ପ୍ରମୁଖ ଖବର
  • ତୀବ୍ର ରୂପ ନେଲା ଖଲ୍ଲିକୋଟ ରାଜନୈତିକ ହିଂସା, ପୋଲିସ ଭ୍ୟାନ୍‌କୁ ଢେଲା ସହ ବୋତଲ ମାଡ କଲେ ଉତ୍ତ୍ୟକ୍ତ ଲୋକ
  • ||
  • ବର୍ଷାଙ୍କୁ ନିର୍ଯାତନା ମାମଲା: ଅନୁଭବଙ୍କୁ ବଡ଼ ଆଶ୍ଵସ୍ତି, NBW ଉପରେ ରହିତାଦେଶ ଜାରି କଲେ ହାଇକୋର୍ଟ
  • ||
  • ବିଜେପି ଛାଡ଼ିଲେ ରମା ବଳିଆରସିଂହ, ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ
  • ||
  • ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ସୋ' ପାଇଁ ଟ୍ରାଫିକ୍‌ କଟକଣା, ଅପରାହ୍ଣ ସାଢ଼େ ୪ଟାରୁ ଏହି ସବୁ ରୁଟ୍‌ରେ ବନ୍ଦ ରହିବ ଗାଡ଼ି ଚଳାଚଳ
  • ||
  • କଂଗ୍ରେସ ପ୍ରଚାର ମଇଦାନରେ ଖଡ୍‌ଗେ, ଫୁଲବାଣୀରେ ଜନସଭାକୁ ସମ୍ବୋଧିତ କରିବେ
  • ||
  • ଭୁବନେଶ୍ବର ଜିଜିପି କଲୋନୀରେ ଅଗ୍ନିକାଣ୍ଡ, ଗ୍ୟାସ୍ ସିଲିଣ୍ଡର ଫାଟି ଜଳିଗଲା ୪ ଦୋକାନ
  • ||
  • ରଥଖଳା ହାଲ୍ଚାଲ୍, ୪୨ ତୁମ୍ବ ଗୋଲେଇ ଶେଷ, ଆଜି ସୂତା ବାଡ଼ିଆ ଓ ବିନ୍ଧ ଅନୁକୂଳ
  • ||
  • IPL 2024: ଉପଲ୍‌ରେ ହାଇଦ୍ରାବାଦକୁ ଭେଟିବ ଗୁଜରାଟ୍, ପ୍ଲେ-ଅଫ୍‌ରୁ ୧ ପଏଣ୍ଟ ଦୂରରେ ସନରାଇଜର୍ସ
  • ||
  • ରାଜଧାନୀରେ ସକାଳେ ବିଜେପି, ସନ୍ଧ୍ୟାରେ ବିଜେଡି ଦେଖାଇବ ଦମ୍‌: ଆଜି ନବୀନ, ନଡ୍ଡାଙ୍କ ମେଗା ରୋଡ୍‌ ସୋ’
  • ||
  • ୨୫ ବେଳକୁ ଲଘୁଚାପ ସମ୍ଭାବନା:୧୯ରେ ପଶ୍ଚିମ ଓଡ଼ିଶା ଜଳିବ, ଉପକୂଳ ୪୦ ଡିଗ୍ରୀ ଛୁଇଁବ ପାରଦ
  • ||

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀଙ୍କୁ ଦିଲ୍ଲୀ ପୋଲିସର ସମନ୍, ପୋଷ୍ଟ କରିଥିଲେ ଶାହଙ୍କ ଏଡିଟେଡ୍ ଭିଡିଓ

ନୂଆଦିଲ୍ଲୀ,୨୯।୪: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ ଦିଲ୍ଲୀ ପୋଲିସର ସମନ୍। ସୋସିଆଲ ମିଡିଆରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଏଡିଟେଡ୍ ଭିଡିଓ ପୋଷ୍ଟିଂ କରିବା ମାମଲାରେ ପଚରାଉଚରା ପାଇଁ ତାଙ୍କୁ ଡକାଇଛି ଦିଲ୍ଲୀ ପୋଲିସ।  ଜାରି କରାଯାଇଥିବା ସମନ୍ ଅନୁଯାୟୀ, ସିଏମ୍ ରେଡ୍ଡୀଙ୍କ ସମେତ ପାଞ୍ଚ ଜଣଙ୍କୁ ୧ ମଇରେ ଦିଲ୍ଲୀକୁ ଡକାଯାଇଛି। ସମସ୍ତେ ଏହି ଭିଡିଓକୁ ସୋସିଆଲ ମିଡିଆ ସାଇଟ୍ ‘ଏକ୍ସ’ରେ ରେ ପୋଷ୍ଟ କରିଥିଲେ।

ସୂଚନାନୁସାରେ, ପୋଲିସ ସିଏମ ରେଡ୍ଡୀଙ୍କୁ ସେହି ମୋବାଇଲ ଆଣିବାକୁ କହିଛି ଦିଲ୍ଲୀ ପୋଲିସ, ଯେଉଁଥିରେ ସେ ଏହି ଭିଡିଓକୁ ‘ଏକ୍ସ’ରେ ରେ ପୋଷ୍ଟ କରିଥିଲେ। ଉଲ୍ଲେଖନୀୟ ଯେ, ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଶନିବାର ଦିନ ଆଇପିସି ଏବଂ ଆଇଟି ଆକ୍ଟ ଅନୁଯାୟୀ ଏଫ୍ଆଇଆର୍ ରୁଜୁ କରିଛି। ଏହି କାର୍ଯ୍ୟାନୁଷ୍ଠାନ ସେହି ସମୟରେ ନିଆଯାଇଛି, ଯେତେବେଳେ ଗୃହମନ୍ତ୍ରଣାଳୟ ଓ ବିଜେପିର ଦିନକ ପୂର୍ବରୁ ମାମଲା ରୁଜୁ କରିଥିଲା।

ସ୍ପେଶାଲ ସେଲ୍‌  ଇଣ୍ଡିଆନ୍ ପେନାଲ କୋଡ୍‌(ଆଇପିସି)ର ବିଭିନ୍ନ ଧାରା ଓ ଆଇଟି ଆକ୍ଟର ପ୍ରାସଙ୍ଗିକ ନିୟମ ଅନୁସାରେ, ମାମଲା ରୁଜୁ କରିଛି। ଅଭିଯୋଗ ରହିଛି ଯେ, କିଛି ଭିଡିଓ କୁ ଏଡିଟ କରାଯାଇଛି। ଉଲ୍ଲେଖନୀୟ ଯେ, ଗୃହମନ୍ତ୍ରୀ ଅମିତ ଶାହଙ୍କ ଏକ ଫେକ୍ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ସେୟାର କରାଯାଉଛି। ଏହି ଭିଡିଓ ସଂରକ୍ଷଣକୁ ନେଇ ଗୃହମନ୍ତ୍ରୀଙ୍କ ସମ୍ବୋଧନ ସହିତ ଜଡିତ ଥିଲା। ଏହି ମାମଲାରେ ଦିଲ୍ଲୀ ପୋଲିସ ରବିବାର ଅଭିଯୋଗ ମିଳିବା ପରେ ମାମଲା ରୁଜୁ କରିଥିଲା। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଭାରତୀୟ ଦଣ୍ଡ ସଂହିତାର ବିଭିନ୍ନ ଧାରା ବ୍ୟତୀତ ଆଇଟି ଆକ୍ଟ ଅନୁସାରେ ମାମଲା ରୁଜୁ କରିଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.