେ ରମା ବଳିଆରସିଂହ, ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ
  • ||
  • ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ସୋ' ପାଇଁ ଟ୍ରାଫିକ୍‌ କଟକଣା, ଅପରାହ୍ଣ ସାଢ଼େ ୪ଟାରୁ ଏହି ସବୁ ରୁଟ୍‌ରେ ବନ୍ଦ ରହିବ ଗାଡ଼ି ଚଳାଚଳ
  • ||
  • କଂଗ୍ରେସ ପ୍ରଚାର ମଇଦାନରେ ଖଡ୍‌ଗେ, ଫୁଲବାଣୀରେ ଜନସଭାକୁ ସମ୍ବୋଧିତ କରିବେ
  • ||
  • ଭୁବନେଶ୍ବର ଜିଜିପି କଲୋନୀରେ ଅଗ୍ନିକାଣ୍ଡ, ଗ୍ୟାସ୍ ସିଲିଣ୍ଡର ଫାଟି ଜଳିଗଲା ୪ ଦୋକାନ
  • ||
  • ରଥଖଳା ହାଲ୍ଚାଲ୍, ୪୨ ତୁମ୍ବ ଗୋଲେଇ ଶେଷ, ଆଜି ସୂତା ବାଡ଼ିଆ ଓ ବିନ୍ଧ ଅନୁକୂଳ
  • ||
  • IPL 2024: ଉପଲ୍‌ରେ ହାଇଦ୍ରାବାଦକୁ ଭେଟିବ ଗୁଜରାଟ୍, ପ୍ଲେ-ଅଫ୍‌ରୁ ୧ ପଏଣ୍ଟ ଦୂରରେ ସନରାଇଜର୍ସ
  • ||
  • ରାଜଧାନୀରେ ସକାଳେ ବିଜେପି, ସନ୍ଧ୍ୟାରେ ବିଜେଡି ଦେଖାଇବ ଦମ୍‌: ଆଜି ନବୀନ, ନଡ୍ଡାଙ୍କ ମେଗା ରୋଡ୍‌ ସୋ’
  • ||
  • ୨୫ ବେଳକୁ ଲଘୁଚାପ ସମ୍ଭାବନା:୧୯ରେ ପଶ୍ଚିମ ଓଡ଼ିଶା ଜଳିବ, ଉପକୂଳ ୪୦ ଡିଗ୍ରୀ ଛୁଇଁବ ପାରଦ
  • ||

ଧନୀ ଓ ଅପରାଧ ପୃଷ୍ଠଭୂମିର ନେତାଙ୍କୁ ବେଶି ଭୋଟ: ଆଇଡିଆର ରିପୋର୍ଟ

Image source: Live hindustan

ନୂଆଦିଲ୍ଲୀ,୨୯/୦୪: ୨୦୧୯ ନିର୍ବାଚନ ଫଳାଫଳରୁ ଏମିତି କିଛି ତଥ୍ୟ ସାମ୍ନାକୁ ଆସିଛି, ଯାହାକି ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଆଇଡିଆର ଏହାର ରିପୋର୍ଟରେ ଦାବି କରିଛ ଯେ, ଧନୀ ଓ ଅପରାଧ ପୃଷ୍ଠଭୂମିର ନେତାଙ୍କୁ ଅଧିକ ଭୋଟ ମିଳୁଛି। ୨୦୨୪ ଲୋକସଭା ନିର୍ବାଚନରେ ଅପରାଧିକ ପୃଷ୍ଠଭୂମିରୁ ମାଳମାଳ ପ୍ରାର୍ଥୀ। ଅଧିକାଂଶ ପ୍ରାର୍ଥୀଙ୍କ ନାଁରେ ହତ୍ୟା ଦୁଷ୍କର୍ମ ଭଳି ସଙ୍ଗୀନ ମାମଲା ରହିଛି । ଧନ ଓ ବାହୁବଳ ମାଧ୍ୟମରେ ନିର୍ବାଚନୀ ବୈତରଣୀ ପାର ହେଉଛନ୍ତି ନେତା । ଧନ ଦେଖିକି ମନ ବଳାଉଛନ୍ତି ଆଉ ତା ପରେ ବିଜୟ ପକ୍କା। ଅପରାଧିକ ପୃଷ୍ଠଭୂମିରୁ ଆସିଥିବା ପ୍ରାର୍ଥୀଙ୍କ ଲୋକସଭା ନିର୍ବଚନରେ ବିଜୟ ପ୍ରତିଶତ ଅଧିକ ରହିଛି । ଏକଥା ଆମେ କହୁନାହୁଁ ବରଂ ରାଜନୀତି ଏବଂ ନିର୍ବାଚନ ପ୍ରକ୍ରିୟା ଉପରେ ନଜର ରଖିଥିବା ଆସୋସିଏନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ ବା ଏଡିଆର୍ ନିଜ ରିପୋର୍ଟରେ ଏହା ପ୍ରକାଶ କରିଛି ।

ଏହି ରିପୋର୍ଟରୁ ଜଣାପଡ଼ିଛି ଯେ, ଲୋକସଭାର ପ୍ରତି ନିର୍ବାଚନରେ କୋଟିପତି ଏବଂ ଆପରାଧିକ ପୃଷ୍ଠଭୂମିରୁ ଆସିଥିବା ପ୍ରାର୍ଥୀଙ୍କ ବିଜୟ ପ୍ରତିଶତ ଧୀରେ ଧୀରେ ବଢ଼ିବାରେ ଲାଗିଛି । ୨୦୧୯ ସାଧାରଣ ନିର୍ବାଚନରେ ଲୋକସଭାର ମୋଟ୍ ୫୪୩ ଆସନରୁ ୪୫୪ ବା ୮୮ ପ୍ରତିଶତ ଆସନରେ କୋଟିପତି ପ୍ରାର୍ଥୀ ବିଜୟୀ ହୋଇଥିଲେ। ଏଥିରୁ ୨୬୬ଜଣ ବା ୪୬ ପ୍ରତିଶତ ଆପରାଧିକ ପୃଷ୍ଠଭୂମିରୁ ଆସିଥିବା ପ୍ରାର୍ଥୀ ଜିତି ଥିଲେ । 

ଏଡିଆର୍ ରିପୋର୍ଟରେ ସ୍ପଷ୍ଟ ଭାବେ ଲେଖାଯାଇଛି ଯେ, ୨୦୨୪ ଲୋକସଭା ନିର୍ବାଚନରେ ଅପରାଧୀକ କାର୍ଯ୍ୟକଳାପରେ ଲିପ୍ତ ଏବଂ ଧନଶାଳୀ ପ୍ରାର୍ଥୀଙ୍କ ସଂଖ୍ୟା କିଛି କମ୍ ନୁହେଁ। ଚଳିତ ନିର୍ବାଚନରେ ରାଜନୈତିକ ଦଳମାନେ ଅପରାଧିକ ପୃଷ୍ଠଭୂମିରୁ ଆସିଥିବା ନେତାଙ୍କୁ ଭରସା କରି ଟିକେଟ୍ ଦେଇଛି । ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ୧୮୯ଟି ଲୋକସଭା ଆସନରେ ୨,୮୧୦ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହୋଇଛି । ଏଥିରୁ ୧୮ ପ୍ରତିଶତ ବା ୫୦୧ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି । ସେହିପରି ୮୪୦ଜଣ ପ୍ରାର୍ତୀ କୋଟିପତି ବୋଲି ନିର୍ବାଚନ ଆୟୋଗଙ୍କୁ ଦାଖଲ କରିଥିବା ସତ୍ୟପାଠରୁ ଜଣାପଡ଼ିଛି ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.