ପ୍ରମୁଖ ଖବର
  • ବରଗଡ଼ରେ ନିର୍ବାଚନୀ ହିଂସା, ଛୁରା ମାଡ଼ରେ ଜଣେ ମୃତ
  • ||
  • ଭୋଟ ବର୍ଜନ କଲେ ମତଦାତା , ଦିନ ୧୨ଟା ସୁଦ୍ଧା ଫିରିଙ୍ଗିଆ ବ୍ଲକ କାମ୍ବାପଡା ବୁଥରେ ମାତ୍ର ଗୋଟିଏ ଭୋଟିଂ
  • ||
  • ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍ ଦେଉଛି ଓଡ଼ିଶା, ସକାଳ ୧୧ଟା ସୁଦ୍ଧା ଲୋକସଭା ଆସନ ପାଇଁ ୨୧.୦୭% ମତଦାନ
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ଦିନ ୯ଟା ସୁଦ୍ଧା ୯.୮୬ ପ୍ରତିଶତ ମତଦାନ
  • ||
  • ସୋମବାର ଏକାମ୍ରରେ ନବୀନଙ୍କ ରୋଡ୍‌ ସୋ’: ହାଇଟେକ୍‌ ବସରେ ପ୍ରଚାର, ୮ ଛକରେ ଅଟକିବେ
  • ||
  • ବଢ଼ିଲା ବାତ୍ୟା ଭୟ, ଜିଏଫଏସ ମଡେଲର ଆକଳନ ୨୫ ତାରିଖ ସଂଧ୍ୟାରେ ଓଡ଼ିଶାରେ ହେବ ମାଡ଼
  • ||
  • ପଞ୍ଚମ ପର୍ଯ୍ୟାୟରେ ଭୋଟ୍ ଦେଉଛି ଭାରତ: ୪୯ ଆସନରେ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୫ ଲୋକସଭା ୩୫ ବିଧାନସଭା ଆସନରେ ଭୋଟିଂ
  • ||
  • ପୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||

ଆଇଆର୍‌ଡିଏଆଇ ନିୟମରେ ପରିବର୍ତ୍ତନ: ବର୍ଷକରେ ସ୍ୱାସ୍ଥ୍ୟ ବୀମା ୫୦% ହେବ ମହଙ୍ଗା, ପୁଣି ୧୫% ବଢ଼ିପାରେ ପ୍ରିମିୟମ

ନୂଆଦିଲ୍ଲୀ,୦୯/୦୫: ଗତ ବର୍ଷକରେ ସ୍ୱାସ୍ଥ୍ୟ ବୀମା କମ୍ପାନି ପ୍ରିମିୟମରେ ୨୫ରୁ ୫୦% ବୃଦ୍ଧି କରିଛନ୍ତି । ଆଗାମୀ ମାସଗୁଡିକରେ ଏ କ୍ଷେତ୍ରରେ ଆଉ ୧୦ରୁ ୧୫% ବୃଦ୍ଧି ହୋଇପାରେ । ଭାରତୀୟ ବୀମା ନିୟାମକ ଏବଂ ବିକାଶ  କର୍ତ୍ତୃପକ୍ଷ (ଆଇଆର୍‌ଡିଏଆଇ) ନିୟମରେ ପରିବର୍ତ୍ତନ କରିଛନ୍ତି । ଫଳରେ ପ୍ରିମିୟମରେ କମ୍ପାନିଗୁଡିକ ବୃଦ୍ଧି କରିପାରନ୍ତି ବୋଲି ଶିଳ୍ପର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଲୋକାଲ ସର୍କଲ ପକ୍ଷରୁ ହୋଇଥିବା ଏକ ସର୍ଭେ ମୁତାବକ, ଗତ ବର୍ଷକରେ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ ୨୫%ରୁ ଅଧିକ ବୃଦ୍ଧି ହୋଇଥିବା ସର୍ଭେରେ ଭାଗ ନେଇଥିବା ୫୨% ଲୋକ କହିଛନ୍ତି । ସର୍ଭେରେ ଭାଗ ନେଇଥିବା ୧୧ ହଜାର ଲୋକଙ୍କ ମଧ୍ୟରୁ ପ୍ରାୟ ୨୧%ରୁ ଊଦ୍ଧ୍ୱର୍ ଲୋକ କହିଛନ୍ତି ଗୋଟିଏ ବର୍ଷରେ ପ୍ରିମିୟମ ୫୦%ରୁ ଅଧିକ ବଢ଼ିଛି । 

୩୧% ଲୋକ କହିଛନ୍ତି ପ୍ରିମିୟମ ୨୫ରୁ ୫୦% ବୃଦ୍ଧି ହୋଇଛି । ୩୧% ଲୋକ କହିଛନ୍ତି ଏହା ପ୍ରାୟ ୨୫%ରୁ ଊଦ୍ଧ୍ୱର୍ ବଢ଼ିଛି । ବୀମା ନିୟାମକ ଏବେ ସ୍ୱାସ୍ଥ୍ୟ ବୀମା ପଲିସି କ୍ଷେତ୍ରରେ ଲାଗୁ ପୂର୍ବ ନିର୍ଦ୍ଧାରିତ ସର୍ତ୍ତ ଏବଂ ମୋରାଟୋରିୟମ ଅବଧି କ୍ଷେତ୍ରରେ ନିୟମ ପରିବର୍ତ୍ତନ କରିଛନ୍ତି । ଫଳରେ ପୂର୍ବରୁ ଥିବା ରୋଗ (ପିଇଡି) କ୍ଷେତ୍ରରେ ବୀମା କଭରେଜ ପାଇବାର ଅପେକ୍ଷା ଅବଧି ୪ ବର୍ଷରୁ ୩ ବର୍ଷକୁ ହ୍ରାସ ହୋଇଛି ।

ସେହିଭଳି ମୋରାଟୋରିୟମ ୯୬ ମାସରୁ ୬୦ ମାସକୁ ହ୍ରାସ ହୋଇଛି । ଲୋକମାନେ ସ୍ୱାସ୍ଥ୍ୟ ବୀମା କ୍ଲେମ ସମାଧାନ କରିବାରେ ବିଭିନ୍ନ ସମସ୍ୟାର ସାମ୍ନା କରୁଛନ୍ତି । ଏଭଳି ସ୍ଥିତିରେ ନିୟାମକଙ୍କ ନିଷ୍ପତ୍ତି ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ ବୋଲି ଆଶା କରାଯାଉଛି ।  ସ୍ୱାସ୍ଥ୍ୟ ବୀମା ପ୍ରିମିୟମ ବୃଦ୍ଧି ନେଇ ଲୋକଙ୍କ ସମସ୍ୟା ହେଉଛି । ତେବେ ନିୟାମକ ଏ କ୍ଷେତ୍ରରେ ଏବେ ଯାଏ କୌଣସି ପ୍ରସ୍ତାବ ଆଣିନାହାନ୍ତି ବୋଲି କହିଛନ୍ତି ବଜାର ବିଶେଷଜ୍ଞ ।

ଆର୍ôଥକ ବର୍ଷ ୨୦୨୩-୨୪ ଅବଧିରେ ସ୍ୱାସ୍ଥ୍ୟ ବୀମା କ୍ଷେତ୍ର ରେକର୍ଡ ୧ ଲକ୍ଷ କୋଟି ଟଙ୍କାର ପ୍ରିମିୟମ ସଂଗ୍ରହ କରିଛି । ଏ କ୍ଷେତ୍ରରେ ଅଭିବୃଦ୍ଧି ୨୦% । ସେହିଭଳି ୨୦୨୨ର ସର୍ଭେ ରିପୋର୍ଟକୁ ତୁଳନା କଲେ ୨୫%ରୁ ଊଦ୍ଧ୍ୱର୍ ପ୍ରିମିୟମ ବୃଦ୍ଧି ହୋଇଥିବା ଲୋକଙ୍କ ସଂଖ୍ୟା ୬୨%ରୁ ୫୨% ହ୍ରାସ ହୋଇଛି । କୋଭିଡ ଯୋଗୁ ୨୦୨୨ରେ ପ୍ରିମିୟମ କ୍ଷେତ୍ରରେ ଦ୍ରୁତ ବୃଦ୍ଧି ହୋଇଥିଲା । 

ସ୍ୱାସ୍ଥ୍ୟ ବୀମା ପ୍ରିମିୟମ ପ୍ରୋସେସିଂ କ୍ଷେତ୍ରରେ ୪୩%ଙ୍କୁ ସମସ୍ୟା ହେଉଥିବା ନିକଟରେ ଏକ ରିପୋର୍ଟ ଆସିଥିଲା । ତେବେ ଏ କ୍ଷେତ୍ରରେ ଲୋକଙ୍କୁ ଯେଭଳି ସମସ୍ୟା ହେବନି ସେ ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି ବୋଲି ଜେନେରାଲ ଇନ୍‌ସ୍ୟୁରାନ୍ସ କାଉନ୍‌ସିଲର ଅଧ୍ୟକ୍ଷ ତପନ ସିଂଘେଲ କହିଛନ୍ତି । ଏବେ ସାରା ଦେଶରେ ୪୦ ହଜାର ହସ୍ପିଟାଲରେ କ୍ୟାସ୍‌ଲେସ ଚିକିତ୍ସା ସୁବିଧା ମିଳୁଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.