ପ୍ରମୁଖ ଖବର
  • ରାଏବରେଲିରୁ ପ୍ରାର୍ଥୀପତ୍ର ଦାଖଲ କଲେ ରାହୁଲ ଗାନ୍ଧୀ, ୨୦ ବର୍ଷ ହେବ ସାଂସଦ ଥିଲେ ମା’ ସୋନିଆ
  • ||
  • ଭିଜିଲାନ୍ସ ପଞ୍ଝାରେ କନିଷ୍ଠ କିରାଣୀ ଜିତେନ୍ଦ୍ର ସେନାପତି, ୧୦ ହଜାର ଲାଞ୍ଚ ନେ​‌ବା ବେଳେ ମାଡ଼ି ବସିଲା ଟିମ୍
  • ||
  • ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ରାଜ୍ୟସଭା ସାଂସଦ ରବିନାରାୟଣ ମହାପାତ୍ର
  • ||
  • ମେ'୧୦ରେ ପବିତ୍ର ଅକ୍ଷୟ ତୃତୀୟା: କପଡ଼ା କାର୍ଯ୍ୟ ଶୁଭାରମ୍ଭ କଲେ ଦର୍ଜି ସେବକ, ଛତି, ଓଲାର, ଖଣ୍ଡା, ଛୁରି, ତରାସ ପ୍ରସ୍ତୁତ ହେବ
  • ||
  • ଶୁକ୍ରବାର ଏକାମ୍ର ନିର୍ବାଚନମଣ୍ଡଳୀ ପାଇଁ ନାମାଙ୍କନ ଭରିବେ ବିଜେପିର ବାବୁ ସିଂ ଓ ବିଜେଡିର ଆଶୋକ ପଣ୍ଡା
  • ||
  • ମେ' ୧୨ରେ ସିବିଏସ୍‌ଇ ରେଜଲ୍ଟ ପ୍ରକାଶ ପାଇବା ସମ୍ଭାବନା
  • ||
  • ରାହୁଲ ଗାନ୍ଧିଙ୍କ ରାୟଗଡ଼ା ଗସ୍ତ ବାତିଲ୍, ସୂଚନା ଦେଲେ କଂଗ୍ରେସ ଇସ୍ତାହାର କମିଟି ମୁଖ୍ୟ ପ୍ରସାଦ ହରିଶ୍ଚନ୍ଦନ
  • ||
  • ଆମେଥି, ରାଏବରେଲି ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ରାଏବରେଲିରୁ ଲଢ଼ିବେ ରାହୁଲ ଗାନ୍ଧି
  • ||
  • IPL 2024: ୱାଙ୍ଖଡ଼େରେ ମୁମ୍ବାଇକୁ ଭେଟିବ କୋଲକାତା, ୧୨ ବର୍ଷର ପରାଜୟଧାରା ଭାଙ୍ଗିବ ନାଇଟ ରାଇଡର୍ସ
  • ||
  • ହାଇଭୋଲଟେଜ୍‌ ପ୍ରଚାରରେ କମ୍ପିବ ରାଜ୍ୟ: ଆଜି ରାୟଗଡ଼ା ଆସୁଛନ୍ତି ରାହୁଲ, କାଲି ନବୀନ, ୬ରେ ମୋଦିଙ୍କ ପ୍ରଚାର
  • ||
  • ତାତିରେ ଲାଗିବ ବ୍ରେକ୍: ୪ରୁ ଉପକୂଳରେ ଖସିବ ପାଦର, ୬ରେ ସବୁ ସ୍ଥାନରେ ଗ୍ରୀଷ୍ମପ୍ରବାହରୁ ମିଳିବ ଆଶ୍ୱସ୍ତି
  • ||

ବନ୍ଦ କୋଠରୀ ଭିତରୁ ମିଳିଲା ଦୁଇ ନାବାଳକ ଭାଇ ଉଉଣୀଙ୍କ ମୃତଦେହ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ମା' ଉଦ୍ଧାର...

ନୂଆଦିଲ୍ଲୀ: କୋଠରୀ ଭିତରୁ ମିଳିଲା ଦୁଇ ନାବାଳକ ଭାଇ ଉଉଣୀଙ୍କ ମୃତଦେହ । ରାଜଧାନୀ ଦିଲ୍ଲୀରେ ଏହି ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି । ଆଜି (ଶନିବାର) ପୂର୍ବ ଦିଲ୍ଲୀର ଶଶି ଗାର୍ଡନ ଅଞ୍ଚଳରୁ ଦୁଇ ଭାଇଭଉଣୀଙ୍କ ମୃତଦେହ ମିଳିଛି । ଶଶି ଗାର୍ଡନର ଗଳି ନମ୍ବର ୬ ର ଏକ ଘରୁ ଏମାନଙ୍କୁ ମିଳିଛି । ମୃତ ଦୁଇ ଭାଇଉଭଣୀଙ୍କ ସହ ଜଣେ ମହିଳାଙ୍କୁ ମଧ୍ୟ ସେହି ସ୍ଥାନରୁ ଉଦ୍ଧାର କରାଯାଇଛି, ଯିଏକି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲେ । ଏହି ମହିଳା ଜଣକ ମୃତ ପିଲା ମାନଙ୍କର ମା ବୋଲି କୁହାଯାଉଛି । ସ୍ଥାନୀୟ ଲୋକ ମାନେ ଗୁରୁତର ଆହତ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଏ ସମ୍ପର୍କରେ ପୋଲିସକୁ ସୂଚନା ଦିଆଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଏହି ମାମଲା ସମ୍ପର୍କରେ ଅଧିକ ସୂଚନା ଦେଇ ପୋଲିସ କହିଛି ଯେ, ଶନିବାର ଅପରାହ୍ନ ୨ଟାରେ ଶଶି ଗାର୍ଡେନ୍ ଅଞ୍ଚଳରେ ୪୨ ବର୍ଷିୟ ଶ୍ୟାମ ଜୀ ନିଖୋଜ ହେବା ବିଷୟରେ PCR ସୂଚନା ପାଇଥିଲା । ଶୁକ୍ରବାର ଠାରୁ ତାଙ୍କ ଘର ତାଲା ପଡ଼ିଥିଲା । ଏ ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ତାଙ୍କ ଘର ବାହାରେ ତାଲା ପଡିଥିବାର ଦେଖିବାକୁ ମିଳିଥିଲା । 

ପରେ କବାଟ ଖୋଲିବା ପରେ ଜଣାପଡିଥିଲା ଯେ ଦୁଇ ଜଣ ପିଲା କୋଠରୀ ଭିତରେ ମୃତ ଅବସ୍ଥାରେ ପଡ଼ିଛନ୍ତି । ସେଥିମଧ୍ୟରୁ ଜଣେ ୧୫ ବର୍ଷୀୟ ପୁଅ ରହିଥିବା ବେଳେ ଅନ୍ୟ ଜଣେ ୯ ବର୍ଷର ଝିଅ ଥିଲା । ଏହି ସମୟରେ ତାଙ୍କ ମା ’ରକ୍ତରେ ଜୁଡୁବୁଡୁ ହୋଇ ଚେତାଶୂନ୍ୟ ଅବସ୍ଥାରେ ଶୋଇଥିଲେ । ମହିଳା ଏବଂ ଉଭୟ ପିଲାଙ୍କ ମୃତଦେହ ଜବତ କରିବା ପରେ ଡାକ୍ତରଖାନା ନିଆଯାଇଥିଲା । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.