ପ୍ରମୁଖ ଖବର
  • ପୁରୀ ଷ୍ଟେସନରେ ଭୁଶୁଡିଲା ନିର୍ମାଧୀନ ଛାତ, ୨ ଶ୍ରମିକ ଗୁରୁତର, ଏକାଧିକ ଫଶିଧିବା ସନ୍ଦେହ
  • ||
  • ଓଡ଼ିଆ ସିନେମା@89: ସାହାଯ୍ୟ ବଦଳରେ ଶୋଷୁଛନ୍ତି ସରକାର, କନ୍ଦାଉଛି ପ୍ରେକ୍ଷାଳୟ, ମୁହଁ ମୋଡ଼ୁଛନ୍ତି ପ୍ରଯୋଜକ
  • ||
  • ସୁପର ସନଡେରେ ଡବଲ ଶୋ,ଟାଇଟନ୍ସ-ରୟାଲ୍‌, ସୁପରକିଙ୍ଗ୍‌ସ-ସନରାଇଜର୍ସ ଲଢ଼େଇ
  • ||
  • ଗଞ୍ଜମ: ତପ୍ତପାଣି ଘାଟି ଓଲଟିଲା ନଳକୂପ ଖନନ ଗାଡ଼ି, ୧୨ ଆହତ
  • ||
  • ରବିବାର ହାଇ-ଭୋଲଟେଜ୍ ପ୍ରଚାର: ସାଲେପୁରରୁ ରାହୁଲ ଗାନ୍ଧି, ବ୍ରହ୍ମପୁରରେ ଜେ.ପି. ନଡ୍ଡା କରିବେ ପ୍ରଚାର
  • ||
  • ଜୀବନ ରହିବ ତ ? ଆହୁରି ୪ ଦିନ ବିପଜ୍ଜନକ ନିଦାଘ, ଆଜି ରାଜଧାନୀ ତାତି ୪୬ଂ ଛୁଇଁବା ଆଶଙ୍କା
  • ||

ଏପ୍ରିଲ୍ ୪ରୁ ଜେଇଇ ମେନ୍, ଦେଶରେ ୩୧୯ ଓ ଦେଶ ବାହାରେ ୨୨ ସହରରେ ପରୀକ୍ଷା କେନ୍ଦ୍ର

ଭୁବନେଶ୍ୱର,୨୯/୦୩:  ଏପ୍ରିଲ୍‌ ୪ରୁ ଯୁଗ୍ମ ପ୍ରବେଶିକା  ପରୀକ୍ଷା (ଜେଇଇ ମେନ୍‌) ୨୦୨୪  ସେସନ୍‌-୨ ଆରମ୍ଭ । ଏଥିପାଇଁ  ଦେଶର ୩୧୯ଟି ସହର ଏବଂ  ଦେଶ ବାହାରର ୨୨ଟି ସହରରେ  ପରୀକ୍ଷା କେନ୍ଦ୍ର କରାଯାଇଛି । ଏଥିପାଇଁ  ୱେବ୍‌ସାଇଟ୍‌ରେ ଆବେଦନକାରୀଙ୍କ ଆଡମିଟ୍‌ କାର୍ଡ ସହ ପରୀକ୍ଷା କେନ୍ଦ୍ର  ତାଲିକା ଉପଲବ୍‌ଧ ହେଉଛି ।  

ଏପ୍ରିଲ୍‌ ୪, ୫, ୬, ୮ ଏବଂ  ୯ ତାରିଖରେ ବିଇ ଏବଂ ବିଟେକ୍‌  ପେପର-୧ ପରୀକ୍ଷା ଅନୁଷ୍ଠିତ  ହେବ । ୨ଟି ପର୍ଯ୍ୟାୟରେ ପରୀକ୍ଷା  ହେବ । ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା  ପର୍ଯ୍ୟନ୍ତ ପ୍ରଥମ ସିଫ୍ଟ ଏବଂ ସିଫ୍ଟ-୨  ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ  ହେବ । ୧୨ ତାରିଖରେ ବିଆର୍କ  ଏବଂ ବିପ୍ଲାନିଂର ପରୀକ୍ଷା କରାଯିବ ।  ପରୀକ୍ଷାର୍ଥୀ ନିଜର ଆପ୍ଲିକେସନ  ନମ୍ବର ଏବଂ ଜନ୍ମତାରିଖ ଦେଇ  ଏନ୍‌ଟିଏ ୱେବ୍‌ସାଇଟ୍‌ htts://jeemain.nta.ac.inରେ  ଜେଇଇ ମେନ୍‌ ପରୀକ୍ଷା ଆଡମିଟ୍‌  କାର୍ଡ ଡାଉନ୍‌ଲୋଡ୍‌ କରିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.