ପ୍ରମୁଖ ଖବର
  • ରାଏବରେଲିରୁ ପ୍ରାର୍ଥୀପତ୍ର ଦାଖଲ କଲେ ରାହୁଲ ଗାନ୍ଧୀ, ୨୦ ବର୍ଷ ହେବ ସାଂସଦ ଥିଲେ ମା’ ସୋନିଆ
  • ||
  • ଭିଜିଲାନ୍ସ ପଞ୍ଝାରେ କନିଷ୍ଠ କିରାଣୀ ଜିତେନ୍ଦ୍ର ସେନାପତି, ୧୦ ହଜାର ଲାଞ୍ଚ ନେ​‌ବା ବେଳେ ମାଡ଼ି ବସିଲା ଟିମ୍
  • ||
  • ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ରାଜ୍ୟସଭା ସାଂସଦ ରବିନାରାୟଣ ମହାପାତ୍ର
  • ||
  • ମେ'୧୦ରେ ପବିତ୍ର ଅକ୍ଷୟ ତୃତୀୟା: କପଡ଼ା କାର୍ଯ୍ୟ ଶୁଭାରମ୍ଭ କଲେ ଦର୍ଜି ସେବକ, ଛତି, ଓଲାର, ଖଣ୍ଡା, ଛୁରି, ତରାସ ପ୍ରସ୍ତୁତ ହେବ
  • ||
  • ଶୁକ୍ରବାର ଏକାମ୍ର ନିର୍ବାଚନମଣ୍ଡଳୀ ପାଇଁ ନାମାଙ୍କନ ଭରିବେ ବିଜେପିର ବାବୁ ସିଂ ଓ ବିଜେଡିର ଆଶୋକ ପଣ୍ଡା
  • ||
  • ମେ' ୧୨ରେ ସିବିଏସ୍‌ଇ ରେଜଲ୍ଟ ପ୍ରକାଶ ପାଇବା ସମ୍ଭାବନା
  • ||
  • ରାହୁଲ ଗାନ୍ଧିଙ୍କ ରାୟଗଡ଼ା ଗସ୍ତ ବାତିଲ୍, ସୂଚନା ଦେଲେ କଂଗ୍ରେସ ଇସ୍ତାହାର କମିଟି ମୁଖ୍ୟ ପ୍ରସାଦ ହରିଶ୍ଚନ୍ଦନ
  • ||
  • ଆମେଥି, ରାଏବରେଲି ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ରାଏବରେଲିରୁ ଲଢ଼ିବେ ରାହୁଲ ଗାନ୍ଧି
  • ||
  • IPL 2024: ୱାଙ୍ଖଡ଼େରେ ମୁମ୍ବାଇକୁ ଭେଟିବ କୋଲକାତା, ୧୨ ବର୍ଷର ପରାଜୟଧାରା ଭାଙ୍ଗିବ ନାଇଟ ରାଇଡର୍ସ
  • ||
  • ହାଇଭୋଲଟେଜ୍‌ ପ୍ରଚାରରେ କମ୍ପିବ ରାଜ୍ୟ: ଆଜି ରାୟଗଡ଼ା ଆସୁଛନ୍ତି ରାହୁଲ, କାଲି ନବୀନ, ୬ରେ ମୋଦିଙ୍କ ପ୍ରଚାର
  • ||
  • ତାତିରେ ଲାଗିବ ବ୍ରେକ୍: ୪ରୁ ଉପକୂଳରେ ଖସିବ ପାଦର, ୬ରେ ସବୁ ସ୍ଥାନରେ ଗ୍ରୀଷ୍ମପ୍ରବାହରୁ ମିଳିବ ଆଶ୍ୱସ୍ତି
  • ||

୧୦ଟି ଆନାକୋଣ୍ଡା ନେଇ ବିମାନରେ ଆସିଥିଲେ ବ୍ୟକ୍ତି, ବେଙ୍ଗାଲୁରୁରେ ମାଡ଼ି ବସିଲା କଷ୍ଟମ୍‌ ବିଭାଗ

ବେଙ୍ଗାଲୁରୁ: ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକରୁ ୧୦ଟି ଆନକୋଣ୍ଡା ନେଇ ବେଙ୍ଗାଲୁରୁ ଆସିଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ବେଙ୍ଗାଲୁରୁର କେମ୍ପାଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରେ ଓହ୍ଲାଇବା ପରେ ସଂପୃକ୍ତ ବ୍ୟକ୍ତିଙ୍କ ବ୍ୟାଗରୁ ୧୦ଟି ଆନାକୋଣ୍ଡା ମିଳିଥିଲା । କଷ୍ଟମ ବିଭାଗ ପକ୍ଷରୁ ଏକ୍ସରେ ସୂଚନା ଦିଆଯାଇଛି ଯେ, ବ୍ୟାଙ୍କକରୁ ଏକ ସିଲ୍‌ ବ୍ୟାଗରେ ସାପ ନେଇ ଆସିଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଘଟଣାରେ ତଦନ୍ତ ଜାରି ରହିଛି । 

ହଳଦିଆ ରଙ୍ଗର ଏହି ଆନାକୋଣ୍ଡା ବିଶେଷ କରି ପାରାଗୁଏ, ବୋଲିଭିଆ, ବ୍ରାଜିଲ, ଆର୍ଜେଣ୍ଟିନା ଏବଂ ଉରୁଗୁଏରେ ଦେଖିବାକୁ ମିଳେ । ନିୟମ ଅନୁସାରେ ଭାରତରେ ବନ୍ୟଜନ୍ତୁ ବିକ୍ରି ଏବଂ ଚୋରାଚାଲାଣ ଜଘନ୍ୟ ଅପରାଧ । ଏହା ପୂର୍ବରୁ ୨୦୨୩ରେ ବେଙ୍ଗାଲୁରୁ କଷ୍ଟମ ବିଭାଗ ଏକ ଛୋଟ କଙ୍ଗାରୁ ସମେତ  ୨୩୪ଟି ବନ୍ୟଜନ୍ତୁ ଉଦ୍ଧାର କରିଥିଲା । 

ଜଣେ ବ୍ୟକ୍ତି ବ୍ୟାଙ୍କକରୁ ବନ୍ୟଜନ୍ତୁଙ୍କୁ ପ୍ଲାଷ୍ଟିକ ବ୍ୟାଗରେ ଭର୍ତ୍ତି କରି  ଆଣିଥିଲେ । ପ୍ଲାଷ୍ଟିକ ବ୍ୟାଗରେ ଥିବାରୁ ଶ୍ବାସକ୍ରିୟା କରିନପାରି ଛୋଟ କଙ୍ଗାରୁଟିର ମୃତ୍ୟୁ ହୋଇଥିଲା । ଖବର ପାଇ କଷ୍ଟମ ବିଭାଗ ବେଙ୍ଗାଲୁରୁ ବିମାନବନ୍ଦରରେ ପହଞ୍ଚିଥିଲା ।ସମ୍ପୃକ୍ତ ବ୍ୟକ୍ତି ନେଇ ଆସିଥିବା ବ୍ୟାଗଗୁଡ଼ିକୁ ଯାଞ୍ଚ କରାଯାଇଥିଲା । ସେଥିରୁ ପାଇଥନ୍‌, ଝିଟିପିଟି, ଇଗୁଆନା, କଇଁଛ ଏବଂ ଛୋଟ ଛୋଟ କୁମ୍ଭୀର ମିଳିଥିଲା । ସେଗୁଡ଼ିକ ମଧ୍ୟରୁ କେତେକ ଜୀବ ବିଲୁପ୍ତପ୍ରାୟ ପ୍ରଜାତିର ଥିଲେ।  

  • Bengaluru
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.