ପ୍ରମୁଖ ଖବର
  • ବାରିପଦା ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଅଗ୍ନିକାଣ୍ଡ, ୩ଜଣ ଅସୁସ୍ଥ ଅବସ୍ଥାରେ ଉଦ୍ଧାର, ୨ଟି ଅଗ୍ନିଶମ ଟିମ୍ ନିୟୋଜିତ
  • ||
  • କଂଗ୍ରେସ ଛାଡ଼ିଲେ ଦୁଲାଲ ଚନ୍ଦ୍ର ପ୍ରଧାନ,ଏଆଇସିସି ସଭାପତିଙ୍କୁ ପଠାଇଲେ ଇସ୍ତଫା ପତ୍ର
  • ||
  • ଚଣ୍ଡିଖୋଲ ବଡ଼ଚଣା ଓଭରବ୍ରିଜ୍‌ରେ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କା ୨ ବାଇକ୍ ଆରୋହୀ ମୃତ
  • ||
  • ରାସ୍ତା ପାର୍ ହେଉଥିଲେ ମହିଳା, ଚଢ଼ିଗଲା ମାଛ ବୋଝେଇ ପିକ୍ଅପ୍ ଭ୍ୟାନ୍
  • ||
  • ମେ’ ୩ରେ ରାୟଗଡ଼ା ଆସିବେ ରାହୁଲ, ବିଶାଳ ଜନସଭାକୁ ସମ୍ବୋଧିତ କରିବେ
  • ||
  • ଆଇପିଏଲ୍ 2024: କୋଲକାତା ନାଇଟ୍‌ ରାଇଡର୍ସକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ, ଇଡେନ ଗାର୍ଡେନ୍ସ ହେବ ରନ୍ ବର୍ଷା
  • ||
  • କାମାକ୍ଷାନଗରରେ ଏନକାଉଣ୍ଟର, ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁବାଷ ଖୁଣ୍ଟିଆ ଗୁରୁତର
  • ||
  • ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ, ଆଜିଠୁ ନାମାଙ୍କନ ଦାଖଲ
  • ||
  • ଜଗତସିଂହପୁର-ବାଲିକୁଦା ନିକଟରେ ଓଲଟିଲା ବରଯାତ୍ରୀ ବସ୍, ୧୦ ଜଣ ଆହତ
  • ||

'ମହାରାଷ୍ଟ୍ରରେ କୌଣସି ପ୍ରକାରର ଅଣ୍ଡରୱାର୍ଲ୍ଡର କାର୍ଯ୍ୟକଳାପ ହୋଇ ପାରିବ ନାହିଁ ' ...ସଲମାନଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ

ମୁମ୍ୱାଇ- ମୁମ୍ୱାଇ ସ୍ଥିତି ନିଜ ଘରେ ସୁଟିଂ ପରେ ସଲମାନ ଖାନଙ୍କୁ ପ୍ରଥମ ଥର ଦେଖିବାକୁ ମିଳିଛି। ୧୬ ଅପ୍ରେଲରେ ସଲମାନ ଖାନଙ୍କ ସହ ସାକ୍ଷାତ୍‌ କରିବାକୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗ୍ୟାଲେକ୍ସି ଆପାର୍ଟମେଣ୍ଟରେ ପହଞ୍ଚି ଥିଲେ। ଉଭୟଙ୍କର ଫଟୋ ସାମ୍ନାକୁ ଆସିଛି। ଏଥିରେ ସେମାନେ କଥାବାର୍ତ୍ତା ହେଉଥିବାର ନଜର ଆସୁଛି। ସଲମାନ ଓ ଏକନାଥ ସିନ୍ଦେଙ୍କ ସହ ଅଭିନେତାଙ୍କ ପିତା ସଲିମ ଖାନଙ୍କୁ ମଧ୍ୟ ଦେଖିବାକୁ ମିଳୁଛି। 

ସୂଚନା ଆଧାରରେ , ମୁଖ୍ୟମନ୍ତ୍ରୀ ସିନ୍ଦେ ସଲମାନ ଖାନ ଓ ତାଙ୍କ ପରିବାରର ସହ କିଛି ସମୟ ଧରି କଥାବାର୍ତ୍ତା ହୋଇଥିଲେ। ଏହି ସମୟରେ ସେ ଅଭିନେତା (ସଲମାନ ଖାନ)ଙ୍କୁ ଆଶ୍ୱାସନା ଦେଲେ କି ତାଙ୍କୁ ଓ ତାଙ୍କର ପରିବାରର ସିକ୍ୟୁରିଟି ବଢାଇ ଦିଆଦିଆଯିବ। ଏହାସହ ତାଙ୍କୁ କହିଛନ୍ତି କି ମହାରାଷ୍ଟ୍ରରେ ସେ କୌଣସି ପ୍ରକାରରର ଅଣ୍ଡରୱାର୍ଲ୍ଡର କାର୍ଯ୍ୟକଳାପକୁ ସହ୍ୟ କରିପାରିବେ ନାହିଁ । ସେ କୌଣସି ବିଶ୍ନୋଇ ଗ୍ୟାଙ୍ଗର ହୋଇ ଥାଉ ନା କାହିଁକି । 

କହି ରଖୁଛୁ କି , ଏହା ପୂର୍ବରୁ ୧୫ ଅପ୍ରେଲରେ ସଲମାନ ଖାନଙ୍କୁ ଭେଟିବାକୁ ରାଜ ଠାକରେ ଆସିଥିଲେ। ତାଙ୍କ ବ୍ୟତୀତ ଅଭିନେତା ନିଜେ ମଧ୍ୟ ଖୁବ୍ ସୁରକ୍ଷା ମଧ୍ୟରେ ବାହାରକୁ ଆସିଥିଲେ। ହେଲେ ସୁରକ୍ଷା ବ୍ୟବସ୍ଥା ଯୋଗୁଁ ତାଙ୍କର ଫଟୋ ସାମ୍ନାକୁ ଆସି ପାରି ନଥିଲା। ହଠାତ୍‌ ଘର ବାହାରେ ହୋଇଥିବା ଫାୟାରିଂରେ ସଲମାନ ଖାନଙ୍କ ପରିବାର ଭୟରେ। ଏହି କ୍ରମରେ ଅଭିନେତାଙ୍କ ସହ ତାଙ୍କର ପରିବାରର ସୁରକ୍ଷାବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି। 

ଉଲ୍ଲେଖନୀୟ ଯେ, କିଛି ବର୍ଷ ପୂର୍ବେ ବଲିଉଡ୍‌ର ଦବଙ୍ଗ ଅଭିନେତା ସଲମାନ ଖାନଙ୍କୁ ଜୀବନରେ ମାରିବାର ଧମକ ମିଳିଥିଲା। ଧମକ ପର ଠାରୁ ସଲମାନ ଖାନ ଖୁବ୍‌ ଦୃଢ ସୁରକ୍ଷା ବଳୟରେ ମଧ୍ୟରେ ରହୁଛନ୍ତି। କିନ୍ତୁ ଏତେ ବଡ଼ ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ୧୪ ଅପ୍ରେଲ ସକାଳ ୪.୫୦ ଟାରେ ସଲମାନ ଖାନଙ୍କ ଘର ଗ୍ୟାଲେକ୍ସି ଆପାର୍ଟମେଣ୍ଟ ବାହାରେ ଦୁଇ ଅଜ୍ଞାତ ଲୋକ ଅନେକ ରାଉଣ୍ଡ ଗୁଳି ଚଳେଇ ଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.